ପାରଳାଖେମୁଣ୍ଡି ACF ଡେଥ ମିଷ୍ଟ୍ରି: ଆସିଲା ଲାଇ ଡିଟେକ୍ଟରର ରିପୋର୍ଟ, ଦେଖନ୍ତୁ କିଏ କହିଛି କେତେ ସତ ?

ପାରଳାଖେମୁଣ୍ଡିର ACF ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲାରେ ୩ ଅ-ଭି-ଯୁ-କ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି DFO ସଂଗ୍ରାମ କେଶରୀ ବେହେରା ଓ ରୋଷେଇଆ ମହମତ କୁମ୍ଭର ଲାଏ ଡିଟେକ୍ସନ ଟେସ୍ଟ ରି-ପୋ-ର୍ଟ ବର୍ତ୍ତମାନ ଆସିଯାଇଛି । ଅର୍ଥାତ ସେମାନଙ୍କର ମିଛ କଥାର ରି-ପୋ-ର୍ଟ କ୍ରା-ଇ-ମ ବ୍ରାଞ୍ଚର ଅଫିସରମାନଙ୍କ ପାଖକୁ ଆସି ଯାଇଛି । ସେମାନେ କଣ ସବୁ ମିଛି କହିଛନ୍ତି, କେଉଁ କେଉଁ ସବୁ ପ୍ରଶ୍ନର ଉତ୍ତର ଠିକ ଓ କାହାର ଭୁଲ ଦେଇଛନ୍ତି ସେହି ସମସ୍ତ କଥା ଲାଏ ଡିଟେକ୍ସନ ରି-ପୋ-ର୍ଟରେ ସବୁ ଜଣା ପଡିଯିବ ।

ତିନି ଜଣଙ୍କ ପୁରୁଣା ବୟାନ ସହ ତାଙ୍କର ନୂଆ ବୟାନର ତାଳମେଳକୁ ତର୍ଜମା କରାଯାଉଛି । ଏହା ପରେ ଆଗକୁ ତ-ଦ-ନ୍ତ କରାଯିବ । କହିଦେଉଛୁ କି ୧୮ ତାରିଖ ଦିନ DFO ଓ ରୋଷେଇଆଙ୍କ ପଲିଗ୍ରାଫ ପରୀକ୍ଷା ହୋଇଥିଲା । ୨୦ ତାରିଖ ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ପରୀକ୍ଷା ହୋଇଥିଲା ।

ଅନ୍ୟ ପଟେ ପଲିଗ୍ରାଫ ରି-ପୋ-ର୍ଟ ଆସିବା ପରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବିଦ୍ୟା ଭାରତୀଙ୍କ ଗିରଫ DFOଙ୍କୁ ବଦଳି କରାଯାଉ ବୋଲି ମି-ଡି-ଆ ସାମ୍ନାରେ ଦାବି କରିଛନ୍ତି । ଏହା ଛଡା କାଲି ସେ କ୍ରା-ଇ-ମ ବ୍ରାଞ୍ଚର ଏଡ଼ିଜିଙ୍କ ସହ ସାକ୍ଷାତ କରି ନିଜର ଏକ ଦାବି ପତ୍ର ତାଙ୍କୁ ଦେଇଥିଲେ ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ମି-ଡି-ଆକୁ କହିଲେ କି ଯଦି ତ-ଦ-ନ୍ତ ରି-ପୋ-ର୍ଟ ଆସିଛି ତେବେ ମୁଁ କ୍ରା-ଇ-ମ ବ୍ରାଞ୍ଚର ଏଡ଼ିଜି ମହୋଦୟ ଓ ଡ଼ିଜି ମହୋଦୟଙ୍କୁ ଅନୁରୋଧ କରୁଛୁ କି ତେବେ ଆମେ ଯେଉଁ ତିନି ଜଣଙ୍କ ନାଁରେ ଏଫଆଇଆର ଦେଇଛୁ ମହମତ କୁମ୍ଭ, ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ବେହରାଙ୍କୁ ଆ-ରେ-ଷ୍ଟ କରାଯାଉ ।

କିନ୍ତୁ ଏମାନେ ଆ-ରେ-ଷ୍ଟ କରୁ ନାହାନ୍ତି । ଏହା ପରେ ସେ କହିଲେ କି ତ-ଦ-ନ୍ତ ଯଦି ଚାଲିଛି ତେବେ ସ୍ଵାମୀ ସହ କିଛି ଦିନ ରହିବା ପରେ ସ୍ଵାମୀ ପୋଡିଗଲା କିନ୍ତୁ ସ୍ତ୍ରୀକୁ କାହିଁକି ଆ-ରେ-ଷ୍ଟ କରୁ ନାହାନ୍ତି ପୋ-ଲି-ସ । କହିଦେଉଛୁ କି ସୌମ୍ୟଙ୍କ ମୃ-ତ୍ୟୁକୁ ୨ ମାସ ବିତି ଯାଇଛି । ଏହା ସତ୍ବେ ଜଣା ପଡୁ ନାହିଁ କି ସେ କେମିତି ପୋଡି ହେଲେ ।

ସୌମ୍ୟଙ୍କ ମୃ-ତ୍ୟୁ ଦୁର୍ଘ-ଟ-ଣା ଓ ଏହା ପଛରେ ବଡ ରହସ୍ୟ ଲୁଚି ଅଛି । ଅନ୍ୟ ପଟେ ଗଜପତି ପୋ-ଲି-ସ ମାସେ ତ-ଦ-ନ୍ତ କରିବା ସତ୍ବେ ବି ଏହି ମାମଲାର ସତ୍ୟତା ଜାଣି ପାରିଲା ନାହିଁ । ଅନ୍ୟ ପଟେ ୧.୫ ମାସ ପାଖାପାଖି କ୍ରା-ଇ-ମ ବ୍ରାଞ୍ଚ ମଧ୍ୟ ତ-ଦ-ନ୍ତ କରିସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସୌମ୍ୟଙ୍କ ମୃ-ତ୍ୟୁ ରହସ୍ୟରୁ ପରଦା ଉଠାଇ ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *