ବନ୍ଧୁଗଣ ସାରା ଓଡିଶାରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିବାଦକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓଡିଆ କଳାକାର ଓ ପ୍ରଡ୍ୟୁସର ମାନେ ନିଜର ମତ ରଖୁଛନ୍ତି । ତେବେ ଏମାନଙ୍କର ବିବାଦକୁ ନେଇ ବେ ମୁହଁ ଖୋଲିଛନ୍ତି ନିର୍ଦ୍ଦେଶକ ଅଶୋକ ପତି । ସେ କହିଛନ୍ତି ବାବୁଷାଣ ୨୦୧୧ରୁ ରୋମୀଓ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲା । ଯାହା ପରେ ସେ ସୁନ୍ଦରଗଡର ସଲମାନ ଖାନ, ମିଷ୍ଟର ମଜନୁ ଭଳି ସୁପର ହିଟ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛି । ଆଗକୁ ବି ବାବୁସାନ ସହ ଫିଲ୍ମ ହେବ ଏମିତିକି ପ୍ଲାନିଙ୍ଗ ହୋଇ ସାରିଲାଣି ଫିଲ୍ମ ପାଇଁ ।
ବାବୁସାନ ଶାରୀରିକ କଷ୍ଟ ପାଇଥିବାରୁ ଏବେ ରେସ୍ଟ ନେଇଛନ୍ତି । ତେଣୁ ଅଶୋକ ପତିଙ୍କୁ ସେ କହିଛନ୍ତି କି ଦୁଇ ଦିନ ପରେ ସେ ରେଷ୍ଟ ନେବା ପରେ ସବୁ କିଛି ଖୁଲସା କରିବେ । ଅଶୋକ ପତି ଆଗକୁ କହିଛନ୍ତି ସବୁ ସମସ୍ୟାର ସମାଧାନ ଅଛି ପିଲାଟା ଯେବେ ଭୁଲ କରିଛି ତାକୁ ଠିକ ବାଟକୁ ମଧ୍ୟ ଆଣିବା ଦାୟିତ୍ଵ ହେଉଛି ଆମର ଦାୟିତ୍ଵ । ତୃପ୍ତି ହେଉଛି ଆମ ଝିଅ, ବୋହୁ ସେ କୁଆଡେ ଯାଇ ନାହି ବୋଲି ଅଶୋକ ପତି କହିଛନ୍ତି । ବାବୁସନ ଗୋଟେ ମ୍ୟାଚର ପିଲା ଭଲ ପିଲା ତାଙ୍କ ସହ କଣ ହୋଇଛି ସେ ନିଜେ ହିଁ କହିପାରିବେ ।
ବାବୁସାନ ନିଜେ ଆମନ୍ତ୍ରଣ କରିବେ ଆଉ ସମସ୍ତଙ୍କୁ କହିବେ ତାଙ୍କ ସହ କଣ ଘଟିଛି । ଲୋକମାନେ ଯାହାକୁ ଭଲ ପାଇଥାନ୍ତି ସେ ମଧ୍ୟ ଭୁଲ କରିପାରେ । ଏମିତି ବି ହୋଇପାରେ ପ୍ରକୃତିଙ୍କ ତରଫରୁ ଭୁଲ ହୋଇପାରେ ତେଣୁ ଏହି ଘଟଣାର ପୁରା ତଦନ୍ତ କରାଯିବ । ବାବୁସାନଙ୍କର ବ୍ୟକ୍ତିଗତ ଲାଇଫରେ କଣ ଘଟିଛି ତାହା ସେ ନିଜେ ଖିବେ । ପାରିବାରିକ ମାମଲାକୁ ନେଇ ବିବାଦ ଚାଲିଛି ଯାହା ହେବାର ନ ଥିଲା । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯାହା ବି ହୋଇଛି ତାହାର ସମାଧାନ ନିଶ୍ଚିନ୍ତ ଭାବେ ହେବ ।
ଅଶୋକ ପତି କେବେ ବାବୁସାନଙ୍କୁ ଫିଲ୍ମରୁ ବାହର କରିବେ ନାହି ବୋଲି କହିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ସବୁ କିଛି ସମାଧାନ ହେବ । ତୃପ୍ତିଙ୍କ ସହ ସେମିତି କିଛି ତିକ୍ତତା ହୋଇ ନାହି ସେ ନିଶ୍ଚିନ୍ତ ଭାବେ ବାବୁସାନ ଙ୍କ ପାଖକୁ ଫେରିବେ ବୋଲି ଅଶୋକ ପତି କହିଛନ୍ତି । ସେ ଏଥିପାଇଁ ବାବୁସାନଙ୍କ ସପକ୍ଷର କହୁଛନ୍ତି କାରଣ ସେ ବାବୁସାନଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି ଆଉ ଅନେକ ସାରା ଫିଲ୍ମ ମଧ୍ୟ ତାଙ୍କୁ ନେଇ କରିଛନ୍ତି । ଆମେମାନେ ଭାବୁଛୁ ବଡ ସମସ୍ଯା ଅଛି କିନ୍ତୁ ସେମିତି କିଛି ହୋଇନାହି ।
କିଏ କେତେବେଳେ କଣ କହିଲା କାହିଁକି କହିଲା ତାହା ସବୁବେଳେ ଦେଖାଯାଏ । ତା ସହ କଣ ଫିଲ୍ମ କରିବି ମୁଁ ନିଜେ ବ ଫିଲ୍ମ କରିଛି ବୋଲି ଅଶୋକ ପତି ମତ ଦେଇଛନ୍ତି । ଆଜି ଗଣ ମାଧ୍ୟମର ଯେଉଁ ଗହଳି ଲାଗିଛି ସେମିତି ସିନେମା ହଲରେ ଲାଗିବ ଆଉ ୧୦ କୋଟି ବେପାର ହେଉଥିଲା ସେମିତି ହେବ । ବନ୍ଧୁଗଣ ଆପଣଙ୍କର ଅଶୋକ ପତିଙ୍କ ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।