ପୁରା ବିଶ୍ଵରେ ଓ ଭାରତରେ କରୋନା ଯୋଗୁ ସାମସ୍ତେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟତଃ କମି କମି ଆସିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପୂରାପୂରି ସମାପ୍ତ ହୋଇ ନାହିଁ । ଯଦି ଛାତ୍ର ଛାତ୍ରୀଙ୍କ ପାଠ ପଢା ବିଷୟରେ କହିବା ତେବେ କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ବର୍ତ୍ତମାନ ସମସ୍ତଙ୍କୁ ଅନ୍ଲାଇନ ପାଠ ପଢା ହେଉଛି । ବର୍ତ୍ତମାନ ସ୍କୁଲ ଖୋଲିବାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଭାରତୀୟ ଆୟୁରବିଜ୍ଞାନ ଅନୁସନ୍ଧାନ ପରିଷଦ (Indian Council of Medical Research) ପୁଣି ଥରେ ସ୍କୁଲ ଖୋଲିବାକୁ ନେଇ ଏକ ରିପୋର୍ଟରେ କହିଛନ୍ତି । କରୋନା ସଂକ୍ରମଣକୁ ବିଭିନ୍ନ ଉପାୟରେ ଅଟକାଇ ପୁଣି ଥରେ ସ୍କୁଲ ଖୋଲାଯାଇ ପାରିବ ।
ICMRର ଅଧିକାରମାନେ କହିଛନ୍ତି କି ପ୍ରାଥମିକ ଶ୍ରେଣୀ ଠାରୁ ଆରମ୍ଭ କରି ସବୁ ଶ୍ରେଣୀକୁ ଧୀରେ ଧୀରେ ଖୋଲିବା ଉଚିତ । ଇଣ୍ଡିଆନ ଜର୍ନାଲ ମେଡିକାଲ ରିସର୍ଚରେ ପ୍ରକାଶିତ ଏକ ରିପୋର୍ଟରେ ସ୍କୁଲ ଖୋଲିବାକୁ ନେଇ କିଛି ସୂଚନା ଦିଆଯାଇଛି । ICMRର ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତର ୫୦୦ ଦିନରୁ ଅଧିକ ଦିନ ସ୍କୁଲ ବନ୍ଦ ରହିବା କାରଣରୁ ୩୨ କୋଟିରୁ ଅଧିକ ପିଲାମାନେ ପ୍ରଭାବିତ ହୋଇଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅଟେ କି ସମସ୍ତ ବିଦ୍ୟାଳୟରେ ସଂକ୍ରମଣକୁ ସଠିକ ରୂପରେ ଯାଞ୍ଚ କରାଯିବ ତେବେ ଏହି ଜୀବାଣୁ ଅଧିକ ସଂକ୍ରମିତ ହୋଇ ପାରିବ ନାହିଁ ।
ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲର ଅନ୍ୟ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ନବା ଆଣିବା କରୁଥିବା ଲୋକମାନେ ଟୀକା ନେଇଥିବା ବି ବହୁତ ଜରୁରୀ ଅଟେ । ଟୀକା ନେବା ପରେ ବି ସେମାନେ ମାସ୍କ ପିନ୍ଧନ୍ତୁ । ବିଭିନ୍ନ ଉପାୟ ଓ ସୁରକ୍ଷା ପଦକ୍ଷେପକୁ ଆପଣାଇ ସବୁ ରାଜ୍ୟରେ ସ୍କୁଲ ଖୋଲାଯାଇ ପାରିବ । ଏହିଭଳି କରିବା ଦ୍ଵାରା ପୁଣି ଥରେ ସଠିକ ରୂପରେ ସମସ୍ତେ ଶିକ୍ଷା ପ୍ରାପ୍ତ କରି ପାରିବେ । ସମସ୍ତ ବିଦ୍ୟାଳୟ ଗୁଡିକ ଛାତ୍ର ଛାତ୍ରୀମାନଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଭଳି ଅଭିଭାକମାନଙ୍କ ମନରେ ବି ଆତ୍ମ ବିଶ୍ଵାସ ସୃଷ୍ଟି କରିବ ।
ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ପର୍ଯ୍ୟାପ୍ତ ଝରକା ଓ ସମସ୍ତ ସୁବିଧା ରହିଥିବା ଜରୁରୀ ଅଟେ । AC ଲାଗିଥିବା ରୁମ ଠାରୁ ଛାତ୍ର ଛାତ୍ରୀଙ୍କୁ ଦୂରେଇ ରଖନ୍ତୁ । ଏହା ପରିବର୍ତ୍ତେ ଆପଣ ଶ୍ରେଣୀ ଗୃହରେ ଏଗଜିଟ ଫ୍ୟାନ ଲଗାଇ ପାରିବେ । ଯାହା ଦ୍ଵାରା ସଂକ୍ରମଣକୁ ବି ରୋକି ହେବ । କ୍ୟାଣ୍ଟିନ ଓ ଅଧିକ ଜନ ଗହଳି ସ୍ଥାନରୁ ପିଲାମାନଙ୍କୁ ସବୁବେଳେ ଦୂରେଇ ରହିବା ପାଇଁ କୁହନ୍ତୁ । କହିଦେଉଛୁ କି କୋଭିଡ – ୧୯ ଯୋଗୁ ସମସ୍ତ ବିଦ୍ୟାଳୟ ଗୁଡିକ ପାଖାପାଖି ୧.୫ ହେବ ବନ୍ଦ ହୋଇ ରହିଛି । ଯାହାକି ପିଲାମାନଙ୍କର ବିକାଶ ଓ ପାଠ ପଢାକୁ ପ୍ରଭାବିତ କରୁଛି । ସମସ୍ତ ସ୍କୁଲ ଗୁଡିକୁ ଧୀରେ ଧୀରେ ପୁଣି ଥରେ ଖୋଲିବା ପାଇଁ ICMRର ଏକ ରିପୋର୍ଟରେ କୁହାଯାଇଛି ।