ବାତ ରୋଗ ବା ଅଣ୍ଟା ଯନ୍ତ୍ରଣା ବା ଜଏଣ୍ଟ ପେନ ସମସ୍ୟାର ନିବାରଣ ପାଇଁ ରାମବାଣ ଉପାୟ

ବାତ ରୋଗ ବା ଜଏଣ୍ଟ ପେନ ଆଦି ସମସ୍ଯା ପାଇଁ କ୍ୟାଷ୍ଟର ଅଏଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । କ୍ୟାଷ୍ଟର ଅଏଲର ପ୍ରୟୋଗ ଆମ ଶରୀର ପାଇଁ ଫାଇଦା ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହାର ପ୍ରୟୋଗ କିପରି କରାଯିବ ଓ ଏହାର ଉପକାରିତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କର କବଜ ସମସ୍ଯା ରହିଥାଏ ତେବେ ରାତିରେ ଗୋଟେ ଗ୍ଳାସ ଗରମ ପାଣିରେ କ୍ୟାଷ୍ଟର ତେଲ ମିଶାଇ ସେବନ କରିଲେ ଏହା ଦୂର ହୋଇଥାଏ । ଯଦି ଆପଣଙ୍କର ବାତ ରୋଗ ଥାଏ ତେବେ କ୍ୟାଷ୍ଟର ତେଲର ପ୍ରୟୋଗ ବହୁତ ଲାଭଦାୟକ ହୋଇଥାଏ ।

ବାତ ରୋଗ ହୋଇଥିଲେ ଆଖି ତଳ କଳା ପଡିଯିବା, ଓଠ ଫାଟିବା ଓ କେଶ ଡ୍ରାଏ ହୋଇଯିବା ଆଦି ସମସ୍ଯା ଦେଖାଯାଏ । ଏଥିପାଇଁ କ୍ୟାଷ୍ଟର ତେଲର ପ୍ରୟୋଗ କରିବା ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇଥାଏ । ଯଦି ନାଭି ତଳେ କୌଣସି ସମସ୍ଯା ରହିଥାଏ ତେବେ ଏହି ତେଲର ପ୍ରୟୋଗ ବହୁତ ଫାଇଦା ହୋଇଥାଏ । କ୍ୟାଷ୍ଟର ତେଲ ପ୍ରକୃତରେ ଗରମ ହୋଇଥାଏ । ଯଦି ଆଁଠୁଗଣ୍ଠି ସମସ୍ଯା ରହିଥାଏ ତେବେ ଏହାର ପ୍ରୟୋଗ ଦ୍ଵାରା ବହୁତ ଆରାମ ମିଳିଥାଏ । ଯଦି ମାସିକ ଧର୍ମ ସମୟରେ ପେଟରେ ଅଧିକ ଯନ୍ତ୍ରଣା ହେଉଥାଏ ତେବେ କ୍ୟାଷ୍ଟର ତେଲ ବା ଅରାଣ୍ଡି ତେଲର ବ୍ୟବହାର ବହୁତ ଭଲ ହୋଇଥାଏ ।

ଯଦି ଚାଲିବା ସମୟରେ ଗୋଡରେ କଷ୍ଟ ହୁଏ ତେବେ କ୍ୟାଷ୍ଟର ତେଲର ୧୫ ଦିନ ବ୍ୟବହାର କରିଲେ ବହୁତ ରିହାତି ମିଳିଥାଏ । ବିଶେଷ କରି ମହିଳାଙ୍କ ଠାରେ ଅଣ୍ଟା ସମସ୍ଯା ରହିଥାଏ । ତେଣୁ କ୍ୟାଷ୍ଟର ତେଲକୁ ହାଲ୍କା ଗରମ କରି ମାଲିସ କରିଲେ ଯନ୍ତ୍ରଣା ଦୂର ହୋଇଥାଏ । ଯେଉଁ ମାନଙ୍କର ଖାଦ୍ଯ ହଜମ ହେଉନାହି ବା ଯେଉଁ ମାନେ ଦୁର୍ବଳ ହୋଇଥାନ୍ତି ସେମାନେ କ୍ୟାଷ୍ଟର ତେଲର ପ୍ରୟୋଗ କରି ପାରିବେ । ବାତ ରୋଗ ହୋଇଥିଲେ ମୁଣ୍ଡ ସବୁବେଳେ ଗରମ ରହିଥାଏ ବା ଟିକେ କଥାରେ ଚିଡିଚିଡା ଲାଗିଥାଏ । ତେବେ ଏହି କ୍ଷେତ୍ରରେ କ୍ୟାଷ୍ଟର ତେଲର ପ୍ରୟୋଗ କରିବା ଉଚିତ । କେଶକୁ ମଜବୁତ ରଖିବା ବା କେଶ ଝଡୁଥିଲେ କ୍ୟାଷ୍ଟର ତେଲର ବ୍ୟବହାର ବହୁତ ଲାଭ ହୋଇଥାଏ ।

ଯଦି ଆପଣଙ୍କ ସ୍କିନ ବା ମୁହଁରେ କୌଣସି ଦାଗ ରହିଥାଏ ତେବେ କ୍ୟାଷ୍ଟର ତେଲର ପ୍ରୟୋଗ କରିଲେ ଚେହେରା ସଫା ରହିଥାଏ । ରାତିରେ ଶୋଇବା ସମୟରେ କ୍ୟାଷ୍ଟର ତେଲ ମୁହଁରେ ଲଗାଇଲେ ବହୁତ ଲାଭ ହୋଇଥାଏ । ଯଦି ଆପଣଙ୍କର ଦାନ୍ତ ଜନିତ କୌଣସି ସମସ୍ଯା ରହିଥାଏ ତେବେ କ୍ୟାଷ୍ଟର ତେଲକୁ ମାଢିରେ ଲଗାଇଲେ ବହୁତ ଲାଭ ହୋଇଥାଏ । ଯେଉଁ ମାନଙ୍କର ହାତ ଗୋଡ ଠାରୁଥାଏ ତେବେ କ୍ୟାଷ୍ଟର ତେଲ ସହ କ୍ଷୀରରେ ମିଶାଇ ସେବନ କରିବା ସହ ମାଲିସ କରିବା ଉଚିତ । ଏହା ଛଡା ମୋଟାପା କମ କରିବା ପାଇଁ କ୍ୟାଷ୍ଟର ତେଲର ବ୍ୟବହାର କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *