Babushanଙ୍କ Film ଦେଖିବା ପାଇଁ ପ୍ରଥମ ଥର ପାଇଁ ଆସିଲେ ସ୍ତ୍ରୀ Trupti, ଏ ବିଷୟରେ କଣ କହିଲେ ବାବୁ ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ର ଚକଲେଟ ହିରୋ ତଥା ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ବର୍ତ୍ତମାନ ସାରା ଓଡିଶାରେ ସେ ଚର୍ଚ୍ଚାରେ ଅଛନ୍ତି । କାରଣ ବାବୁସାନ ନିଜ ଫିଲ୍ମ “ଦମନ” ପାଇଁ ଏତେ କଷ୍ଟ କରିଛନ୍ତି ଆଉ ବାବୁସାନଙ୍କର ଏହା ହେଉଛି ଏକ ଏପରି ଫିଲ୍ମ ଯେଉଁଥିରେ ନା କୌଣସି ଫାଇଟ ଶିନ ଅଛି ନା କୌଣସି ହିରୋଇନ ।

ଦର୍ଶକ ବନ୍ଧୁ ଏହି ଫିଲ୍ମଟି ଏକ ଡାକ୍ତରଙ୍କ ଜୀବନ କାହାଣୀ ଉପରେ ନିର୍ମିତ ଅଟେ । ତେବେ ବାବୁସାନ ନିଜ ଫିଲ୍ମ ଦମନ କୁ ନେଇ ବେଶ ଖୁସି ଅଛନ୍ତି ଆଉ ଗଣ ମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ତାଙ୍କ ଖୁସି ହେବାର ମୁଖ୍ୟ କାରଣ ହେଉଛି ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି ତାଙ୍କ ସହ ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ ଦେଖିବାକୁ ଆସିଛନ୍ତି । ତେବେ ପ୍ରକୃତି-ତୃପ୍ତି-ବାବୁସାନ ବିବାଦ ପରେ ତୃପ୍ତି ବାବୁସାନ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଆଉ ଅଲଗା ମଧ୍ୟ ରହୁଥିଲେ ।

ଏହା ପରେ କିଛି ଦିନ ପୂର୍ବେ ବାବୁସାନ ଙ୍କ “ଦମନ” ଫିଲ୍ମ ପ୍ରମୋଶନ ସମୟରେ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା । ଆଉ ତୃପ୍ତି ସେଠାରେ ପହଞ୍ଚି ବାବୁସାନଙ୍କ କେୟାର ନେବା ସହ ଦୁହେଁ ଏବେ ଖୁସିରେ ଅଛନ୍ତି । ଆଉ ଆଜି ବାବୁସାନଙ୍କ ସହ ପତ୍ନୀ ତୃପ୍ତି ବି “ଦମନ” ଫିଲ୍ମ ଦେଖିବାକୁ ଆସିଛନ୍ତି । ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବୁସାନ କହିଛନ୍ତି “ଏଇଟା ପ୍ରଥମ ଥର ସେ ମୋ ଫିଲ୍ମ ଦେଖିବା ପାଇଁ ଆସିଛି ।

ମୋତେ ବହୁତ ଖୁସି ଲାଗୁଛି ଏଥିପାଇଁ ଯେ, ସେ ପ୍ରଥମ ଥର ମୋ ଫିଲ୍ମ ଦେଖିବାକୁ ଆସିଛି । ମୁଁ ଓଡିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି ସେମାନେ ଏତେ ଭଲ ପାଇବା ଦେଇଛନ୍ତି ଦମନ ଫିଲ୍ମକୁ । ବହୁତ ବଢିଆ ରେସ୍ପୋନ୍ସ ଅଛି ଯେଉଁ ମାନେ ଦେଖି ନାହାନ୍ତି ଦୟା କରି ଯାଇ ଫିଲ୍ମ ଦେଖନ୍ତୁ ।ଏତେ ଭଲ ପାଇବା ଦେଖି ବହୁତ ଖୁସି ଲାଗୁଛି । ମୁଁ ଆଶା କରି ନ ଥିଲି ଫିଲ୍ମ ଏତେ ଭଲ ହେବ ବୋଲି କାହିଁକି ନା ମୋ ମନରେ ଗୋଟେ ଭୟ ଥିଲା ।

ମୁଁ ଆଗରୁ ଯେମିତି ଫିଲ୍ମ କରି ଆସିଛି ଏଇଟା ସେମିତି ଫିଲ୍ମ ନୁହେଁ । କାରଣ ମୋର ସବୁ ଫିଲ୍ମରେ ହିରୋଇନ ଅଛନ୍ତି ଫାଇଟ ସିନ୍ ଅଛି । କିନ୍ତୁ ଏ ଫିଲମରେ ହିରୋଇନ ନାହାନ୍ତି ସେମିତି ଫାଇଟ ନାହି । ଗୀତ ନାଚ ନାହି ଆଉ ହ୍ୟୁମାର ନାହି ତଥାପି ମୋତେ ଏତେ ଭଲ ପାଇବା ମିଛି ସେଥିପାଇଁ ମୁଁ ବହତ ଖୁସି । ମୁଁ ଓଡିଶାବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି । ଲୋକେ ଘରେ ନ ଦେଖି ହଲ କୁ ଆସି ଆଗ ଦେଖନ୍ତୁ ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *