ଅଟୋ ଡ୍ରାଇଭରଙ୍କ ବଦଳିଲା ଭାଗ୍ୟ! ରାତାରାତି ହେଲେ କୋଟିପତି…. କେମିତି ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଅଟୋ ଡ୍ରାଇଭର ଙ୍କ ବଦଳିଗଲା ଭାଗ୍ୟ । ଡ୍ରାଇଭର ଜଣକ ରୁଣ କରିଥିଲେ ୩ ଲକ୍ଷ କିନ୍ତୁ ପାଇଲେ ୨୫ କୋଟି ଟଙ୍କା । କେରଳ ର ଏହି ଅଟୋ ଡ୍ରାଇଭର ଅନୁପ ଏବେ ଚର୍ଚ୍ଚା ରେ ରହିଛନ୍ତି । ନିଜର ଜୀବିକା ନିର୍ବାହ ପାଇଁ ଏକ ସଂସ୍ଥା ଠାରୁ ୩ ଲକ୍ଷ ଟଙ୍କା ରୁଣ କରିଥିଲେ ହେଲେ ଭାଗ୍ୟ ସାଥ ଦେଲା । ତାଙ୍କୁ ଏକା କାଳୀନ ମିଳିଲା ୧ କୋଟି କି ୨ କୋଟି ନୁହେଁ ବରଂ ୨୫ କୋଟି ଟଙ୍କା । କୁହାଯାଏ ଭଗବାନ ଯେବେ ଦେଇଥାନ୍ତି ଛପର ଫାଡି କି ଦେଇଥାନ୍ତି । ହଜାର ଦେବତା ପୂଜା କରି ବୋ ଲୋକଙ୍କ ଜୀବନରେ କୌଣସି ପରିବର୍ତ୍ତନ ହୁଏ ନାହି ।

ଆଉ କାହା ଭାଗ୍ୟରେ ଭଗବାନ ଅଜାଡି ଦେଇଥାନ୍ତି ଖୁସିର ଭଣ୍ଡାର । ଯାହାର ଉଦାହାରଣ ହେଉଛି ଅନୁପ । ଓନାମ ଉଶ୍ଚବ ତାଙ୍କ ଭାଗ୍ୟ ଖୋଲି ଦେଇଛି । ଲଟେରୀରେ ତାଙ୍କୁ ମିଳିଛି ୨୫ କୋଟି ଟଙ୍କା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଅଟୋ ଚଳାଇ ପରିବାର ଭରଣପୋଷଣ କରନ୍ତି । କିନତି ଅଟୋ ଚଳାଇବା ପୂର୍ବରୁ ସେ ଜଣେ ରୋଷେଇ ଭାବେ କାମ କରୁଥିଲେ । ଅଟୋରେ ପରିବାର ଚଲାଇବାକୁ କଷ୍ଟ ହେବାରୁ ସେ ରୋଷେଇ କାମ କରିବାକୁ ସ୍ଥିର କରିଥିଲେ । ସେଥିପାଇଁ ସେ ଘର ପରିବାର ଛାଡି ମ୍ୟାଲେସିୟା ଯିବାକୁ ପ୍ରସ୍ତୁତ ହେଲେ ।

ଏକ ସଂସ୍ଥା ପାଖରୁ ୩ ଲକ୍ଷ ଟଙ୍କାର ରୁଣ ମଧ୍ୟ ନେଇଥିଲେ । ମ୍ୟାଲେସିୟା ଯିବା ପୂର୍ବରୁ ପଡିଥିଲା ପ୍ରସିଦ୍ଧ ଓନାମ ପର୍ବ । ଏଥିପାଇଁ ସବୁ ବର୍ଷ ପରି ଏହି ଉଶ୍ଚବରେ ଆରମ୍ଭ ହୋଇଥିଲା ଲଟେରୀ ଟିକେଟ କିଣା ବିକା । ଅନୁପ ଭଗବତୀ ଏଜେନ୍ସି ଠାରୁ ଲଟେରୀ କିଣିଥିଲେ । ଗୋଟିଏ ଦିନ ପରେ ତାଙ୍କର ଭାଗ୍ୟ ବଦଳିଗଲା । ଲଟେରୀ ଉଠାଣ ଦିନ ତାଙ୍କ ନମ୍ବର ଥିଲା । କେରଳ ମନ୍ତ୍ରୀ ଏନ ବାର୍ଗୋପାଲ, ରାଜ୍ୟ ପରିବହନ ମନ୍ତ୍ରୀ ଏନ ଟି ରାଜା ଓ ବିଧାୟକଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ହୋଇଥିଲା । ଯେଉଁଥିରେ ଆସିଥିଲା ଅନୁପ ଙ୍କ ନାଁ ।

ପ୍ରଥମେ ଏହାକୁ ବିଶ୍ଵାସ କରିପାରୁ ନ ଥିଲେ ଅନୁପ କିନ୍ତୁ ଲଟେରୀ ଖଣ୍ଡକ ତାଙ୍କ ଜୀବନରେ ଖୁସି ଆଣି ଦେଇଥିଲା । ଏହାକୁ ଭଗବନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ଅନୁପ ଓ ତାଙ୍କ ପରିବାର । ଅନୁପ ଯେଉଁ ଏଜେନ୍ସି ଠାରୁ ଲଟେରୀ ଟିକେଟ କିଣିଥିଲେ ସେଠାରେ ଥିବା ଗଣ ମାଧ୍ୟମ ପ୍ରତିନିଧିକୁ ସେ ଜଣାଇଥିଲେ । ପ୍ରଥମ ଟିକେଟ ଟି ତାଙ୍କର ପସନ୍ଦ ଆସି ନ ଥିଲା ତେଣୁ ସେ ଦ୍ଵିତୀୟ ଟିକେଟ ନେଇଥିଲେ । ଲଟେରୀ ଜିତିବା ପରେ ସେ ତାଙ୍କ ସ୍ତ୍ରୀ ଙ୍କୁ ନମ୍ବର ମିସାଇବାକୁ କହିଥିଲେ ଓ ତାଙ୍କ ସ୍ତ୍ରୀ ଏହା ତାଙ୍କର ନମ୍ବର ବୋଲି ନିଶ୍ଚିନ୍ତ କରିଥିଲେ ।

ଏହା ପରେ ଏଜେନ୍ସି ଠାରୁ ଅନୁପଙ୍କୁ ଫୋନ ଆସିଥିଲା । ଅନୁପଙ୍କୁ ପ୍ରଥମ ପୁରସ୍କାର ଭାବେ ୨୫ କୋଟି ମିଳିଥିବା ବେଳେ ଦ୍ଵିତୀୟ ପୁରସ୍କାର ୫ କୋଟି ଓ ତୃତୀୟ ପୁରସ୍କାର ୧୦ ବିଜେତାଙ୍କ ପାଇଁ ଥିଲା ୧ କୋଟି ଟଙ୍କା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *