୮ ବର୍ଷ ଧରି ହେଉନଥିଲା ଛୁଆ, ହେଲେ ଦେବୀ ମାଙ୍କ ଏହି ମନ୍ଦିରର ପ୍ରସାଦ ସେବନ କରିବାରୁ ମିଳିଲା ସନ୍ତାନ ସୁଖ- ଯଦି ଆପଣଙ୍କର ବି ଏହି ଅସୁବିଧା ଅଛି ନିଶ୍ଚୟ ଯାଆନ୍ତୁ ଏହି ମନ୍ଦିର

ସବୁ ନାରୀର ଇଛା ଥାଏ କିପରି ତାଙ୍କ କୋଳକୁ ଛୋଟ ଛୁଆଟେ ଆସିବ, ସେମାନେ କିପରି ତା ମୁଖରୁ ମା ଡାକ ଶୁଣିବେ । ସେମାନେ ଯେତେ ଦୁଖ କଷ୍ଟରେ ଚଳୁଥିଲେ ମଧ୍ୟ ସନ୍ତାନ ସୁଖ ସମସ୍ତ ଦୁଖ କୁ ଭୁଲାଇ ଦେଇଥାଏ । କିନ୍ତୁ ଏତେ ବଡ ଦୁନିଆରେ ସମସ୍ତଙ୍କୁ ଏହି ସୁଖ ପ୍ରାପ୍ତ ହେଇ ନଥାଏ । ଯାହାଫଳରେ ସନ୍ତାନଟିଏ ପାଇବାପାଇଁ ସେମାନେ ଅନେକ ଉପାୟ ଆପଣେଇଥାନ୍ତି । ଏହି କ୍ଷେତ୍ରରେ ଅନେକ ଡାକ୍ତରଙ୍କ ପାଖକୁ ଯାନ୍ତି ଏବଂ ଅନ୍ୟ କେତେକ ଜାଦୁ ଟୋନା ଉପରେ ବିଶ୍ଵାସ କରନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ସନ୍ତାନ ପ୍ରାପ୍ତିର ଏମିତି ଏକ ଉପାୟ କହିବୁ ଯେଉଁଥିରେ ଆପଣ ଅସଫଳ ହେବାର ମାତ୍ରା ଅତି କମ ହେଇଥାଏ, ଏହାର ଉଦାହରଣ ମଧ୍ୟ ଆମେ ଦେଖିବା ।

ଏହି ଉପାୟ ପାଇଁ ଆପଣଙ୍କୁ ଏକ ମନ୍ଦିରକୁ ଯିବାକୁ ପଡିବ ଏବଂ ସେଠାରୁ ପ୍ରସାଦ ଗ୍ରହଣ କରିବାକୁ ପଡିବ । ଦକ୍ଷିଣ ଭାରତର ତାମିଲନାଡୁ ରାଜ୍ୟର ବେଲୁପୁରମରେ ଅବସ୍ଥିତ ଇନ୍ଦୁମ୍ବନ ମନ୍ଦିର ମାହିଳାଙ୍କୁ ସନ୍ତାନ ପ୍ରଦାନ କରିବା ପାଇଁ ବିଖ୍ୟାତ । ଏହି ମନ୍ଦିରଟି ମା ଦୂର୍ଗାଙ୍କ ମନ୍ଦିର ଅଟେ । ଏହି ମନ୍ଦିରକୁ ମାହିlଳା ମାନେ ଆସି ମାତା ରାଣୀଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି ଏବଂ ଏକ ବିଶେଷ ପ୍ରସାଦ ଗ୍ରହଣ କରନ୍ତି, ଯାହାଫଳରେ କିଛି ମାସ ବ୍ୟବଧାନରେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେଇଥାଏ । କୁହାଯାଏ ଏହି ମନ୍ଦିରକୁ ଜିଏବି ଆସେ ସେ କେବେବି ନିରାଶ ହୁଏ ନହିଁ ।

*

ଏହି ବିଶେଷ ପ୍ରସାଦରୁ ମିଳିଥାଏ ସନ୍ତାନ ସୁଖ :-

ଏହି ମନ୍ଦିରକୁ ଯେଉଁ ମହିଳା ଆସିଥାଏ ତାଙ୍କୁ ଏକ ବିଶେଷ ଫଳ ପ୍ରସାଦ ରୂପରେ ପ୍ରଦାନ କରାଯାଇଥାଏ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ଫଳ ଭୋଗ ରୂପରେ ମାତାଙ୍କୁ ଚଢାଇବାକୁ ପଡିଥାଏ । ଏହାପରେ ପୂଜାରୀ ଏହି ଫଳ ବଦଳରେ ତାଙ୍କୁ ଅନ୍ୟ ଏକ ଫଳ ପ୍ରସାଦ ରୂପରେ ଦେଇଥାନ୍ତି । କୁହାଯାଏ ଏହି ଫଳ ସେବନ କରିବା ଦ୍ଵାରା ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହେଇଥାଏ । ପ୍ରକୂଟରେ ଏହି ଫଳତି ଲେମ୍ବୁ ହେଇଥାଏ । କାରଣ ଲେମ୍ବୁ ଖରାପ ନ ହେଇ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ଲେମ୍ବୁରେ ମା ଦୂର୍ଗାଙ୍କ ଆଶୀର୍ବାଦ ରହିଥାଏ । କୁହାଯାଏ ଏହି ମନ୍ଦିରରେ କେବଳ ସନ୍ତାନ ନୁହଁ ଅନ୍ୟ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହେଇଥାଏ ।

ଏହି କଥାଟିର ତାଜା ଉଦାହରଣ ନାଗପୁରର ଅଧିବାସୀ କୌଶଲ୍ୟା ଅଟନ୍ତି । ତାଙ୍କ ବିବାହର ୮ବର୍ଷ ବୀତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ହେଇ ନଥିଲେ । ସେ ଯେତେ ପ୍ରଚେଷ୍ଟା କଲେ ମଧ୍ୟ ବିଫଳ ହେଇଥିଲେ । କିନ୍ତୁ ଯେତେବେଳେ ସେ ମାତାଙ୍କର ଏହି ମନ୍ଦିରକୁ ଯାଇ ପ୍ରସାଦ ଗ୍ରହଣକଲେ ତାହାର ଠିକ ୧୦ ମାସ ପରେ ତାଙ୍କୁ ସନ୍ତାନ ପ୍ରାପ୍ତି ହେଲା । ଯଦି ଆପଣ ଏହି ପ୍ରକାରର ଅସୁବିଧା ଭୋଗୁଛନ୍ତି ତେବେ ଆପଣ ଏହି ମନ୍ଦିରକୁ ଅବଶ୍ୟ ଯାଅନ୍ତୁ ।

Leave a Reply

Your email address will not be published. Required fields are marked *