ମୌସୁମୀ ସକ୍ରିୟ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା, Yellow ୱାର୍ନିଙ୍ଗ ଜାରିକଲା ପାଣି ପାଗ ବିଭାଗ

ମୌସୁମୀ ପ୍ରଭାବରେ ପ୍ରାୟତଃ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି । କେତେକ ସ୍ଥାନରେ ଅତ୍ୟଧିକ ମାତ୍ରାରେ ବର୍ଷା ହେଉଛି ତ କେତେକ ସ୍ଥାନରେ ବର୍ଷାର ପରିମାଣ କମ ଅଛି । ଏମିତିରେ ପାଣି ପାଗ ବିଭାଗ ତରଫରୁ ନୂଆ ସୂଚନା ଜାରି କରାଯାଇଛି । ଯେଉଁଥିରେ ଆସନ୍ତା ୨ – ୩ ଦିନ ପର୍ଯ୍ୟନ୍ତ କେଉଁ ସବୁ ଜିଲ୍ଲାରେ ବର୍ଷା ହେବ ସେହି ବିଷୟରେ କୁହାଯାଇଛି ।

ଆଞ୍ଚଳିକ ପାଣି ପାଗ ବିଭାଗ ଭୁବନେଶ୍ବର ତରଫରୁ ମୌସୁମୀକୁ ନେଇ ବର୍ତ୍ତମାନ କିଛି ରିପୋର୍ଟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ପାଣି ପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ୟୋଲ ବାରିଙ୍ଗ ଜାରି କରିଛି । ଏହି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

କହିଦେଉଛୁ କି ଲଘୁଚାପ କାରଣରୁ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବା ସହ ଅନ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଏହା ସହିତ ମୌସୁମୀ ପ୍ରଭାବରୁ ରାଜ୍ୟ ଅନ୍ୟ କେତେ ଜିଲ୍ଲାରେ ବି ଲଗାତାର ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଟି ଜିଲ୍ଲା ଯେମିତି କି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ରାଜ୍ୟରେ ଏହିଭଳି ପାଗ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଦେଖାଯିବ ବୋଲି ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଯେମିତି କି ବର୍ତ୍ତମାନର ସମୟ ମୌସୁମୀ ସମୟ ଅଟେ ଓ ଏହା ସକ୍ରିୟ ମଧ୍ୟ ହୋଇ ଅଛି । ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ମାତ୍ରା ବହୁତ ଅଧିକ ଥିଲା ଯାହାକି ରେକର୍ଡ ମଧ୍ୟ ହୋଇଛି । ଜୁନ ୧ ରୁ ଜୁନ ୧୫ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଖାପାଖି ୧୦୨. ୩ ମିଳି ମିଟର ବର୍ଷା ରେକର୍ଡ କରାଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ପ୍ରାୟତଃ ରାଜ୍ୟରେ ୭୨.୨ ମିଳି ମିଟର ବର୍ଷା ହୋଇଥାଏ ।

ଅର୍ଥାତ ଏହି ରେକର୍ଡ କହୁଛି ଏହି ବର୍ଷ ୨୯ ପ୍ରତିଶତ ବର୍ଷା ରାଜ୍ୟରେ ଅଧିକ ହୋଇଛି । ରାଜ୍ୟର ମୋସୁମୀ ପ୍ରଭାବରେ ରାଜ୍ୟର ବରଗଡ ଜିଲ୍ଲାର ଝାରବନ୍ଦ, ଅଟାବିରା, ପାଇକମାଳ ଇତ୍ୟାଦି ସ୍ଥାନରେ ୫ ସେଣ୍ଟି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମାଲକାନଗିରି, ରାୟରନପୁର, ବୀରମହାରାଜପୁର, କେଂସିଙ୍ଗାପୁରରେ ୪ ସେଣ୍ଟି ମିଟର ବର୍ଷା ରେକର୍ଡ ହୋଇଛି । ପାଣି ପାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଆସନ୍ତ ୨୪ ଘଣ୍ଟା ମଧ୍ୟରେ ୭ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି ।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, ନୂଆପଡା, ନବରଙ୍ଗପୁର ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହା ସହିତ ଆସନ୍ତା ୨ ଦିନ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *