ଅସ୍ଥି କର୍କଟର ଉପଚାର ପାଇଁ ବରଦାନ ପାଲଟିଛି ହଟ ଡଗ ପ୍ରଣାଳୀ!

ରାଜସ୍ଥାନ ସ୍ଥିତ ଜଯପୁରର ଭଗବାନ ମହାବୀର କର୍କଟ ଚିକିଶ୍ଚାଳୟ ଏବଂ ଅନୁସନ୍ଧାନ କେନ୍ଦ୍ରର ସର୍ଜନ ଡ଼ ପ୍ରବୀଣ ଗୁପ୍ତା କହିଛନ୍ତି ଯେ ଅସ୍ଥି କର୍କଟର ଉପଚାର ପାଇଁ ହଟ ଡଗ ପ୍ରଣାଳୀ ବରଦାନ ପାଲଟିଛି । ଡ଼ ଗୁପ୍ତା କହିଛନ୍ତି ଯେ ଏହି ପ୍ରଣାଳୀରେ କର୍କଟ ଆକ୍ରାନ୍ତ ଥିବା ଅସ୍ଥିକୁ ବାହାର କରି କୃତ୍ରିମ ଅସ୍ଥି ଲଗାଇବା କୌଣସି ଆବଶ୍ୟକ ନଥାଏ ।

ଏହି ପ୍ରଣାଳୀରେ କର୍କଟ ଆକ୍ରାନ୍ତ ଅସ୍ଥିକୁ ବାହାରକରି ରେଡିଓ ଥେରାପି ଓ ତରଳ ରୂପରେ ନାଇଟ୍ରୋଜେନ କୁ ବ୍ୟବହାର କରି ଏହାକୁ କର୍କଟ ମୁକ୍ତ କରାଯାଏ । ଏହା ପରେ ପୁଣିଥରେ ଏହି ଅସ୍ଥିକୁ ମୂଳ ସ୍ଥାନରେ ଯୋଡି ଦିଆଯାଏ । ଏହି ଅସ୍ଥି ୩-୪ ମାସ ମଧ୍ୟରେ ଯୋଡିହେଇ ସାମାନ୍ଯ ସ୍ଥିତିକୁ ଆସିଯାଏ ।

Image Courtesy: Google

ଡ଼ ଗୁପ୍ତା କହିଛନ୍ତି ଯେ ନିକଟ ଅତୀତରେ ଗୋଟେ ୧୩ ବର୍ଷର ବାଳକର କର୍କଟ ଗ୍ରସ୍ତ ଅସ୍ଥିକୁ ଏହି ପଦ୍ଧତିରେ କର୍କଟ ମୁକ୍ତ କରାଯାଇଛି ଏବଂ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ସେଥିରେ ରକ୍ତ ପ୍ରବାହ କରିବାରେ ସଫଳତା ମିଳି ସାରିଛି । ସେ କହିଲେ ଯେ କର୍କଟ ମୁକ୍ତ ହେଇଥିବା ଅସ୍ଥିରେ ରକ୍ତ ପ୍ରବାହ କରିବା ପାଇଁ ଅନ୍ୟ ଗୋଡର ଅସ୍ଥିର ଛୋଟ ଅଂସ ବାହାର କରାଗଲା, ଯାହାକୁ କର୍କଟ ମୁକ୍ତ ଅସ୍ଥି ସହ ସମଯୋଜିତ କରି ରକ୍ତ ପ୍ରବାହ କରାଗଲା । ଏହା ପରେ ରୋଗୀ ସାମାନ୍ଯ ଗତିବିଧି କରିପାରିବ ।

Image Courtesy: Google

ଏହି ଚିକୀସ୍ଛା ପଦ୍ଧତିକୁ ପ୍ରୟୋଗ କରିବା ଦ୍ଵାରା ବାଳକର ଉଛାତା ବଢିବାରେ କୌଣସି ଅସୁବିଧା ଉପୁଜିବ ନାହିଁ, କିନ୍ତୁ କୃତ୍ରିମ ଅସ୍ଥି ଲଗାଇବା ଦ୍ଵାରା ବାଳକର ଉଚତାରେ ବୃଦ୍ଧି ହେବାରେ ଅସୁବିଧା ହେବ । ଏହି ପଦ୍ଧତିରେ ସଫଳତା ମିଳିବା ପରେ ଅନ୍ୟ ରୋଗୀଙ୍କୁ ମଧ୍ୟ ଏହି ପ୍ରଣାଳୀରେ ଚିକିସ୍ଛା କରାଯାଉଛି ।

Image Courtesy: Google

ସେ କହିଲେ ଯେ କର୍କଟ ଛୋଟପିଲାଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ବର୍ଷ ପାଖାପାଖି ୩ ଲକ୍ଷ ଶିଶୁ କର୍କଟ ରୋଗର ଶିକାର ହେଉଛନ୍ତି । ସେଥିମଧ୍ୟରୁ ୭୮ ହଜାରରୁ ଅଧିକ ଭାରତରେ ଆକ୍ରାନ୍ତ ହେଉଛନ୍ତି । ଆମ ଦେଶରେ ପ୍ରତିବର୍ଷ ପାଖାପାଖି ୪୦୦ ଶିଶୁଙ୍କ ଠାରେ ଅସ୍ଥି କର୍କଟ ଦେଖାଯାଉଛି । ଭଗବାନ ମହାବୀର କର୍କଟ ଚିକିଶ୍ଚାଳୟ ଏବଂ ଅନୁସନ୍ଧାନ କେନ୍ଦ୍ରରେ ପ୍ରତିବର୍ଷ ପାଖାପାଖି ୨୫ ଶିଶୁଙ୍କ ଉପଚାର କରା ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *