ଆସୁଛି ବାତ୍ୟା ଜାୱାଦ୍ | ପୁରୀରୁ ପାରାଦ୍ୱୀପ ମଧ୍ୟରେ ହେବ ମାଡ

ଦଶହରା ପରେ ପରେ ହିଁ ଓଡିଶାରେ ମାଡ ହେବାକୁ ଯାଉଛି ପୁଣି ଏକ ବାତ୍ୟା । ଯାହାର ନାଁ ଜାୱାଦ ରଖା ଯାଇଛି । ପାଣି ପାଗର ଆକଳନ ଅନୁସାରେ ଏହା ଓଡିଶାର ପୁରୀ ଓ ପାରାଦ୍ଵୀପ ମଧ୍ୟରେ ମାଡ ହେବ । ଉତ୍ତର ଆଣ୍ଡାମାନ ସାଗାରରେ ସୃଷ୍ଟି ହୋଇଥିବା ଘୁର୍ନିବଳୟ ପ୍ରଭାବରେ ବର୍ତ୍ତମାନ ଆଣ୍ଡାମନରେ ପ୍ରବଳ ବର୍ଷା ହେଉଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପରେ ପରିଣତ ହେବ । ୪ ରୁ ୫ ଦିନ ଏହି ଲଘୁଚାପ ସମୁଦ୍ର ମଧ୍ୟରେ ଆହୁରି ଅଧିକ ଶକ୍ତିଶାଳୀ ହେବା ପରେ ଓଡିଶାର ସ୍ଥଳ ଭାଗକୁ ଛୁଇଁବ ।

ଏହି ୫ ଦିନ ମଧ୍ୟରେ ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ, ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଏହି ବାତ୍ୟା ଓଡିଶାରେ ହିଁ ଲ୍ୟାଣ୍ଡଫଳ କରିବା ବୋଲି ପାଣି ପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ।

କିନ୍ତୁ ସବୁଠୁ ଭଲ କଥା ହେଉଛି କି ଏହି ବାତ୍ୟା ଦଶହରା ପରେ ଓଡିଶାରେ ମାଡ ହେବ । ସମସ୍ତେ ଦଶହରା ପର୍ବକୁ ହସ ଖୁସିରେ ପାଳନ କରି ପାରିବେ । କେତେକ ପାଣି ପାଗ ସଂସ୍ଥା ଅନୁସାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକରୁ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବ । କୁହାଯାଉଛି କି ଏହା ଓଡିଶାର ପୁରୀ ଓ ପାରାଦ୍ଵୀପର ମଧ୍ୟ ଭାଗରେ ଲ୍ୟାଣ୍ଡଫଳ କରିବ ଅର୍ଥାତ ସେହି ଅଞ୍ଚଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ ।

ସୂଚନା ଆନୁସାରେ ଅକ୍ଟୋବର ୧୬ ତାରିଖ ରାତିରେ କିମ୍ବା ୧୭ ତାରିଖ ସକାଳେ ଏହା ସ୍ଥଳ ଭାଗ ଛୁଇଁବ । ଯାହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଭାରତୀୟ ପାଣି ପାଗ ସହିତ ଅନ୍ୟ କେତେକ ପାଣି ପାଗ ସଂସ୍ଥା ବି ଆକଳନ କରୁଛନ୍ତି କି ଏହି ଲଘୁଚାପ ବାତ୍ୟାର ରୂପ ନେଇ ଓଡିଶାର ସ୍ଥଳ ଭାଗକୁ ଛୁଇଁବ ।

ଆସନ୍ତା ୪୮ ଘଣ୍ଟା ପରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେବ ଓ ଏହି ବାତ୍ୟା ବିଷୟରେ ସଠିକ ସୂଚନା ମିଳିବ କି ଏହା କେତେ ଭୟଙ୍କର ହେବ । କିନ୍ତୁ ସବୁଠୁ ଭଲ କଥା ହେଉଛି ଦଶହରା ପରେ ଅର୍ଥାତ ଅକ୍ଟୋବର ୧୬ ପରେ ହିଁ ବାତ୍ୟା ହେଉ କିମ୍ବା ବର୍ଷାର ପ୍ରଭାବ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *