୩ ଦିନ ବାସି ମୁଁହରେ ଖାଆନ୍ତୁ ୨ ଚାମଚ, ଜୀବନସାରା ମଧୁମେହ, କୋଲେଷ୍ଟ୍ରୋଲ, ପେଟ ରୋଗ ସହ ହୃଦରୋଗ ମଧ୍ୟ ହେବ ନାହିଁ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବନେଇବା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହବ ନାହିଁ ବା କୋଲେଷ୍ଟ୍ରୋଲ, ମଧୁମେହ, ହାଇ ବିପି ଓ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ମଧ୍ୟ ଆପଣଙ୍କ ଶରୀରକୁ ବଞ୍ଚାଇଥାଏ, ଏହି ଉପାୟ ଦ୍ଵାରା ଆପଣଙ୍କ ଶାରୀରିକ ରୋଗ ପ୍ରତି ରୋଧକ କ୍ଷମତା ବଢିଥାଏ, ଏହି ଉପାୟ ପ୍ରତିଦିନ ମାତ୍ର ଦୁଇ ଚାମଚ ଖାଇବା ଉଚିତ ଓ ଏହା ଦ୍ଵାରା ଆପଣ ମଧ୍ୟ ବହୁତ ଭଲ ଅନୁଭବ କରିବେ । ତେବେ ଆସନ୍ତୁ ଏହି ମିଶ୍ରଣ ତିଆରି କରିବା, ତେବେ ଏହି ମିଶ୍ରଣ ତିଆରି କରିବା ପାଇଁ ଆମକୁ ସବୁଠାରୁ ମହତ୍ଵପୂର୍ଣ ଜିନିଷ ହେଲା ଅଲସୀ ବା ମୀରକାଳି ବା (Flaxseed) କୁହାଯାଏ ।

Image Courtesy: Google

ତେବେ ମିରିକାଳୀ ସେବନ କରିବା ଦ୍ଵାରା ଆମ ଶରୀର ରକ୍ତ ପତଳା ହୋଇଥାଏ ଯାହା ଦ୍ଵାରା ହୃଦୟ ଭଲ କାମ କରିଥାଏ ଓ ଆପଣଙ୍କୁ କେବେ ବି କୌଣସି ହୃଦୟ ସମସ୍ଯା ହୋଇନଥାଏ । ଏହା ଛଡା ମିରିକାଳୀ ସେବନ ଦ୍ଵାରା ଶରୀର କଲେସଟ୍ରୋଲ ଭଲ ହୋଇଥାଏ ଓ ଖରାପ କ୍ଲେଶଟ୍ରୋଲ ସମାପ୍ତ ହୋଇଥାଏ ।

Image Courtesy: Google

ମିରକାଳି ସେବନ ଦ୍ଵାରା ଆପଣଙ୍କ ଶରୀର କୋଲୋନ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ପ୍ରୋଷ୍ଟାଟ କ୍ୟାନ୍ସର ଏବଂ ସରଭିକଲ କ୍ୟାନ୍ସର ଠାରୁ ମଧ୍ୟ ବଞ୍ଚାଇଥାଏ, ତେବେ ଏହାର ସେବନ ଆପଣଙ୍କ ପାଇଁ କେତେ ଲାଭକାରୀ ତାହା ଆପଣ ଜାଣି ପାରନ୍ତି । ମିରିକାଳିରେ ଓମେଗା, ମେଗ୍ନେସିଅମ, ପୋଟାସିୟମ, ବିଟାମିନ ଏବଂ ଅନେକ ପ୍ରକାର ପୋଷ୍ଟିକ ତତ୍ଵ ମିଳିଥାଏ ଯାହା ଦ୍ଵାରା ଆପଣଙ୍କ ଶରୀର ସ୍ଵସ୍ଥ ଏବଂ ସବଳ ହୋଇଥାଏ । ଏହାର ଉଚିତ ମାତ୍ରା ସେବନ କଲେ ଏବଂ ସଠିକ ସମୟରେ ସେବନ କଲେ ମିରିକାଳି ତ୍ଵଚା କୁଞ୍ଚନ ବା ଓଜନ କମେଇବାରେ ସାହାଜ୍ଯ କରିଥାଏ । ତେବେ ଆୟୁର୍ବେଦରେ ମିରିକାଳିକୁ ରାମବାଣ ଚିକିତ୍ସା କୁହା ଯାଏ କାହିଁକିନା ଏହା ସବୁ ବଡ ବଡ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ଓ ହବାରୁ ମଧ୍ୟ ବଞ୍ଚାଇଥାଏ ।

Image Courtesy: Google

ତେବେ ଦୁତୀୟ ଜିନିଷ ଯାହା ଏହି ମିଶ୍ରଣ ପାଇଁ ଆବଶ୍ୟକ ତାହା ହେଉଛି ଦହି ତେବେ ଆପଣ ମାନେ ଦହି ବିଷୟରେ ବହୁତ କିଛି ଜାଣିଥିବେ । ମିରିକାଳିକୁ ଅଳପ ଭାଜି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏହା ପରେ ଗୋଟେ ଛୋଟ ତାଟିଆରେ ଅଧ ତାଟିଆ ଦହି ନିଅନ୍ତୁ ଏହା ପରେ ଦୁଇ ଚାମଚ ମିରିକାଳି ଏହି ଦହିରେ ମିଶାଇ ଦିଅନ୍ତୁ ଏହା ପରେ କିଛି ମାତ୍ରାରେ ମହୁ ମିଶାଇ ଏହି ମିଶ୍ରଣକୁ ଶୀଘ୍ର ସେବନ କରନ୍ତୁ କାହିଁକିନା ମିରିକାଳି ଦହି ସହ ମିଶାଇ ଅଧିକ ସମୟ ରଖିଲେ ଏହା ଲାଭ ଜାଗାରେ ଆପଣଙ୍କ ଶରୀରକୁ ହାନି କରିଥାଏ । ତେବେ ଏହି ଉପାୟ ସବୁ ପ୍ରକାର ଅସୁବିଧା ପାଇଁ ଅଟେ ଏହାକୁ ଖାଲି ପେଟରେ ସକାଳେ ସେବନ କରିବା ଉଚିତ ଅଟେ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *