Babushan ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ Prakruti ସହ… ଦେଖନ୍ତୁ କଣ କହୁଛନ୍ତି ବାପା Manmatha Mishra

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛନ୍ତି ଓଲିଉଡ ଚକେଲ୍ଟ ହିରୋ ବାବୁସାନ ମହାନ୍ତି ହିରୋଇନ ପ୍ରକୃତି ମିଶ୍ର ଙ୍କ ସହ ମିଶିବାର ପ୍ରକୃତ କାରଣ, ଯାହା ହେଉଛି କେବଳ ବଲିଉଡ ରେ ତାଙ୍କର କ୍ୟାରିୟର ଆରମ୍ଭ କରିବା ପାଇଁ । ପ୍ରକୃତି ଙ୍କ ସହ ମିଶି ବାବୁସାନ ବଲିଉଡ ରେ କରିଥାନ୍ତେ ଫିଲ୍ମ । ବାବୁସାନଙ୍କର ଧୀରେ ଧୀରେ ବଲିଉଡ ଆଗକୁ ମନ ବଳାଇ ଥିଲା । କାରଣ ସଫଳତା ଦିଗରେ ଲୋଭ ତ କାହାରି ମନରେ ଆସିପାରେ । ବୋଧ ହୁଏ ବାବୁସାନ ଏହି ଲୋଭର ଶିକାର ହୋଇଥିଲେ । ଏ କଥା ଆମେ କହୁ ନାହୁଁ ବରଂ ଏହା ନିଜେ ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ।

ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ରଙ୍କର ଏକ ଅଡିଓ କଲ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏଭଳି ଶବ୍ଦ ର ପ୍ରୟୋଗ କରିଛନ୍ତି । ବାବୁସାନ ଙ୍କ ପରିବାର ଓ ପ୍ରକୃତିଙ୍କ ପରିବାର ମଧ୍ୟରେ ଗୋଟିଏ ପରେ ଗୋଟିଏ ବିବାଦ ଆରମ୍ଭ ହେବାରେ ଲାଗିଛି । ଦିନକୁ ଦିନ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟେ ସତ ।

ହଁ ଆଜ୍ଞା ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ରତା କିଛି ଏମିତି କହି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁଠି ବାବୁସାନଙ୍କର ଓଡିଆ ଫିଲ୍ମ ଆଡକୁ ମନ ଛାଡୁଥିଲା ବଲିଉଡ ରେ ଫିଲ୍ମ କରିବାକୁ ବାବୁସାନଙ୍କର ମନ ବଳାଉ ଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି । ଆଉ ସେଥିପାଇଁ ପ୍ରକୃତିଙ୍କର ଅତି ନିକଟତର ହେଉଥିଲେ ବାବୁସାନ ଆଉ ତାଙ୍କୁ ଅସ୍ତ୍ର କରି ବଲିଉଡ ରେ ପାଦ ଦେବାକୁ ଚେଷ୍ଟା କରୁଥିଲେ ।

ପ୍ରକୃତି ମିଶ୍ରଙ୍କର ବଲିଉଡ ରେ ଭଲ ଲିଙ୍କ ରହିଛି କାରଣ ସେ ବମ୍ବେ ରେ ହିଁ ରହୁଛନ୍ତି । ସେ ମୁମ୍ବାଇ ରେ ଗତ ୮ ବର୍ଷ ହେବ କ୍ୟାରିୟର ଗଢିବାକୁ ସଂଘର୍ଷ କରୁଛନ୍ତି । ପ୍ରକୃତିଙ୍କର ହିନ୍ଦୀ ସିରିଏଲ ରହିଥିବା ବେଳେ ଏବେ ନାନା ପାଟେକର ଙ୍କ ସହ ଏକ ଫିଲ୍ମ କରୁଛନ୍ତି । ସିଧା ସଳଖ କହିବାକୁ ଗଲେ ପ୍ରକୃତି ବଲିଉଡ ରେ ନିଜର କ୍ଯାରିୟର ଆରମ୍ଭ କରିବାରେ ଲାଗିଛନ୍ତି ।

ଆଉ ଏଥିରେ ପୁରା ବାୟା ହୋଇ ଯାଇଛନ୍ତି ବାବୁସାନ ଯେଉଁଥି ପାଇଁ ସେ ଚାହୁଁଛନ୍ତି ପ୍ରକୃତିଙ୍କ ଲିଙ୍କ ରେ ବଲିଉଡ ରେ ସେ ବି କିଛି କାମ ପାଇବେ । ଆଉ ସେଥିପାଇଁ ସେ ପ୍ରକୃତି ଙ୍କ ସହ ଏତେ ନିକଟତର ହୋଇଛନ୍ତି ବୋଲି ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ।

ତେବେ ପ୍ରକୃତି ବାବୁସାନଙ୍କ ସହ ଟଙ୍କା ପାଇଁ ମିଶୁଥିବା ବେଳେ ସ୍ତ୍ରୀ ତୃପ୍ତି କହୁଥିବା ବେଳେ ବାବୁସାନ ବଲିଉଡ ରେ ନିଜର କ୍ଯାରିୟର ଗଢିବା ପାଇଁ ପ୍ରକୃତିଙ୍କର ଅତି ନିକଟତର ହେବା କଥା କହିଛନ୍ତି ମନ୍ମଥ ମିଶ୍ର । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *