ନମସ୍କାର ବନ୍ଧୁଗଣ । ଓଡିଶାକୁ ପୁଣି ଆସୁଛି ବାତ୍ୟା ଭୟ । ଯଦିଓ ଏହା ସ୍ପଷ୍ଟ ଭାବେ ଜଣାପଡି ନାହି କିନ୍ତୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ ଓ ୩ ରେ ଲଗାଣ ବର୍ଷା ହେବାର ସ୍ମାଭବନ ରହିଛି ବୋଲି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଆକଳନ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହି ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଗତି କରି ଡିପ୍ରେସନରେ ପରିଣତ ହେବାର ଆଶଙ୍କା କରା ଯାଉଛି । ନଭେମ୍ବର ୩୦ ଓ ଡିସେମ୍ବର ୧ ରେ ପାଣିପାଗର ବିଶେଷ ପରିବର୍ତ୍ତନ ହେବ ନାହି । କିନ୍ତୁ ଡିସେମ୍ବର ୨ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତଶିଙ୍ଘପୁର ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଅନୁମାନ କରା ଯାଇଛି ।
୩ ତାରିଖରେ ବର୍ଷାର ପରିମାଣ ବଢିବା କାରଣରୁ କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳର କେତେକ ଅଞ୍ଚଳରେ ବର୍ଷା ହୋଇପାରେ । ୩ ତାରିଖ ସକାଳ ସାଢେ ୮ଟାରୁ ୪ ତାରିଖ ସକାଳ ସାଢେ ୮ଟା ଯାଏଁ ଏସଆରଙ୍କ ପକ୍ଷରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ସତର୍କ କରା ଯାଇଛି ।

ଏହି ସମୟରେ ଉକ୍ତ ୩ ଜିଲ୍ଲାକୁ ସତର୍କ ରହିବା ପାଇଁ ସୂଚନା ଦିଆ ଯାଇଛି । ବର୍ଷା ହେବା ନେଇ ଚାଷୀ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରଣୀୟ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳ ଆଦି ୪ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରା ଯାଇଛି ।
ଆସନ୍ତା ୩ ତାରିଖ ପରେ ଏହା ସ୍ପଷ୍ଟ ହେବେ ଯେ ବର୍ଷାର ପରିମାଣ କେତେ ମାତ୍ରା ରେ ବୃଦ୍ଧି ପାଇବ । ଲଘୁଚାପ ବାତ୍ୟାର ଅବପାତର ରୂପ ନେବ କି ନାହି ତାହା ଆସନ୍ତା ୩ ତାରିଖ ପରେ ଜଣା ପଡିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷ ରୁ ଚାଷୀ ମାନଙ୍କୁ ତାଙ୍କର ଧାନ ଯଦି ୮୫% ପାଚ୍ୟ ଯାଇଛି ତେବେ ତାହାକୁ ଉଠାଇ ନେବା ପାଇଁ ସୂଚନା ଜାରି କରା ଯାଇଛି ।

ଏହା ସହ ଯଦି ଫସଲ କିଆରିରେ ପାଣି ଜମା ହେବାର ଆଶଙ୍କା କରା ଯାଇଛି ତେବେ ନାଳ କରିବା ପାଇଁ ମଧ୍ୟ ଚାଷୀ ମାନଙ୍କୁ ସୂଚନା ଦିଆ ଯାଇଛି । ଆସନ୍ତା ୨ରୁ ୩ ତାରିଖ ମଧ୍ୟରେ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ମାଛ ଧରାଳି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଅ ଯାଇଛି । ଏହି ଲଘୁଚାପ ପ୍ରଭାବରେ ଅଧିକ ଚାଷୀ ମାନେ ପ୍ରଭାବିତ ହେବେ ଯାହା ପାଇଁ ସେମାନଙ୍କୁ ଅଧିକ ସଚେତନ କରା ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
