ଅଷ୍ଟ ସିଦ୍ଧି, ନବ ନିଧି ର ଦାତା ହନୁମାନ ରଖିବେ ଆପଣଙ୍କୁ ସବୁ ସାମସ୍ୟାରୁ ଦୂରରେ- ଖାଲି ଏହି ମନ୍ତ୍ର ଜପିବାକୁ ହେବ

ସଂକଟମୋଚନ ହନୁମାନ ଜଲ୍ଦି ପ୍ରସନ୍ନ ହେଉଥିବା ଦେବତା ମାନଙ୍କ ମଧ୍ୟରେ ଏକ । କୁହାଯାଏ କି ହନୁମାନଙ୍କୁ ସତ ମନରେ ଶ୍ରଦ୍ଧା ପୂର୍ବକ ଭାବେ କରାଯିବା ପୂଜା କେବେ ହେଲେ ବେକାରରେ ଜୀବ ନାହିଁ । ଯେତବେଳେ ମଣିଷ ଚାରିପଟ ସଙ୍କଟରେ ଘେରି ଯାଇଥାଏ, ସେଥିରୁ ବାହାରିବାର ରାସ୍ତା ଖୋଜିବାରେ ସେ ବିଫଳ ହୋଇଯାନ୍ତି ତାହେଲେ ହନୁମାନଙ୍କୁ ସତ ମନରେ ଭାବିବା ବହୁତ ଫଳଦାୟୀ ହୋଇଥାଏ । ଯେଉଁ ଭକ୍ତ ହନୁମାନଙ୍କୁ ସତ ସେବା ଭାବରେ ହନୁମାନଙ୍କ ଆରଧନା କରିଥାଏ ସେ ହନୁମାନଙ୍କର ଦୟା ନିହାତି ପାଇଥାଏ ।

ତାକୁ କୌଣସି ବି ପ୍ରକାରର ଭୟ ବା ଡର ଡରାଇ ପାରେ ନାହିଁ ।

କୌଣସି ବି ବିଘନ ରେ ହନୁମାନଙ୍କର ସ୍ମରଣ ତାହାକୁ ନିର୍ବିଘ୍ନ କରିଦିଅନ୍ତି । ହନୁମାନଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । କିନ୍ତୁ କିଛି ଏମିତି ମନ୍ତ୍ର ଅଛି ,ଯାହାକୁ ଆପଣ ପ୍ରତିଦିନ ଜପ କଲେ ଆପଣଙ୍କୁ କେବେବି କୌଣସି ପ୍ରକାର ର ହାନି ହେବ ନାହିଁ । ଯେଉଁ ଘରେ ଏହି ମନ୍ତ୍ରର ଜପ ହୋଇଥାଏ ,ସେଠାରେ ସବୁବେଳେ ସୁଖ ସମବୃଦ୍ଧି ବାସ କରିଥାଏ । ହନୁମାନଙ୍କୁ ଅଷ୍ଟସିଦ୍ଧି ,ନବ ନିଧି ର ଦାତା ବୋଲି କୁହାଯାଇଥାଏ ,ଆପଣ ବି ନିହାତି କରନ୍ତୁ ସଙ୍କଟମୋଚନ ଙ୍କ ଜପ ।

ହନୁମାନ ଚାଳିଶାର ପାଠ ନିଜ ପାଇଁ ବଡ ପ୍ରଭାବକାରୀ ଏବଂ ଚମତ୍କାରୀ ବୋଲି କୁହାଯାଇଥାଏ ,ଏହାକୁ ନିୟମିତ ୧୧ଥର ପାଠ କଲେ ହନୁମାନ ପ୍ରସନ୍ନ ହେବେ । ଏହା ସହିତ ହନୁମାନ କବଚ ଖରାପ ଉପରେ ବିଜୟ ଲାଭ କରେ ବୋଲି କୁହାଯାଇଥାଏ । ଏଥିପାଇଁ ସବୁଦିନ ହନୁମାନ କବଚର ପାଠ କରିବା ବି ବହୁତ ଲାଭଦାୟୀ ହୋଇଥାଏ । ହନୁମାନ କବଚର ପାଠ ଆପଣଙ୍କୁ ଭୁତ ପ୍ରେତ ମାନଙ୍କ ଦରରୁ ବି ଆପଣଙ୍କୁ ରକ୍ଷା କରିଥାଏ । ଏହି କବଚର ପୂର୍ଣ ଲାଭ ରେ ଜୀବନର ସବୁ ଦୁଖଃ ସରିଯାଇ ଥାଏ । ଏଥିପାଇଁ ଏହାକୁ ଶୋକନାସ ବି କୁହାଯାଇଥାଏ । ଆସନ୍ତୁ ଜାଣିବା କେଉଁ ପ୍ରକାର ସମସ୍ୟା ପାଇଁ କେଉଁ ମନ୍ତ୍ରର ଉଚାରଣ କରିବା ଦରକାର ।

ହଂ ହନୁମନ୍ତେ ନମଃ

ଏହି ମନ୍ତ୍ର ଜପ କଲେ ଭୟ ନାସ ହୋଇଥାଏ

ହନୁମନ୍ତ୍ରଜନି ସୁନୋ ବାୟୁପୁତ୍ର ମହାବଳ

ଅକସ୍ମାଦାଗତୋପାପ୍ତ ନାରାୟାଶୁ ନାମସ୍ତୁତେ ।

ଏହି ମନ୍ତ୍ର ଭୁତ ପ୍ରେତର ବାଧା ଦୂର କରିବା ପାଇଁ ଜପ କରାଯାଇଥାଏ । ଯଦି ଆପଣଙ୍କର କିଛି ମନସ୍କାମନା ଅଛି ତାକୁ ପୂରଣ କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ ।

ମହାବଲାୟ ବିରାୟ ଚିରାଙ୍ଗଜୀବିନ ଉଚ୍ଛତେ

ହାରିଣେ ବ୍ରଜ ଦେହାୟ ଚୋଳଙ୍ଗଧିତମହାବୟେ ।

ରୋଗ ଏବଂ ଶତ୍ରୁ ଉପରେ ବିଜୟ ପାଇବା ପାଇଁ ଏହି ମନ୍ତ୍ରକୁ ସବୁଦିନ ଜପ କରନ୍ତୁ ।

ଓଂ ନମୋ ହନୁମତେ ରୁଦ୍ରାବତାରାୟ ସର୍ବ୍ଶତୃଷାହ୍ନରାୟାନ ସର୍ବରୋଗ ହରାୟ ସର୍ବବଶୀକରଣାୟ ରାମଦୂତାୟ ସ୍ଵାହା

କୁହାଯାଏକି ଏହି ମନ୍ତ୍ର ଜପ କରିବା ଦ୍ଵାରା ମଣିଷକୁ ସବୁ କର୍ଜରୁ ମୁକ୍ତି ମିଳିଯାଇଥାଏ ।

ଓଂ ନମୋ ହନୁମତେ ଆବେସାୟ ସ୍ଵାହା

ଏହି ମନ୍ତ୍ର ଜପିବା ଦ୍ଵାରା ମଣିଷର ସବୁ କଷ୍ଟ ଦୂର ହୋଇଯାଇଥାଏ ।

ହନୁମାନଙ୍କର ସାଧନା କରିବା ପୂର୍ବରୁ ଏହି ନିୟମ ପାଳନ କରନ୍ତୁ ।

-ନିସ୍ଵାର୍ଥ ପର ସେବା ଭାବନା ରଖନ୍ତୁ ଏବଂ କ୍ରୋଧ ,ଅହଂକାର କୁ ଦୂରେଇ ଦିଅନ୍ତୁ ।

-ହନୁମାନଙ୍କୁ ଘିଅର ଲଡୁ ଅର୍ପଣ କରନ୍ତୁ ।

-ଅନୁଷ୍ଠାନ ର ଦ୍ବୋରାନ ଲୁଣର ପ୍ରୟୋଗ କରନ୍ତୁ ନାହିଁ ।

-ମଙ୍ଗଳବାର ବ୍ରତ ଦିନ ଲୁଣ ସେବନ କରନ୍ତୁ ନାହିଁ ।

ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *