Cyclone ଗୁଲାବକୁ ନଜରରେ ରଖି 28 ଟି ଟ୍ରେନକୁ କରାଗାଲା ବାତିଲ, ଦେଖନ୍ତୁ ବାତିଲ ହୋଇଥିବା Train ଲିଷ୍ଟ

ସବୁ ବର୍ଷ ଓଡିଶାରେ ବାତ୍ୟା ଆସିବା ସୁନିଶ୍ଚିତ । ଏହି ବର୍ଷ ମଧ୍ୟ ଓଡିଶାରେ ବହୁତ ବାତ୍ୟା ଆସି ସାରିଛି । କିନ୍ତୁ କୌଣସି ବି ବାତ୍ୟା ଓଡିଶାର ବିଶେଷ କ୍ଷତି କରି ପାରି ନାହିଁ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଓଡିଶା ଉପରକୁ କିଛି ବାତ୍ୟା ଓ ଲଘୁଚାପର ପ୍ରଭାବ ପଡିବ । ଯେଉଁ କାରଣରୁ ରେଳ ବିଭାଗ କିଛି ଟ୍ରେନକୁ ବାତିଲ କରି ଦେଇଛନ୍ତି । ରେଳ ବିଭାଗ ବାତ୍ୟାକୁ ଦ୍ରୁଷ୍ଟିରେ ରଖି ୨୬ ଓ ୨୭ ତାରିଖ ପାଇଁ ପୂର୍ବତଟ ରେଳ ପଥ ଦେଇ ଯିବା ଆସିବା କରୁଥିବା ୨୮ ଟି ଟ୍ରେନକୁ ବାତିଲ କରାଯାଇଛି ।

ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଏହା କରାଯାଇଛି । ୨୬ ତାରିଖ ପାଇଁ ଭୁବନେଶ୍ଵର – ବାଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ଵର – ଜସବନ୍ତପୁର, ଭୁବନେଶ୍ଵର – ବିଶାଖାପାଟଣା, ବିଶାଖାପାଟଣା – ଭୁବନେଶ୍ଵର, ଭୁବନେଶ୍ଵର – ସିକନ୍ଦରାବାଦ ବିଶାଖା ଟ୍ରେନ, ଭୁବନେଶ୍ଵର – ତିରୁପତି ଟ୍ରେନ ଗୁଡିକୁ ବାତିଲ କରାଯାଇଛି ।

ସେହିଭଳି ପୁରୀ – ଗୁଣପୁର, ପୁରୀ – ଚେନ୍ନାଇ ସେଣ୍ଟ୍ରାଲ, ଗୁଣପୁର – ବିଶାଖାପାଟଣା, ବିଶାଖାପାଟଣା – ଗୁଣପୁର ଟ୍ରେନ ଗୁଡିକ ବାତିଲ କରାଯାଇଛି । ଭୁବନେଶ୍ବର – ପଲାସ, ବିଶାଖାପାଟନାମ – ଟାଟା, ବିଶାଖାପାଟନାମ – କୋର୍ବା, କୋର୍ବା – ବିଶାଖାପାଟନାମ, ସମ୍ବଲପୁର – ନାନ୍ଦେଡ଼, ରାୟପୁର – ବିଶାଖାପାଟନାମ, ବିଶାଖାପାଟନାମ – ରାୟପୁର, ବିଶାଖାପାଟନାମ – ରାୟଗଡ, ରାୟଗଡ – ଗୁଣ୍ଟୁର ଟ୍ରେନ ଗୁଡିକ କ୍ୟାନସେଲ ହୋଇଛି ।

୨୭ ତାରିଖ ପାଇଁ ତ୍ରିପୁତି – ଭୁବନେଶ୍ଵର, ଗୁଣପୁର – ପୁରୀ, ଚେନ୍ନାଇ – ପୁରୀ, ପଲାସ – ଭୁବନେଶ୍ଵର, ଟାଟା – ବିଶାଖାପାଟନାମ, ନାନ୍ଦେଡ଼ – ସମ୍ବଲପୁର, ରାୟଗଡ – ବିଶାଖାପାଟନାମ, ବାଙ୍ଗାଲୋର – ଭୁବନେଶ୍ଵର ପ୍ରଶାନ୍ତି ଏକ୍ସପ୍ରେସ, ୟେସବନ୍ତପୁର – ଭୁବନେଶ୍ବର ଟ୍ରେନ ଗୁଡିକ ବାତିଲ କରାଯାଇଛି । କହିଦେଉଛୁ କି ରେଳ ବିଭାଗ ତରଫରୁ ଏହି ସୂଚନା ଜାରି କରାଯାଇଛି । ଏହା ସହିତ କେତେକ ଟ୍ରେନର ଗତିପଥକୁ ବଦଳାଇ ଦିଆ ଯାଇଛି ।

ଯେଉଁ କାରଣରୁ ହୁଏ କିଛି ଯାତ୍ରୀଙ୍କୁ ଆସନ୍ତା କିଛି ପର୍ଯ୍ୟନ୍ତ ଟ୍ରେନରେ ଯିବା ଆସିବା କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ବାତ୍ୟାକୁ ନେଇ ଏହିଭଳି ପରିବର୍ତ୍ତନ କରାଯାଇଛି । କୁହାଯାଉଛି କି ଆସନ୍ତା ୨୬ ଓ ୨୭ ତାରିଖରେ ଓଡିଶାର କିଛି ଅଞ୍ଚଳରେ ବାତ୍ୟାର ପ୍ରଭାବ ରହିବ । ଓଡିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ବି ଅଛି । ସେଥିପାଇଁ ଏହି ସମସ୍ତ ଟ୍ରେନ ଗୁଡିକ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *