ନିଆରା ଦେଶ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ..ଦୁନିଆର ଏହି ୫ଟି ଦେଶରେ ହୁଏନି ରାତି ! ଅସ୍ତ ହୁଅନ୍ତିନି ସୂର୍ଯ୍ୟ ।

ସୂର୍ଯ୍ୟ ଉଦୟ ଓ ଅସ୍ତ ପ୍ରକୃତିର ଏକ ବଡ ନିୟମ ଅଟେ । ସୂର୍ଯ୍ୟ ଉଦୟ ହେଲେ ଦିନ ଓ ଅସ୍ତ ହେଲେ ରାତି । ଏହାକୁ ଆଧାର କରି ଆମେ ନିଜର ଦିନର ସମସ୍ତ କାର୍ଯ୍ୟ ଅର୍ଥାତ କେଉଁ ସମୟରେ କାମ କରିବା, କେଉଁ ସମୟରେ ଖାଇବା ଓ କେଉଁ ସମୟରେ ଶୋଇବା ଇତ୍ୟାଦି କରିଥାଉ । ଏହିଭଳି ପ୍ରକୃତିର ବହୁତ ନିୟମ ଅଛି । ଯାହା ସଠିକ ସମୟରେ ହୋଇଥାଏ । ଯାହାକୁ ଆମେ ସମସ୍ତେ ମାନିବା ପାଇଁ ବାଧ୍ୟ ଅଟନ୍ତି । କିନ୍ତୁ ଥରେ ଚିନ୍ତା କରି ଦେଖନ୍ତୁ ଯଦି ସୂର୍ଯ୍ୟ ଅସ୍ତ ହେବେ ନାହିଁ ଓ ରାତି ମଧ୍ୟ ହେବ ନାହିଁ ତେବେ କଣ ହେବ ।

ଏହିଭଳି ଭାବନା ଅସମ୍ଭବ ବୋଲି ଆପଣ କହୁଥିବେ । କାରଣ ଏହିଭଳି ହେଲେ ଆମ ସମସ୍ତଙ୍କର ସବୁ କିଛି କାମ ଖରାପ ହୋଇପାରେ । ଅର୍ଥାତ ଦିନ ରାତି ହେଲେ ହିଁ ଆମେ ସମସ୍ତେ ନିଜର କାମ ସେହି ହିସାବରେ କରି ପାରିବା ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୫ ଟି ଦେଶ ବିଷୟରେ କହିବୁ ଯେଉଁଠି କେବେ ବି ରାତି ହୁଏ ନାହିଁ ଅର୍ଥାତ ସେହି ସମସ୍ତ ସ୍ଥାନରେ କେବେ ବି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏହା ଶୁଣିବା ପରେ ଆପଣ ଅଳ୍ପ ଚିନ୍ତାରେ ପଡି ପାରନ୍ତି । କିନ୍ତୁ ଏହା ବିଲକୁଲ ସତ ଅଟେ । ଆମ ପୃଥିବୀରେ ହିଁ ଏହିଭଳି ଦେଶ ଅଛି ଯେଉଁଥିରେ ଆପଣ ୨୪ ଘଣ୍ଟା ସୂର୍ଯ୍ୟଙ୍କୁ ଦେଖି ପାରିବେ ଓ ସେଠି ରାତି ହେବାର ପ୍ରଶ୍ନ ହିଁ ଉଠୁ ନାହିଁ । ଏହି ସବୁ ସ୍ଥାନରେ ସବୁବେଳେ ସୂର୍ଯ୍ୟଙ୍କ କିରଣ ପଡିଥାଏ ।

କାନାଡା

କାନାଡାର ଅଧିକାଂଶ ଅଞ୍ଚଳରେ ପ୍ରାୟତଃ ସମୟରେ ବରଫ ଜମା ହୋଇ ରହିଥାଏ ଓ ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଗ୍ରୀଷ୍ମ ଋତୁରେ ଏହି ସ୍ଥାନରେ କେବେ ବି ରାତି ହୁଏ ନାହିଁ । ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ କିରଣ ନିରନ୍ତର ପଡିଥାଏ ।

ନରୱେ

କାନାଡା ଭଳି ନରୱେରେ ବି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ନରୱେକୁ ସବୁଠୁ ସୁନ୍ଦର ଦେଶ କୁହାଯାଏ । ଏହା ସହିତ ନରୱେକୁ ଲ୍ୟାଣ୍ଡ ଅଫ ମିଡନାଇଟ ବୋଲି ମଧ୍ୟ କୁହାଯାଏ । ଏହାର କାରଣ ମେ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ୨୪ ଘଣ୍ଟା ଏହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡିଥାଏ । ପାଖାପାଖି ୭୬ ଦିନ ପର୍ଯ୍ୟନ୍ତ ଏଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । କେବଳ ସନ୍ଧ୍ୟା ସମୟରେ ହିଁ ଏହି ସ୍ଥାନରେ ଅଳ୍ପ ଅନ୍ଧାର ଦେଖାଯାଏ ।

ଫିନଲ୍ୟାଣ୍ଡ

ଫିନଲ୍ୟାଣ୍ଡ ଦେଶରେ ବି ଦିନର ୨୪ ଘଣ୍ଟା ମଧ୍ୟରୁ ୨୩ ଘଣ୍ଟା ସୂର୍ଯ୍ୟଙ୍କ କିରଣ ପଡୁଥାଏ । ଗ୍ରୀଷ୍ମ ଋତୁ ସମୟରେ ଏହି ଦେଶରେ ୭୩ ଦିନ ପର୍ଯ୍ୟନ୍ତ ରାତି ହୁଏ ନାହିଁ । ଏମିତିରେ ଏହି ଦେଶରେ ଏହି ସମୟରେ ଲକ୍ଷ ଲକ୍ଷ ଲୋକମାନେ ଏହି ଦୃଶ୍ୟକୁ ଦେଖିବାକୁ ଆସନ୍ତି ।

ଆଇସଲ୍ୟାଣ୍ଡ

ୟୁରୋପ ମହାଦେଶର ଆଇସଲ୍ୟାଣ୍ଡ ଦ୍ଵିତୀୟ ବଡ ଦ୍ଵିପ ଅଟେ । ଏହି ସ୍ଥାନରେ ବି ରାତି ଅଧରେ ସୂର୍ଯ୍ୟଙ୍କ କିରଣ ପଡୁଥାଏ । ଅର୍ଥାତ ଏହି ଦେଶରେ ରାତି ହୁଏ ନାହିଁ ।

ଆଲାସ୍କା

ଆଲାସ୍କାର ଗ୍ଲେସିୟର ଦେଖିବାକୁ ବହୁତ ସୁନ୍ଦର ଲାଗେ । ମେ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏଠି ସବୁଦିନ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏହି ଦେଶରେ ରାତି ୧୨.୩୦ରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି ଓ ଠିକ ୫୧ ମିନିଟ ପରେ ପୁଣି ଥରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *