ATMରୁ ଯଦି ବାହାରେ ଚିରାଫଟା ନୋଟ ତେବେ କଣ କରିବେ ? ଜାଣି ନିଅନ୍ତୁ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ATMରୁ ଟଙ୍କା ଉଠାଇଥିବେ । କହିବାକୁ ଗଲେ ATM ଆମର ବହୁତ କାମରେ ଆସେ । ଆପଣ ଯେ କୌଣସି ସ୍ଥାନରେ ଥିଲେ ବି ଯଦି ଆପଣଙ୍କ ପାଖରେ ATM ଅଛି ତେବେ ସହଜରେ ଟଙ୍କା ଉଠାଇ କାହାକୁ ବି ଦେଇ ପାରିବେ କିମ୍ବା କୌଣସି ଜିନିଷ ବି କିଣି ପାରିବେ ।

କିନ୍ତୁ ବେଳେ ବେଳେ ଏଟିଏମରୁ ଟଙ୍କା ଉଠାଇବା ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଏଟିଏମରୁ ଚିରାଫଟା ନୋଟ ବାହାରିବା । ଯଦି ଆପଣ ଏଟିଏମରୁ ଟଙ୍କା ବାହାର କରିବା ପରେ ସେଥିରେ କିଛି ଚିରାଫଟା ନୋଟ ବାହାରୁଛି ତେବେ ଆପଣ ଚିନ୍ତାରେ ପଡି ଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ସମାଧାନର ରାସ୍ତା କହିବୁ । ଯଦି ଏଟିଏମରୁ ଚିରଫାଟା ନୋଟ ବାହାରୁଛି କିମ୍ବା ଏମିତି କିଛି ନୋଟ ବାହାରୁଛି ଯାହା ମାର୍କେଟରେ ଆପଣଙ୍କ ଠାରୁ କେହି ବି ନେବେ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ ।

ଏହି ନୋଟକୁ ବଦଳାଇ ଆପଣ ଅତି ସହଜରେ ନୂଆ ନୋଟ ପାଇ ପାରିବେ । ଯାହା ବି ପୁଣି କିଛି ସମୟ ମଧ୍ୟରେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏହି କାମକୁ କରିବାକୁ ପଡିବ । ଏଟିଏମରୁ ଚିରାଫଟା ନୋଟ ବାହାରିବା ସାଧାରଣ କଥା ଅଟେ କିନ୍ତୁ ଗ୍ରାହକମାନଙ୍କ ପାଇଁ ଏହା ବହୁତ ବଡ ସମସ୍ୟାର କଥା ହୋଇଥାଏ । ରିଜର୍ବ ବ୍ୟାଙ୍କ ଏଥିପାଇଁ ଏକ ନୂଆ ନିୟମ ଆଣିଛି । ତେବେ ଚାଲାନ୍ତୁ ଜାଣିବା ଏହି ନିୟମ ବିଷୟରେ ଓ କେମିତି ଆପଣ ଏହାକୁ କାମରେ ଲଗାଇ ନିଜର ଚିରାଫଟା ନୋଟ ବଦଳରେ ନୂଆ ନୋଟ ନେଇ ପାରିବେ ।

ଯଦି ଏଟିଏମରୁ ଏହିଭଳି ନୋଟ ବାହାରୁଛି ତେବେ ପ୍ରଥମେ ଆପଣ ସେହି ବ୍ୟାଙ୍କର ନିକଟବର୍ତ୍ତୀ ଶାଖାକୁ ଯାଆନ୍ତୁ । ବ୍ୟାଙ୍କ ଯାଇ ଆପଣ ପ୍ରଥମେ ନିଜର ଏହି ସମସ୍ୟା ବିଷୟରେ କୁହନ୍ତୁ । ବ୍ୟାଙ୍କ ଆପଣଙ୍କୁ ଏକ ଫର୍ମ ଦେବ । ଯେଉଁଥିରେ ଆପଣଙ୍କୁ କିଛି ଡୀଟେଲସ ଦେବାକୁ ପଡିବ । ଯେମିତି କି ଆପଣ କେଉଁ ଏଟିଏମରୁ କେତେବେଳେ ଟଙ୍କା ଉଠାଇଥିଲେ, କେଉଁ ସମୟରେ ଟଙ୍କା ଉଠାଇଥିଲେ ଇତ୍ୟାଦି ସୂଚନା ଦେବାକୁ ପଡିବ ।

ଏହା ଛଡା ଯଦି ଆପଣଙ୍କ ପାଖରେ ଏଟିଏମର ସ୍ଲିପ ରହିଥିବ ତେବେ ତାକୁ ମଧ୍ୟ ଯୋଡି ଦିଅନ୍ତୁ । ଆପଣଙ୍କ ପାଖରେ ସ୍ଲିପ ନାହିଁ ତେବେ ଆପଣଙ୍କ ମୋବାଇଲକୁ ଆସିଥିବା ମ୍ୟାସେଜର ତଥ୍ୟ ଦେବାକୁ ପଡିବ । ଏହି ଆପ୍ଲିକେସନ ଜମା କରିବା ପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଡୀଟେଲସକୁ ଚେକ କରିବେ । ଆପଣଙ୍କ ଦ୍ଵାରା ଦିଆଯାଇଥିବା ସବୁ ସୂଚନା ଠିକ ଥିବ ତେବେ ବ୍ୟାଙ୍କ ଆପଣଙ୍କ ଚିରାଫଟା ନୋଟ ବଦଳାଇ ନୂଆ ନୋଟ ଦେବ ।

ଆରବିଆଇର ଏକ୍ସଚେଞ୍ଜ କରେନ୍ସି ନିୟମ ୨୦୧୭ ଅନୁଯାୟୀ ଯଦି ଏଟିଏମରୁ ଫଟା ନୋଟ ବାହାରୁଛି ତେବେ ଏଥିପାଇଁ ବ୍ୟାଙ୍କ ହିଁ ଦାୟୀ ଅଟେ । କିନ୍ତୁ ଯଦି କୌଣସି ବ୍ୟାଙ୍କ ଆପଣଙ୍କ ଚିରାଫଟା ନୋଟକୁ ବଦଳାଇବା ପାଇଁ ଅପକ୍ଷା କରିବାକୁ କହିବ କିମ୍ବା ନୋଟ ବଦଳାଇବା ପାଇଁ ମନା କରି ଦେବ ତେବେ ଆପଣ ଥାନାରେ ଏଥିପାଇଁ ଲିଖିତ ଅଭିଯୋଗ ବି କରି ପାରିବେ । ଆରବିଆଇର ନିୟମ ଅନୁସାରେ ବ୍ୟାଙ୍କର ଏହିଭଳି କାମ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଲାଗିପାରେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *