ଓଡିଶାକୁ ପୁଣି ଏକ ବାତ୍ୟା ମାଡି ଆସୁଛି । ଏହି ବାତ୍ୟା ଏହି ବର୍ଷର ପ୍ରଥମ ବାତ୍ୟା ଅଟେ ଯାହାର ନାଁ ୟାସ ଅଟେ । ମିଳିଥିବା ରିପୋର୍ଟ ଅନୁସାରେ ଆଜି ସକାଳୁ ହିଁ ଏହା ଲଘୁଚାପରେ ପରିଣତ ହୋଇସାରିଛି । ଏହା ସହିତ ଆସନ୍ତାକାଲି, ଏହା ଅବପାତର ରୂପ ନେବ ଓ ୨୪ ତାରିଖ ସକାଳେ
ଏହା ବାତ୍ୟାର ରୂପ ନେବ ବୋଲି ପାଣି ପାଗ ବିଭାଗ ତରଫରୁ କୁହାଯାଇଛି । ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ୟାସ ଅତି ଭୟଙ୍କର ରୂପ ନେଇ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଦେଇ ଗତି କରିବ । ସେହି ସମୟରେ ପବନର ବେଗ ୧୨୦ ରୁ ୧୬୫ କିମି ପ୍ରତି ଘଣ୍ଟା ରହିବ ଓ ବେଳେ ବେଳେ ଏହା ୧୮୫ କିମି ପର୍ଯ୍ୟନ୍ତ ବି ବଢିପାରେ । IMDର ଡ଼ିଜିଙ୍କ ପୂର୍ବାନୁମାନ ଅନୁସାରେ ବାତ୍ୟା ୟାସ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶର ସ୍ଥଳଭାଗ ଛୁଇଁବ ।
କିନ୍ତୁ କେଉଁ ସ୍ଥାନରେ ଏହା ଛୁଇଁବ ଏହା ବିଷୟରେ ବର୍ତ୍ତମାନ ସମୟରେ ସଠିକ କୌଣସି ସୂଚନା ନାହିଁ, ଅବପାତ ହେବା ପରେ ହିଁ ସ୍ପଷ୍ଟ ଜଣାଯିବ କି ଏହା କେଉଁ ସ୍ଥାଲଭାଗ ସ୍ଥାନକୁ ଛୁଇଁବ । ବାତ୍ୟା ପ୍ରଭାବରେ ୨୫ ତାରିଖ ସନ୍ଧ୍ୟା ସମୟରୁ ହିଁ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ଏହା ପୂର୍ବରୁ ୨୪ ତାରିଖର ସନ୍ଧ୍ୟା ସମୟରୁ ହିଁ ଓଡିଶାର ବିଭିନ୍ନ ଅଞ୍ଚଳରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ଆରମ୍ଭ ହୋଇଯିବ ଓ ଧୀରେ ଧୀରେ ଏହି ପବନର ବେଗ ବଢିବ ।
ଅନ୍ୟ ପଟେ କରୋନା କାଳ ମଧ୍ୟରେ ବାତ୍ୟାର ମୁକାବିଲା କରିବା ପାଇଁ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମସ୍ତ ୫ ଟି ଏନଡ଼ିଆରଏଫ ଟିମ ମଧ୍ୟ ଗୁଜୁରାଟର ଜାମ ନଗରରୁ ଓଡିଶାକୁ ଫେରି ଆସିଛନ୍ତି । ଏହା ଛଡା ଆନ୍ଧ୍ରା ବିଜୟବାଡାର ୫ ଟି ୟୁନିଟ ବିଜୟବାଡା ନ ଯାଇ ଗୁଜୁରାଟରୁ ସିଧା ଭୁବନେଶ୍ଵର ଆସିଛନ୍ତି । ଏହା ସହିତ ନେଭି ବି ପ୍ରସ୍ତୁତ ଅଛି ।
ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟାର ମୁକାବିଲା କରିବା ପାଇଁ ବିଶାଖାପାଟନାମ ନୌସେନାର ଇସ୍ଟର୍ନ ନାଭାଲ କମାଣ୍ଡର ୮ ଟି ବନ୍ୟା ସହାୟକ ଦଳ ଓ ୪ ଟି ଡ୍ରାଇଭିଙ୍ଗ ଟିମ ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ୧୭ ଟି ଏନଡ଼ିଆରଏଫ ଟିମ, ୨୦ ଟି ଓଡ୍ରାଫ ଟିମ ଓ ୧୫୦ ଟି ଅଗ୍ନିଶମ ଟିମ ବି ପ୍ରସ୍ତୁତ ଅଛନ୍ତି । ଅଗ୍ନିଶମ ଡ଼ିଜି ମ ଅକ୍ଷ ପାରାଦ୍ଵୀପ, ବାଲେଶ୍ଵର ଓ କେନ୍ଦ୍ରପଡାରେ ବାତ୍ୟାର ମୁକାବିଲାର ସମସ୍ତ ପ୍ରସ୍ତୁତି ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି ।
ଅନ୍ୟ ପଟେ କୋବିଡ ନିମୟ ମାନି ଆଶ୍ରୟ ସ୍ଥଳ ଗୁଡିକରେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କ ସ୍ଥାନତରଣ ଉପରେ ଜୋର ଦିଆଯାଇଛି । ଏହା ସହିଟ ସରକାର କୋବିଡ ହସ୍ପିଟାଲରେ ପାଣି, ବିଦ୍ୟୁତ, ଅକ୍ସିଜେନ ଓ ସମସ୍ତ ପ୍ରକାର ସୁବିଧାରେ ଯେମିତି କୌଣସି ବାଧା ନ ଆସେ ସେଥି ପ୍ରତି ବି ଦ୍ରୁଷ୍ଟି ରଖିଛନ୍ତି । ଏହା ସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଲୋକମାନଙ୍କୁ ସଜାଗ ରହିବା ପାଇଁ ଓ ବାତ୍ୟା ଭୟଙ୍କର ହେଲେ ଆଶ୍ରୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।