ଆରବ ସାଗରେ ଘନୀଭୂତ ହୋଇ ବାତ୍ୟା “Shaheen” ର ରୂପ ନେବ Cyclone Gulab,

ବାତ୍ୟା ଗୁଲାବର ଅବଶିଷ୍ଟ ଅଂସ ଆରବ ସାଗରରେ ପ୍ରବେଶ କରି ଏହା ଆହୁରି ଅଧିକ ଘନୀଭୂତ ହୋଇ ଅନ୍ୟ ଏକ ବାତ୍ୟାର ରୂପ ନେବ । ଯଦି ବାତ୍ୟା ହୁଏ ତେବେ ଏହାର ନାଁ ସାହିନ ରହିବ । ୨ ରୁ ୩ ଦିନ ମଧ୍ୟରେ ବାତ୍ୟା ସାହିନ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଗୁଜୁରାଟ, ମଧ୍ୟ ମହାରାଷ୍ଟ୍ର, ମରାଠବାଡା, ସୌରାଷ୍ଟ୍ର ଓ କୁଚ୍ଛରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ୩୦ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ଏହି ଗୁଲାବ ବାତ୍ୟାର ଅବଶିଷ୍ଟାନ୍ସ ଉତ୍ତର ପୂର୍ବ ଆରବସାଗର ଗୁଜୁରାଟ ଉପକୂଳରେ ଅନ୍ୟ ଏକ ବାତ୍ୟାରେ ପରିଣତ ହେବ । ଯାହାର ନାଁ ସାହିନ । ୨୪ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଆହୁରି ଅଧିକ ତୀବ୍ର ହୋଇପାରେ ।

ଭାରତୀୟ ପାଣି ପାଗ ବିଭାଗ ଅନୁସାରେ ଗୁଲାବର ଅବଶିଷ୍ଟାନ୍ସ ଆରବ ସାଗରରେ ଅନ୍ୟ ଏକ ଘୁର୍ନିବଳୟ ସାହିନ ବାତ୍ୟାକୁ ନଜର ଅନ୍ଦାଜ କରି ହେବ ନାହିଁ । ଏହା ବ୍ୟାପକ କ୍ଷୟକ୍ଷତି କରି ପାରେ । ୨୬ ତାରିଖ ଦିନ ବାତ୍ୟା ଗୁଲାବ ଆନ୍ଧ୍ର ଓ ଓଡିଶା ସୀମା ଦେଇ ଉପକୂଲକୁ ପ୍ରବେଶ କରି ଥିଲା । ବର୍ତ୍ତମାନ କୁହାଯାଉଛି କି ଏହା ମହାରାଷ୍ଟ୍ର ଉପରେ ଅଧିକ ପ୍ରଭାବ ପକାଇବ । ବର୍ତ୍ତମାନର ଆମର ପରିବେଶ ଓ ପାଣିପାଗ ଏହି ବାତ୍ୟାର ଶକ୍ତିକୁ ବଢାଇବାରେ ଆହୁରି ସାହାର୍ଯ୍ୟ କରିବ ।

୩୦ ତାରିଖ ସନ୍ଧ୍ୟା ସମୟରେ ବାତ୍ୟା ଗୁଲାବର ଅବଶିଷ୍ଟାନ୍ସ ଆରବ ସାଗରରେ ମିଶିବ ଓ ସମୁଦ୍ର ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଯାହାର ନାଁ ସେହି ସମୟରେ ସାହିନ ହେବ । ଅକ୍ଟୋବର ୫ ପର୍ଯ୍ୟନ୍ତ ତାହା ଓମାନ, ପାକିସ୍ତାନ ଓ ଇରାନ ଭଳି ଦେଶ ଦେଇ ଆବୁଧାବୀରେ ଲ୍ୟାଣ୍ଡଫଳ କରିବ ବୋଲି ପାଣି ପାଗ ବିଭାଗ ତରଫରୁ ଅନୁମାନ କରାଯାଉଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବାତ୍ୟା ଯେତେବେଳେ ସ୍ଥଳଭାଗକୁ ଛୁଇଁଥାଏ ତେବେ ସେ କ୍ରମଶଃ ଦୁର୍ବଳ ହୋଇଯାଏ ।

ବର୍ତ୍ତମାନ ସ୍ଥିତିରେ ବାତ୍ୟା ଗୁଲାବର ଅବଶିଷ୍ଟାନ୍ସ ଆରବ ସାଗରରେ ପ୍ରବେଶ କରି ପୁଣି ଥରେ ଘନୀଭୂତ ହେଉଛି । ଏହା କେମିତି ସମ୍ଭବ । କହିବାକୁ ଗଲେ ଏହା ପୁରା ବାତ୍ୟା ନୁହେଁ, ଏହା ଏକ ମନସୁନ ବାତ୍ୟା ଅଟେ । ଏହି ବାତ୍ୟାର ଯେଉଁ ବର୍ଷା କରିବାର କ୍ଷମତା ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଛି । ୩୦ ତାରିଖ ଦିନ ସନ୍ଧ୍ୟା ସମୟରେ ଏହି ବାତ୍ୟା ସ୍ଥଳଭାଗ ଛାଡି ସମୁଦ୍ର ମଧ୍ୟକୁ ପ୍ରବେଶ କରିବ ଓ ସେହି ସ୍ଥାନରେ ପୁଣି ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିବ ।

ଏହି ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଳ କରିବ ତାହା ବିଷୟରେ କହିବା କଷ୍ଟକର ଅଟେ । ଏହା ମହାବାତ୍ୟାର ରୂପ ନବ ନାହିଁ । ୩୦ ତାରିଖ ପରେ ଏହା କେବଳ ଏକ ସାଧାରଣ ବାତ୍ୟା ହୋଇ ରହିବ । ଏହି ବାତ୍ୟା ବର୍ଷା କରାଇବାର କ୍ଷମତା ରଖିଛି ।

Leave a Reply

Your email address will not be published. Required fields are marked *