୭ ଲକ୍ଷ ଟଙ୍କାର ସୁନା ପାଇ ବି ଖୋଜି ଖୋଜି ଯାତ୍ରୀଙ୍କୁ ଫେରାଇଲେ ଏହି Auto Driver…ସମସ୍ତେ କରୁଛନ୍ତି ପ୍ରଶଂସା- Inspiration Of Odisha

ବନ୍ଧୁଗଣ, ଏତେ ବଡ ଦୁନିଆରେ ମଣିଷ ପଣିଆ ଖୁବ କମ ଲୋକ ଙ୍କ ଠାରେ ଦେଖିବାକୁ ମିଳେ । ବନ୍ଧୁଗଣ କହିବାକୁ ଗଲେ ଏହି ବିଶାଳ ଦୁନିଆରେ କାହାକୁ ବିଶ୍ଵାସ କରିବା କାଠିକର ପାଠ ପାଲଟିଅଛି । ମାତ୍ର ସଚୋଟ ବ୍ୟକ୍ତି ମିଳିବା ବହୁତ କଷ୍ଟ ହୋଇଥାଏ । ସାଧାରଣତ କହିବାକୁ ଗଲେ, ଉତ୍ତମ ବ୍ୟକ୍ତି ଥିଲେ ମଧ୍ୟ ସେମାନଙ୍କ ଉପରେ ଆମ୍ଭର ମୁଖ୍ୟତ ଭରସା ହୋଇନଥାଏ ।

ମାତ୍ର ସବୁକୁ ପଛରେ ପକାଇ ଏହି ଅଟୋଚାଳକ ମହାନତା ର ପରିଚୟ ଦେଇଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏହି ଅଟୋଚାଳକ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଜିଏକି ଜଣେ ଦମ୍ପତ୍ତି ଙ୍କର ୭ ଲକ୍ଷ ଟଙ୍କାର ସୁନା ଗହଣା ଫେରସ୍ଥ କରିଦେଲେ । ସେହି ଦମ୍ପତ୍ତି ଜଣକ କୌଣସି କାର୍ଯ୍ୟ ନିମନ୍ତେ ଅଟୋରେ ଷ୍ଟେସନ ରୁ ଅନ୍ୟ ଏକ ସ୍ଥାନକୁ ଯାଉଥିଲେ । ବନ୍ଧୁଗଣ ଆସନ୍ତୁ ଜାଣିବା ବର୍ତ୍ତମାନ ସଂପୂର୍ଣ୍ଣ ଘଟଣା ।

ବନ୍ଧୁଗଣ ସମ୍ବଲପୁର ର ଏହା ଅଟୋ ଡ୍ରାଇଭର, ତାଙ୍କ ନାମ “ମହମ୍ମଦ ଅଜିମ” । ବନ୍ଧୁଗଣ “ମହମ୍ମଦ ଅଜିମ” ସମ୍ବଲପୁର ସହରର କ୍ଷେତରାଜ ପୁର ନିକଟରେ ଅଟୋ ଚଳାନ୍ତି । ବନ୍ଧୁଗଣ ଗତ ରବିବାର ଏଭଳି ଏକ ଘଟଣା ଘଟିଥିଲା । ବନ୍ଧୁଗଣ ଏହି ଘଟଣା ରେ ତାଙ୍କ ସଚ୍ଚୋଟପଣ ସମାଜ ସାମ୍ନା କୁ ଆସିଥିଲା । ବନ୍ଧୁଗଣ ରବିବାର ଦିନ ସନ୍ଧ୍ୟାରେ ନାଗାପାଳି ଏକ୍ସପ୍ରେସ ରୁ ଓଲ୍ହାଇଥିଲେ ଏକ ଦମ୍ପତି ।

ଏହାପରେ ସେହି ଦମ୍ପତ୍ତି ଅଜିମ ଙ୍କ ଅଟୋଭଡା କରିଥିଲେ । ବନ୍ଧୁଗଣ ସ୍ଵାମୀ “ଯୁବରାଜ ବେହେରା” ସ୍ତ୍ରୀ “ଚନ୍ଦ୍ରକାନ୍ତି ବେହେରା” ଦୁହେଁ ଟିଟିଲାଗଡ ର ନିବାସୀ ଅଟନ୍ତି । ବନ୍ଧୁଗଣ ସେଠାରୁ ମହମ୍ମଦ ଅଜିମ ଙ୍କ ଅଟୋଭଡା କରି “ରେମେଡି ଛକ ଭଙ୍ଗାମୁଣ୍ଡା ବିହାରୀପଡା” ଙ୍କୁ ଯାଇଥିଲେ । ଏହାପରେ ଅଟୋଭଡା ଡ୍ରାଇଭର ନିଜ ଘରକୁ ଫେରିବା ସମୟରେ ଦେଖିଥିଲେ ଯେ, ଉକ୍ତ ଦମ୍ପତ୍ତି ତାଙ୍କ ବ୍ୟାଗ ଛାଡି ଯାଇଛନ୍ତି ।

ବନ୍ଧୁଗଣ ସେହି ବ୍ୟାଗ ରେ ଥିଲା ଦୁଇଟି ସୁନା ହାର, ସୁନା ଚେନ, ମଙ୍ଗଳସୂତ୍ର, ୩ ତି ମୁଦି, ଏବଂ ସୁନା ଚୁଡି ବନ୍ଧୁଗଣ ପ୍ରାଏ ୭ ଲକ୍ଷ ଟଙ୍କାର ଜିନିଷ ଏହା ସହିତ କିଛି କ୍ୟାସ ମଧ୍ୟ ଥିଲା । ବନ୍ଧୁଗଣ ୭ ଲକ୍ଷ ଟଙ୍କାର ଜିନିଷ ସହିତ ପ୍ୟାନ କାର୍ଡ ତଥା ଆଧାର କାର୍ଡ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପାତ୍ର ମଧ୍ୟ ଥିଲା । ମାତ୍ରା ପର ଜିନିଷ ରେ ଲୋଭ ନକରି ସବୁକୁ ପଛରେ ପକାଇ ସେ ସବୁକୁ ଦମ୍ପତ୍ତି ଜଣଙ୍କୁ ଫେରାଇ ଦେଇଥିଲେ “ମହମ୍ମଦ ଅଜିମ” ।

ବନ୍ଧୁଗଣ ସତରେ ଅଜିଭଳି ଦୁନିଆରେ ଏଭଳି ମହତ କାର୍ଯ୍ୟ କରିବା କାଠିକର ପାଠ । ମାତ୍ର ତାହାକୁ ସମ୍ଭବ କରି ଦେବଖାଇଛନ୍ତି ସମ୍ବଲପୁର ର ଅଟୋଚାଳକ “ମହମ୍ମଦ ଅଜିମ” । ବନ୍ଧୁଗଣ ଏହା ସତରେ ପ୍ରଶଂସା ର ଯୋଗ୍ୟ ଅଟେ । ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଏବଂ ଏହି ଲୋକଙ୍କ ମହନୀୟତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *