ବନ୍ଧୁଗଣ ଆପଣ ମାନେ ସମସ୍ତେ ମନ୍ଦିର ନିଶ୍ଚୟ ଯାଇଥିବେ । ଆଜି ଆମେ ଆପଣଙ୍କୁ କହିବୁଭାରତର କେରଳ ର ଥିରୁଅନନ୍ତପୁରମରେ ଭଗବାନ ବିଶୁଣୁଙ୍କ ପଦ୍ମାନାଭ ମନ୍ଦିର ରହିଛି । ଏହି ମନ୍ଦିର ର କିଛି ରହସ୍ୟ ବିଷୟରେ ଆମେ ଆପଣଙ୍କୁ କହିବୁ । ଏହି ମନ୍ଦିରର ଗର୍ଭ ଗୃହରେ ଭଗବାନ ବିଶୁଣୁଙ୍କର ବିଶାଳ ମୂର୍ତ୍ତି ଅଛି । ଯାହା ଶେଷନାଗ ଉପରେ ଶୟନ ମୁଦ୍ରାରେ ରହିଛି ।
ମାନ୍ୟତା ଅଛି ଷଷ୍ଠ ସପ୍ତାଦ୍ଦିରେ ତ୍ରାବେଣପୁର ର ରାଜା ଏହି ମନ୍ଦିର ନିର୍ମାଣ କରିଥିଲେ । ନବମ ସପ୍ତାଦ୍ଦିରେ ଏହି ମନ୍ଦିରର ନିର୍ମାଣ ବିଷୟାରେ ଉଲେଖ କରାଗଲା । ରାଜା ଏହି ମନ୍ଦିରରେ ନିଜର ବହତ ମୂଲ୍ୟ ଧନ କାନ୍ଥ ଗୃହରେ ଲୁଚାଇ ରଖିଛନ୍ତି । 2004ରେ ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମନ୍ଦିରର ଗୋଟିଏ ପରେ ଗୋଟିଏ କବାଟ ଖୋଲା ଯାଇଥିଲା ।
ଆଉ ସେଠାରୁ ସୁନା, ରୂପା, ହୀରା, ମାଣିକ ଭଳି ଅମୂଲ୍ୟ ସମ୍ପତି ମିଳିଥିଲା । ଆଉ ଯେବେ ଶେଷ କବାଟ ଖୋଲା ଯାଇଥିଲା ତାହା ଖୋଲିଲା ନାହି । ଏହି ମନ୍ଦିରରେ 5ଟି କବାଟ ଅଛି । ଶେଷ କବାଟକୁ ଖୋଲିବାକୁ ପ୍ରୟାସ କରା ଯାଇଥିଲେ ବି ଏଥିରେ କୌଣସି ତାଲା ନ ଥାଇ ବି ଖୋଲିଲା ନାହି । ଏହି କବାଟରେ ଥିବା ସାପଙ୍କର ଚିତ୍ର ସଂକେତ ଦେଉଥିଲା ଯେ ଯଦି ଏହି କବାଟ ଖୋଲିବ ତେବେ ବହୁତ ଖରାପ ହେବ ଯାହା ହୋଇଥିଲା ।
ଜୁଲାଇ 2011ରେ ପ୍ରଥମ 3ଟି କବାଟ ଖୋଲାଯିବାର 3 ସପ୍ତାହ ପରେ ପିପି ସୁନ୍ଦର ରାଜନ ଯିଏକି ଏହି କବାଟ ଖୋଲିବାକୁ କୋର୍ଟକୁ ଯାଇଥିଲେ ସେ ପ୍ରଥମେ ରୋଗାଗ୍ରସ୍ତ ହେଲେ ଆଉ ତା ପରେ ତାଙ୍କର ମ୍ର୍ତ୍ଯୁ ହୋଇଗଲା । ତା ପର ମାସରେ ମନ୍ଦିର ସହ ଯୋଡି ହୋଇରହିଥିବା ଏକ ସଂସ୍ଥା ଏଭଳି ଏକ ଚେତାବନୀ ଶୁଣିବା ପରେ ସମସ୍ତଙ୍କ ହୋସ ଉଡିଗଲା ।
ଚେତାବନୀରେ ଲେଖାଥିଲା ଯିଏ ସେହି କକ୍ଷକୁ ଖୋଲିବାର ପ୍ରୟାସ କରିଛି ପରିସ୍ଥିତି ଭୟଙ୍କର ରହିଛି । ଏହି ଶେଷ କବାଟକୁ ଏକ ସ୍ଵତନ୍ତ୍ର ମନ୍ତ୍ରରେ ବନ୍ଦ କରାଯାଇଛି ଯାହାକୁ ଅଷ୍ଟ ନାଗ ବନ୍ଧ କୁହାଯାଏ । ଏହି ମନ୍ତ୍ରଟି କଣ ଏହାକୁ କିଭଳି ମୁକ୍ତ କରାଯିବ ତାହା କେହି ଜାଣି ନାହାନ୍ତି । ବନ୍ଦ ଥିବା କୋଠରି ଭିତରେ କଣ ରହିଛି ତାହା ବି କେହି ଜାଣି ନାହାନ୍ତି । ତେଣୁ କୋଠରି ଭିତରେ ଯାହାବି ଅଛି ମନ୍ତ୍ର ଦ୍ଵାରା ସୁରକ୍ଷିତ ଅଛି ବୋଲି ମାନ୍ୟତା ରହିଛି ।
କୁହାଯାଉଛି ଯିଏକି ଏହି କୋଠରି ଖୋଲିବାକୁ ଚେଷ୍ଟା କରିଛି ସେ ଖୁବ କମ ଦିନରେ ମରିଯାଇଛି । ଏଭଳି କିଛି ଭକ୍ତଙ୍କ ସହ ଘଟିଥିବା ନେଇ ଶୁଣିବାକୁ ମିଳିଛି । ତେଣୁ ସୁପ୍ରିମକୋର୍ଟ ଏହି କୋଠରି ଖୋଲିବାର ନିଷ୍ପତିକୁ ବଦଳାଇ ଦେଇଛନ୍ତି । ପ୍ରଥମ 5ଟି କୋଠରିରୁ ମିଳିଥିବା ସମ୍ପତିର ମୂଲ୍ୟ ଥିଲା 2ଲକ୍ଷ କୋଟି । ଏଥରୁ ସୁନାର ବାକ୍ସ ମିଳିଲା ଯାହା ଅଲଗା ଅଲଗା ଦେଶର ଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ପଦ୍ମ ନାଭ ମନ୍ଦିର ର ରହସ୍ୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।