ରାଗିଛନ୍ତି କି ମା କାଳିଜାଇ, କେଉଁ ବିପଦର ସଙ୍କେତ ଦେଉଛନ୍ତି ମା କାଳିଜାଇ । କାହିଁକି ବାରମ୍ବାର ଘଟୁଛି ଏଭଳି ଅଘଟଣ, କାହିଁକି ବାରମ୍ବାର ଅଟକୁଛି ଡଙ୍ଗା । କଣ ହୋଇପାରେ କାରଣ ଚିଲିକାରେ ବାଜିରେ ଲାଗିଛି ଜୀବନ । ହେ ମାଆ କାଳିଜାଇ ଆମକୁ ରକ୍ଷା କର ମା । ଏ ଚିଲିକା ମଝିରେ ଆମେ ଅଟକି ରହିଛୁ ଅକାତ କାତ ପାଣି ମଝିରେ ଆମେ ଝୁଲି ରହିଛୁ । ନା ଆମ ଡଙ୍ଗା ଆଗକୁ ଯାଉଛି ନା ପଛକୁ ଫେରୁଛି ।
ଏ ମଝି ଦରିଆରେ ଆମ ଜୀବନ ଆଜି ସୂତା ଖିଅ ରେ ଝୁଲୁଛି ମାଆ । ହେ ମାଆ କାଳିଜାଇ ତମକୁ କଣ ଆଜି ଆମେ ଦର୍ଶନ କରିପାରିବୁନି । କଣ ତମକୁ ଦେଖିବାର ଇଛା ପୂରଣ ହେବନି । କଣ ତମ ଆଶୀର୍ବାଦ ପାଇବାର ସ୍ଵପ୍ନ ସବୁଦିନ ପାଇଁ ସ୍ଵପ୍ନ ହୋଇ ରହିଯିବ । ଆମ ଉପରେ ଟିକେ ଦୟା କର ମାଆ । ଏ ମହା ବିପଦରୁ ଆମକୁ ଉଦ୍ଧାର କର । ଏ ଡଙ୍ଗାରେ ଆମେ 25 ଜଣ ବସିଛୁ କିନ୍ତୁ ସମସ୍ତେ ଆମେ ଆଶା ଆଶଙ୍କା ରେ ପଡି ଯାଇଛୁ ।
ତମକୁ ଦର୍ଶନ କରିବାକୁ ଯାଉଛୁ ହେଲେ ଏ ଘନ କୁହୁଡି ଆମ ଆଗରେ କଣ୍ଟା ହୋଇ ଛିଡା ହୋଇଛି । ହାତେ ଆଗକୁ ବି କିଛି ଦେଖା ଯାଉନି ଡଙ୍ଗା ଭିତରେ ମଧ୍ୟ ସମସ୍ତଙ୍କୁ ଦେଖି ମଧ୍ୟ ହେଉନି । ଏ କଳା ଭଅଁର ପାଣି ଭିତରେ ଆମେ ଲଟକି ଯାଇଛୁ ମାଆ । ଆମକୁ ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ ଟିମ ମଧ୍ୟ ଅଧ ବାଟରେ ଅଟକି ଯାଇଛି ଏବେ ଆମେ କଣ କରିବୁ ମାଆ କିଏ ଆମକୁ ସାହା ହେବ ।
ତମ ପାଖରେ ଆମ ନିଜକୁ ସମର୍ପଣ କରି ଦେଉଛୁ । ମାରିଲେ ତମେ ମାରିବ ଆଉ ରଖିଲେ ତମେ ରଖିବ । ରକ୍ଷା କର ମାଆ କାଳିଜାଇ ରକ୍ଷା କର । ହଁ ଦର୍ଶକ ବନ୍ଧୁ ଭରା ଚିଲିକା ମଝିରେ ଅଟକି ରହିଥିବା ଯାତ୍ରୀ ମାନେ କେମିତି ବିକଳ ହୋଇ ମାଆଙ୍କୁ ଡାକୁ ଛନ୍ତି । ସକାଳୁ ମା କାଳିଜାଇ ଙ୍କୁ ଦର୍ଶନ କରିବାକୁ ଯାଉଥିବା ସମୟରେ ଡଙ୍ଗା ଟି ଅକାତ କାତ ପାଣି ମଝିରେ ଝୁଲି ରହିଥିଲା । ଡଙ୍ଗା ରେ ଥିବା 25 ଜଣ ମା ଙ୍କୁ ଡାକୁଥିଲେ ।
ଓଡ୍ରାଫ ଟିମ ମଧ୍ୟ ଡଙ୍ଗାକୁ ଉଦ୍ଧାର କରିବାକୁ ଆସୁଥିବା ବେଳେ ଓଡ୍ରାଫ ଟିମ ମଧ୍ୟ ପାଣି ମଝିରେ ଅଟକି ରହିଥିଲା । ଘନ କୁହୁଡି ଯୋଗୁଁ ଏଭଳି ଏକ ବିପଦ ଜନକ ଅବସ୍ଥା ସୃଷ୍ଟି ହୋଇଥିବା ଜଣା ପଡିଛି । ତେବେ ବହୁତ ସମୟ ଧରି ଚିଲିକା ମଝିରେ ଅଟକି ରହିବା ପରେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ।
ତେବେ ମା କାଳିଜାଇ ଙ୍କ ପୀଠ ରେ ଏପରି ବାରମ୍ବାର ଡଙ୍ଗା ଅଟକି ଯାଉଥିବାର କାରଣ ଏ ଯାଏଁ ଜଣା ପଡୁ ନାହି । ମଝି ଚିଲିକାରେ ମା ହିଁ କେବଳ ସାହା ଭରସା ବୋଲି ଲୋକେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।