ମାଡି ଆସୁଛି ବାତ୍ୟା ‘ଲାରୀ’, ଘଣ୍ଟା ପ୍ରତି ପବନର ବେଗ ରହିବ ୧୩୫ କିମି, ସତର୍କ ଜାରି କଲା ପ୍ରଶାସନ 

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ଏକ ବାତ୍ୟା ମାଡି ଆସୁଛି । ଏହି ବାତ୍ୟା ଆଟଲାଣ୍ଟିକ ମାହାସାଗର ରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ରେ ଏହି ଘୂର୍ଣ୍ଣିବଳୟ ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି । ଏହି ବାତ୍ୟା ର ନାଁ ହେଉଛି ଲାରୀ ଯାହା ଗୁରୁବାର ଦିନ ବରମୁଡା ଅତିକ୍ରମ କରିଛି । ଆକ୍ୟୁ ୱେବର ର ରିପୋର୍ଟ ମୁତାବକ ଏହି ବାତ୍ୟା ସମୟ କ୍ରମେ ଶନିବାର ରାତିରେ ଆଟଲାଣ୍ଟିକ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ଵିପରେ ଲ୍ୟାଣ୍ଡଫଲ କରିବ ।

ଲାରୀ ବାତ୍ୟାର ପ୍ରଭାବ ରେ ବହୁତ ଜୋରରେ ପବନ ଓ ବର୍ଷା ହେବାର ଆଶଙ୍କା କରା ଯାଇଛି । କାନାଡା ରେ କିଛି ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇ ଗଲାଣି । ବାତ୍ୟା ଲାରୀ ସମୟ କ୍ରମେ ପୂର୍ବ ଉପକୂଳରେ ପ୍ରଭାବ ପକାଇବ । କାନାଡା ହରିଜେନ ସେଣ୍ଟର ବାତ୍ୟା ଲାରୀ କୁ ନେଇ ସତର୍କ ସୂଚନା ଦେଇଛି । ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡ ବର୍ଗର ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଛି । ବାତ୍ୟା ଲାରୀ କ୍ରମଶ ଦୁର୍ବଳ ହେବାରେ ଲାଗିଛି । ପୂର୍ବ ରୁ ଏହାର ଘଣ୍ଟା ପ୍ରତି ପବନର ବେଗ ୧୫୦ କିମି ଥିବାର ସମ୍ଭାବନା ରହିଥିଲା ।

କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ ଏହାର ଗତି ୧୩୦ କିମି ବେଗ ରହିବ । ଶୁକ୍ରବାର ଦିନ ବାତ୍ୟା ଲାରୀ କାନାଡା ଉପକୂଳ ଠାରୁ ୧୩୫ କିମି ଦୂରରେ ରହିଥିଲା । ଏହା ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡକୁ ଗତି କରୁଛି । ବରମୁଡା ଅତିକ୍ରମ କରିବା ସମୟରେ ଏହାର ଘଣ୍ଟା ପ୍ରତି ପବନର ବେଗ ରହିଥିଲା ୧୬୫ କିମି । ପରେ ଏହାର ପବନର ବେଗ କମିବାରେ ଲାଗିଥିଲା । ଏବେ ସୁଦ୍ଧା କାନାଡା ରେ ଉଚ୍ଚ ଜୁଆର ଆସୁଥିବାର ଦେଖିବାକୁ ମିଳିଛି । ସମୁଦ୍ର ରେ ନ ଗାଧୋଇବା ଓ ମାଛ ଧରାଳି ମାନଙ୍କୁ ସତର୍କ କରା ଯାଇଛି ।

ଆକ୍ୟୁ ୱେବର ବରିଷ୍ଠ ଗବେଷକ ରବ ମିଲର ରାଏ ଦେଇଛନ୍ତି ଯେ କିଛି ଦିନ ମଧ୍ୟ ରେ ବାତ୍ୟା ଲାରୀ ର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିବ । ଏହା ଲ୍ୟାଣ୍ଡଫଲ କରିବା ସମୟରେ ଏହାର ପବନର ବେଗ ତୀବ୍ର ରହୁ ଥିବାର ଅନେକ କ୍ଷୟ କ୍ଷତି ହେବାର ସମ୍ଭବନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *