ଜାଣନ୍ତୁ ବାଦାମି ଚାଉଳ ଖାଇବାର ୫ଟି ଫାଇଦା ଜାଣି ଆପଣ ବିଶ୍ଵାସ କରି ପାରିବେନି

କଣ ଆପଣ ଡାଇଟିଙ୍ଗ କରୁଛନ୍ତିକି ? ଏହା ସହ ଭାତ ଖାଇବାକୁ ପସନ୍ଦ କରୁଛନ୍ତି କି? ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାଦ୍ୱାରା ଆପଣ ଆପଣଙ୍କ ଡାଇଟିଙ୍ଗରେ ଭାତ ନେଇ ପାରିବେ ଏବଂ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ହେବ ନାହିଁ । କିନ୍ତୁ ଏଥିପାଇଁ ଆପଣଙ୍କୁ ଭାତରେ ଏମିତି ସେମିତି ନାହିଁ କେବଳ ବ୍ରାଉନ ଚାଉଳ ଖାଇବାକୁ ପଡିବ । କ୍ୟାଲୋରି କମ ହେବା ସହ ଏହି ଚାଉଳ ଅନ୍ୟ କିଛି ଫାଇଦା ବିଷୟ ଆସନ୍ତୁ ଜାଣିବା ।

Image Courtesy: Google

କୋଲେଷ୍ଟ୍ରୋଲ :-

ବାଦାମି ଚାଉଳ ଖାଇବାର ସବୁଠାରୁ ବଡ ଫାଇଦା ହେଉଛି ଏହା କୋଲେଷ୍ଟ୍ରୋଲ କମ କରିଥାଏ ଏବଂ ଶରୀରରେ ଚର୍ବି ବଢିବାରେ ପ୍ରବନ୍ଧ ଲଗାଇଥାଏ ।

ମଧୁମେହ :-

ସାଧାରଣତଃ ଭାତରେ ଶର୍କରାର ମାତ୍ରା ଅଧିକ ରହିଥାଏ । ଏହି କାରଣରୁ ମଧୁମେହ ରୋଗୀ ଭାତ ଠାରୁ ଦୂରରେ ରୁହନ୍ତି । କିନ୍ତୁ ବାଦାମି ଭାତ ଭୋଜନ କରିବା ଦ୍ଵାରା ରକ୍ତରେ ସରକରାର ମାତ୍ରାରେ ବୃଦ୍ଧି ହୋଇ ନଥାଏ । ଏହି କାରଣରୁ ଏହା ଆପଣଙ୍କ ପାଇଁ ଗୋଟେ ସୁନ୍ଦର ବିକଳ୍ପ ଅଟେ ।

Image Courtesy: Google

ହୃଦରୋଗ :-

ହୃଦଘାତ ବା ହୃତ୍ପିଣ୍ଡରେ ଅନ୍ୟ ରୋଗ ସାଧାରଣତଃ ହୃତପିଣ୍ଡର ଧମନୀରେ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି କାରଣରୁ ହୋଇଥାଏ ।  ଏସବୁ ବ୍ଯତୀତ ଏହା ହୃତପିଣ୍ଡକୁ ମଧ୍ୟ ସୁରକ୍ଷା ଦେଇଥାଏ ।

ହାଡ ମଜବୁତ କରେ :-

ମ୍ୟାଗ୍ନେସିୟମ ଓ କ୍ୟାଲସିୟମରେ ଭରପୁର ବାଦାମି ଚାଉଳର ଭାତ ସେବନ କରିବା ଦ୍ଵାରା ମଣିଷ ଶରୀରର ହାଡକୁ ଶକ୍ତ ବା ମଜବୁତ କରିବାରେ ସହାୟକ ହେଇଥାଏ । ଧଳା ଭାତ ତୁଳନାରେ ବାଦାମି ଭାତ ସେବନ କରିବା ଶରୀର ପାଇଁ ଅନେକ ଲାଭ ଦାୟୀ ହୋଇଥାଏ ।

Image Courtesy: Google

ଓଜନ ହ୍ରାସ :-

ଓଜନ କମ କରିବାକୁ ଚାହୁଁଞ୍ଚନ୍ତି କି? ଭାତ ଭୋଜନ ବିନା ଖାଦ୍ଯ ଗ୍ରହଣ କରିବା ସମ୍ଭବ ହେଉନାହିଁ କି ? ତେବେ ଧାଳା ଭାତ ନୁହଁ ବାଦାମି ଚାଉଳର ଭାତକୁ ନିଜର ଭୋଜନାରେ ଗ୍ରହଣ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଓଜନ କମ ହେବା ଭଳି ଅନୁଭବ ହେବ । ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆଜିଠୁ ବ୍ରାଉନ ରାଇସ ସେବନ କରିବା ଆରମ୍ଭ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *