ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ଅବହେଳା, ଖେଳାଳିଙ୍କୁ ଖରାପ ଖାଦ୍ଯ ସହ ମିଳିଲାନି ଏହିସବୁ ସୁବିଧା…. ଅଭିଯୋଗ ଆଣିଲା BCCI

ନମସ୍କାର ବନ୍ଧୁଗଣ, ଆମ ଦେଶକୁ କିଏ ଯଦି ସମ୍ମାନ ନଦେଇ ଅଣ ଦେଖା କରିଥାଏ ତେବେ ବହୁତ ଖରାପ ଲାଗିଥାଏ । କାରଣ ଯେଉଁ ଦେଶର ନାଗରିକ ଆମେ ସେହି ଦେଶକୁ ଯଦି ଅପମାନ ଦିଆଯାଏ ତେବେ ସମସ୍ତ ଦେଶ ବାସୀଙ୍କୁ ଅପମାନ ଦେବା ସଙ୍ଗେ ସମାନ । କିଭଳି ଭାବରେ ଅପମାନ କରାଯାଇଛି ଟିମ ଇଣ୍ଡିଆକୁ ଏବଂ କାହିଁକି କରାଗଲା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର କଣ ରହିଛି । ଟିମ ଇଣ୍ଡିଆକୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇନଥିବା ଅଭୋଯୋଗ ।

ଅଭ୍ୟାସ ପାଇଁ ହୋଟେଲ ଠାରୁ 42 କିଲୋମିଟର ଦୂରରେ ଦିଆଗଲା ଗ୍ରାଉଣ୍ଡ । ଏହାର ପ୍ରତିବାଦ କରି ଟିମ ଇଣ୍ଡିଆ ଅଭ୍ୟାସ ପାଇଁ ଗଲା ନାହିଁ । ଟିମ ଇଣ୍ଡିଆକୁ ଭଲ ଭାବରେ ଖାଇବା ପିଇବାର ବ୍ୟବସ୍ତା ମଧ୍ୟ କରାଯାଇନଥିଲା । ମ୍ୟାଚ ଅଭ୍ୟାସ ପରେ ଥଣ୍ଡା ସ୍ୟାଣ୍ଡଉଇଚ ଦିଆଗଲା । ଏହିସବୁ ଅବ୍ୟବସ୍ତା ପାଇଁ କତୃପକ୍ଷଙ୍କୁ ନିଜ ମତ ରଖିବା ପାଇଁ କୁହାଯାଇଛି ।

କାହିଁକି ଗୋଟିଏ ପ୍ରତିଶୋଧ ନେବା ଭଳି ପଦକ୍ଷେପ ନିଆ ଗଲା ଇଣ୍ଡିଆ ଟିମ ପାଇଁ । ଆସନ୍ତା କାଲି ନେଦରଲ୍ୟାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ସିଡନୀ ଗ୍ରାଉଣ୍ଡରେ ଖେଳାଯିବା ମ୍ୟାଚ । ରହିଥିବା ହୋଟେଲ ଠାରୁ ଦୂରରେ ଖେଳ ଅଭ୍ୟାସ ପାଇଁ ଗଲେନି ଇଣ୍ଡିଆ ଟିମ । କାରଣ ଅଭ୍ୟାସ ନିମନ୍ତେ 45 ମିନିଟର ବାଟ ଯିବା ଆସିବାରେ ଅସୁବିଧା ହେବା କଥା ଭାବି ଟିମ ଇଣ୍ଡିଆ ଏଭଳି ପଦକ୍ଷେପ ନେଇଛି । କାରଣ ସମୟକୁ ଏଭଳି ନଷ୍ଟ କରିବା ହୁଏତ ସେମାନଙ୍କର କୌଣସି ଉଦେଶ୍ୟ ହୋଇଥାଇପାରେ ବୋଲି କୁହାଯାଉଛି ।

ଖେଳାଳି ମାନେ ଖେଳି ସାରିବା ପରେ ଭଲ ଖାଦ୍ୟ ଦେବା ଉଚିତ । କିନ୍ତୁ ତାହା ସେଠାରେ ଦେଖିବାକୁ ମିଳିନଥିଲା । ଯଦି ଖେଳାଳି ମାନେ ଏହିସବୁ ଘଟଣାକୁ ନେଇ ଅସନ୍ତୁଷ୍ଟ ହେଲେ ତେବେ ସଙ୍ଗେ ସଙ୍ଗେ କାହିଁକି ଏହାର ଅଲଗା ବ୍ୟବସ୍ତା କରାଗଲାନି । ଏହିସବୁ କଥାର ଉତ୍ତର ଦେବାକୁ ପଡିବ ଟିମ ମ୍ୟାନେଜ କରୁଥିବା ସଂସ୍ଥାକୁ ।

କେଉଁଠି ନା କେଉଁଠି ଜାଣି ଶୁଣି ଏସବୁ କରାଯାଇଛି ବୋଲି କୁହାଯାଇପାରିବ । ଏହା ବିଷୟରେ ସଠିକ ଭାବରେ କୌଣସି ଏବେ ଯାଏ ପଦକ୍ଷେପ ନିଆ ଯାଇ ନାହିଁ । ତେବେ କଣ ରହିବ ଏହି ଅଭିଯୋଗର ପଦକ୍ଷେପ ତାହା ପରେ ଜଣା ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *