ଦର୍ଶକ ବନ୍ଧୁ ନମସ୍କାର । ଆମେ ଆମର ପରିବାରକୁ ଆପଣ ମାନଙ୍କୁ ସ୍ଵାଗତ ଜଣାଉଛୁ । ଆପଣ ମାନେ ନିଶ୍ଚୟ ଓଲିଉଡ ଜଗତରେ ଅଭିନୟ କରୁଥିବା ବଡ ବଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଲାଇଫ କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା କୁ ଆସିଥାନ୍ତି ।
ଆଜି ଆମେ ଆପଣଙ୍କୁ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ପୁଅର ଜନ୍ମ ଦିନ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅଲିଉଡ ଚକଲେଟ ହିରୋ ତଥା ସୁପର ଷ୍ଟାର ତଥା ଦିଗଜ ଅଭିନେତା ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟର ଜଲୱା ପୁରା ଇଣ୍ଡଷ୍ଟ୍ରି ରେ ଦେଖାଇ ସାରିଛନ୍ତି ।
ତାଙ୍କର ଅଭିନୟ ଏତେ ଚମତ୍କାର ଆଉ ଜବରଦସ୍ତ ଯେ ସିନେମା ହଲରେ ତାଙ୍କ ଫିଲ୍ମ ଆସିବା ମାତ୍ରେ ଦର୍ଶକ ମାନଙ୍କର ଗହଳି ଜମି ଥାଏ । ତେବେ ବାବୁସାନ ଙ୍କୁ ଦର୍ଶକ ମାନଙ୍କର ଏତେ ଭଲ ପାଇବା ମିଳିଛି ଯେ ସେ ନିଜର ଅଭିନୟ କୁ ଅଧିକ ନିଖୁବ କରିବା ପାଇଁ ଅନେକ ଚେଷ୍ଟା ଜାରି ରଖିଛନ୍ତି । ତେବେ ଗତ କିଛି ଦିନ ତଳେ ତାଙ୍କର “ଦମନ” ଫିଲ୍ମ ଟି ଖୁବ ସୁପର ହିଟ ହୋଇଥିଲା ।
ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ । ତେବେ ଗତ କାଲି ଥିଲା ବାବୁସାନ ଓ ତୃପ୍ତି ଙ୍କ ପୁଅ ଗୁଆନ ର ଜନ୍ମ ଦିନ ଉଶ୍ଚବ । ଯାହାକୁ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି ବାବୁସାନ । ହଁ ଆଜ୍ଞା ଅନେକ ଝଡ ଝଞ୍ଜା ପରେ ବାବୁସାନ ଓ ତୃପ୍ତି ଏକାଠି ହୋଇଛନ୍ତି । ଆଉ ପୁଣି ଥରେ ତାଙ୍କର ସୁଖର ସଂସାର ଗଢି ଉଠିଛନ୍ତି ।
ତେବେ ଦୁହିଙ୍କର ଏକମାତ୍ର ସନ୍ତାନ ଗୁଆନ ର ଗତ କାଲି ଜନ୍ମ ଦିନ ପାର୍ଟି ରେ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ବଡ ବଡ କଳାକାର ମାନେ ସାମିଲ ହୋଇଥିଲେ । ଆଉ ଗୁଆନ କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏହା ସହ ଗୁଆନ ବାପା ମା ଙ୍କ ସହ କେକ କାଟିବା ସହ ନିଜ ଜନ୍ମ ଦିନକୁ ଖୁବ ଏଞ୍ଜୋଏ ମଧ୍ୟ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି ।
ଆଉ ଏହି ଭିଡିଓ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ଭିଡିଓ ରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ମଧ୍ୟ ନଜର ଆସୁଛନ୍ତି । ଝିଲିକ ଗୁଆନ କୁ ଧରି ଫୋଟୋ ଉଠାଇବାର ମଧ୍ୟ ନଜର ଆସୁଛନ୍ତି । ତେବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ନାତି ଜନ୍ମଦିନ କୁ ଖୁବ ଏଞ୍ଜୋଏ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।