ଆସୁଛି ପୁଣି ଏକ ବାତ୍ୟା, ଦେଖନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସରକାରଙ୍କ ଲାଗୁ ହୋଇଥିବା କୋରୋନା କଟକାଣା ଯୋଗୁ ଚଳିତ ବର୍ଷ ଦଶହରାରେ କୌଣସି ଉଶ୍ଚବ ପାଳନ କରାଯିବ ନାହି । ଏଣୁ ପଟେ ଆସନ୍ତା ୧୫ ତାରିଖ ବେଳକୁ ବାତ୍ୟାର ଆଶଙ୍କା ଦେଖା ଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି ଆସନ୍ତା ୧୦ ତାରିଖରେ ଆଣ୍ଡାମନ ସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଓ ଏହା ୪ରୁ ୫ ଦିନ ଧରି ସମୁଦ୍ରରେ ରହିବ । ଏହା ପରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।

ତେବେ ଦୁର୍ଗାପୂଜା ସମୟରେ ଉତ୍ତର ଆଣ୍ଡାମାନ ସାଗରରେ ବାତ୍ୟା ସୃଷ୍ଟି ହେବାର ଅନୁମାନ କରା ଯାଇଛି । ଏହି ଲଘୁଚାପ ସମୁଦ୍ରରେ ଅଧିକ ଦିନ ରହିବାରୁ ଭୟଙ୍କର ରୂପ ନେଇପାରେ । ପ୍ରତି ବର୍ଷ ଅକ୍ଟୋବର ମାସରେ ଓଡିଶାରେ ବାତ୍ୟା ହେଉଛି । ଏହା ପୂର୍ବରୁ ମହାବାତ୍ୟା, ହୁଡ୍ହୁଡ, ତିତିଲି ବାତ୍ୟା ଅକ୍ଟୋବରରେ ସୃଷ୍ଟି ହୋଇ ଓଡିଶାରେ ବ୍ୟାପକ କ୍ଷୟକ୍ଷତି କରି ସାରିଛି । ଭାରତୀୟ ପାଣିପାଗ ଆଞ୍ଚଳିକ କେନ୍ଦ୍ର ଅନୁମାନ କରି ସୂଚନା ଦେଇଛି ଯେ ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ।

ଏହା ପୂର୍ବ ରୁ ଓଡିଶାରେ ବ୍ୟାପକ କ୍ଷତି କରିଥିବା ବାତ୍ୟା ଅମ୍ପାନ ମଧ୍ୟ ସମୁଦ୍ରରେ ୫ ଦିନ ଧରି ରହିଥିଲା ଓ ସ୍ଥଳଭାଗ ମୁହାଁ ହୋଇଥିଲା । ତେଣୁ ଅକ୍ଟୋବର ମାସରେ ହେବାକୁ ଥିବା ଏହି ବାତ୍ୟା ଶକ୍ତିଶାଳୀ ହୋଇ ଓଡିଶା ଉପକୂଳ କୁ ଆସିବା ନେଇ ପୂର୍ବାନୁମାନ କରା ଯାଇଛି । ଯଦି ଅନ୍ତଜାତୀୟ ମଡେଲ ପାଣିପାଗ ବିଭାଗ ବାତ୍ୟା ନେଇ ଅନୁମାନ କରୁଛନ୍ତି ।

ତେବେ ଏହି ବାତ୍ୟା କେତେ ଶକ୍ତିଶାଳୀ ହେବ ବା ଏହାର ପ୍ରଭାବ ଓଡିଶା ଉପରେ କେମିତି ରହିବ ବା କେତେ କ୍ଷୟକ୍ଷତି କରିପାରେ ଏ ବାବଦରେ କୌଣସି ସୂଚନା ମିଳି ନାହି । ଅନ୍ୟ କ୍ଷେତ୍ର ରେ ବିଶେଷଜ୍ଞଙ୍କ ମତରେ ବାତ୍ୟା ସୃଷ୍ଟି ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯଦି ପ୍ରତ୍ୟାବର୍ତ୍ତନ ହୋଇଯାଏ ତେବେ ବାୟୁ ମଣ୍ଡଳରେ ତଳ ଉପର ଭାଗର ବାୟୁ ପ୍ରଭାବ ଆସୁଥିବା ବାତ୍ୟାକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇ ପାରିବ ।

ବନ୍ଧୁଗଣ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *