ଆସୁଛି ବଡ ବିପଦ, ଆକାଶରେ ଦେଖାଗଲା ଭୂତର ଛାୟା, ଆଉ ତା ପରେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ଜାଣିଥିବେ ଅନେକ ସମୟରେ ଜଳବାୟୁ ପରିବାର୍ତ୍ତନ ହେବା କାରଣରୁ ଆକାଶର ରଙ୍ଗ ରେ ପରିବର୍ତ୍ତନ ହୋଇଥାଏ । ତେବେ ଏହା ଏକ ସାଧାରଣ ପୃକ୍ରିୟା ଅଟେ । କିନ୍ତୁ ଏମିତି ବି ଦେଖାଯାଏ କି ଆକାଶର ରଙ୍ଗ ନାଲି ଓ ଗୋଲାପି ହେବା ବଦଳରେ କିଛି ଭିନ୍ନ ରଙ୍ଗ ସୃଷ୍ଟି ହୋଇଥାଏ ଯାହାକୁ ନେଇ ମନରେ ଭୟ ଆସିଥାଏ । ଆକାଶରେ ବର୍ଷା ଆସିଲେ କଳା ବାଦଲ ଯେମିତି ଘେରିଯାଏ ଠିକ ସେଭଳି ଏକ ଅଦଭୂତ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାରେ ।

ଅନେକ ଥର ଆକାଶରେ ଗୋଲାପି ଓ ନାଲି ରଙ୍ଗ ଦେଖିବାକୁ ମିଳିଛି ହେଲେ ନିକଟରେ ଆମେରିକାର ସାଉଥ ଡେକାର୍ଟ ର ସିଓଅକ୍ଷଫଲ ର ଆକାଶ ଏମିତି ରଙ୍ଗରେ ରଙ୍ଗୀନ ହେଲା ଯେ ଲୋକେ ଭୟରେ ଘରକୁ ଚାଲିଗଲେ । ହଠାତ ଆକାଶର ରଙ୍ଗ ସବୁଜ ହୋଇଗଲା ସତେ ଯେମିତି ସିନେମା ରେ ଯେମିତି ଭୁତର ଛାୟା ଆକାଶରେ ଛାଇଯାଏ ଠିକ ସେହି ଭଳି କୌଣସି ଅଦୃଶ୍ୟ ଶକ୍ତି ବୋଧ ହୁଏ ଆକାଶକୁ ଘୋଡାଇ ଦେଲା ।

ଆକାଶର ରଙ୍ଗ ଦେଖି ଆମେରିକାର ଲୋକେ ଭୟ କରିଥିଲେ ସତ କିନ୍ତୁ ସୋସିଆଲ ମିଡିଆରେ ଏହାର ଫୋଟୋ ଭାଇରାଲ ହେଲା । ଏଭଳି ଘଟଣା ଅଦଭୂତ ହେବ ସହ ସମସ୍ତଙ୍କୁ ଭୟଭୀତ କରି ଦେଇଛି । ତେବେ ଏହା ପଛରେ ଥିବା ବିଜ୍ଞାନ ର ଭାଷା କିଛି ଅଲଗା କହୁଛି ।

ଆକାଶରେ ହଠାତ ଏଭଳି ସବୁଜ ରଙ୍ଗ ବରଫ ରୁ ନିର୍ଗତ ହେଉଥିବା ସବୁଜ ରଙ୍ଗ କାରଣରୁ ହୋଇଥାଲା ବୋଲି ଆମେରିକାର NWS ଜାତୀୟ ଜଳବାୟୁ ସେନାର ବୈଜ୍ଞାନିକ କୋରି ମାଟ୍ରିନ ପ୍ରକୃତିର ଏଭଳି ଦୁର୍ଲଭ ବୈଜ୍ଞାନିକ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ବୁଝାଇ ଥିଲେ । ଏଥିପାଇଁ ସେ ଇନ ପ୍ରୋଗ୍ରାଫିଆର ସହଯୋଗ ନେଇଥିଲେ ।

ସେ କହିଥିଲେ ଝଡ ସମୟରେ ପ୍ରଚୁର ପାଣି ର ଗଭୀରତା ଥିବା ଜଳକଣା ଓ ବରଫ ରୁ ଏକ ପ୍ରକାରର ନୀଳ ଆଲୋକ ବାହାରି ଥାଏ । ଏହି ନୀଳ ଆଲୋକ ଆକାଶରେ ଛାଇ ଯାଇଥିବା ନାଲି ଛାଇ ସହ ମିଶିବା ପରେ ଏଭଳି ସବୁଜ ରଙ୍ଗ ସୃଷ୍ଟି ହୋଇଥାଏ । ବାଦଲ ଭିତରେ ଅଧିକ ମାତ୍ରା ରେ ବରଫ ଓ ପଣି ଥିଲେ ଏଭଳି ରଙ୍ଗ ଦେଖାଯାଏ ।

ମାଟ୍ରିନ ଙ୍କ କହିବା ଅନୁଯାୟୀ ଯଦି କେବେ ଆକାଶରେ ରଙ୍ଗ ସବୁଜ ହୋଇଯାଏ ତେବେ ବହୁ ମାତ୍ରା ରେ ବରଫ ର ମାତ୍ରା ରହିବାର ସମ୍ଭାବନା ରହିଛି । ଦୁଇ ମାସ ପୂର୍ବରୁ ଚୀନନା ର ଝ୍ବସନ ସହରରେ ଆକାଶ ନାଲି ହୋଇ ଯାଇଥିଲା । ଏହା ପଛରେ ବି ବୈଜ୍ଞାନିକ କାରଣ ବୁଝାଇ ଥିଲେ ବୈଜ୍ଞାନିକ ମାନେ ।

ବୋଧ ହୁଏ ଏହା କୌଣସି ବଡ ବିପଦ ଆସିବାର ସୂଚନା ମଧ୍ୟ ହୋଇପାରେ ଯାହା ଅନୁମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *