Babushan ଓ Prakrutiଙ୍କୁ ନେଇ କଣ କହୁଛନ୍ତି ପ୍ରଡ୍ୟୁସର Tutu Nayak, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରକୃତି-ବାବୁସାନ- ତୃପ୍ତି ଙ୍କୁ ଯେଉଁ ବିବାଦ ଲାଗି ରହିଛି ତାହାକୁ ସମସ୍ତେ ନିଜ ନିଜର ମତ ରଖୁଛନ୍ତି । ଏହାରି ମଧ୍ୟରେ ବାବୁସାନଙ୍କୁ ବୁଝାଇବାକୁ ଯାଇ ପ୍ରଦ୍ଯୁସର ଟୁଟୁ ନାୟକ ନିଜର ମତ ରଖିଛନ୍ତି କି ବାବୁ ଜୀବନରେ ୩ଟି ପଛରେ କେବେ ପଡିବୁ ନାହି ଯଥା ନାରୀ, ଚାମଚା, ମଦ । ଯିଏ ଏହି ସବୁରୁ ଦୂରେଇ ରହିଲା ସେ ଜୀବନରେ ମଣିଷ ହୋଇପାରିବ । ଆଗକୁ ସେ କହିଛନ୍ତି ପ୍ରକୃତି କହୁଛି ନ୍ୟାସନାଲ ଆୱାର୍ଡ ପାଇଛି କିନ୍ତୁ ଓଡିଶାରେ ତାର କଣ ପରିଚୟ ଅଛି । ବରଂ ବାବୁସାନକୁ ପଟେଇଲା ଆଉ ପ୍ରେମ କରିଲା ।

 

ସମସ୍ତଙ୍କର ସ୍ଵପ୍ନ ରହିଥାଏ ସୁପରଷ୍ଟାର ହେବା ପରେ ନାଁ କମାଇବା । କାହାର ଘର ଭାଙ୍ଗ ନାହି ବୋଲି ପ୍ରକୃତିକୁ ଇଙ୍ଗିତ କରି ଟୁଟୁ ନାୟକ ମତ ରଖିଛନ୍ତି । ବାବୁସାନଙ୍କ ବାପାଙ୍କ ପରେ କେତେବେଳେ ଟୁଟୁଙ୍କର ହକ ରହିଛି ବାବୁସାନଙ୍କୁ କିଛି କହିବା ପାଇଁ ବୋଲି ସେ କହିଛନ୍ତି । କେଉଁ ଦୁର୍ଦ୍ଦଶା ପାଇଁ ବାବୁସାନ ଏମିତି କାଣ୍ଡ ଘଟାଇଛନ୍ତି । ତୃପ୍ତିଙ୍କର ତାରିଫ କରିଛନ୍ତି ଟୁଟୁ ନାୟକ ପ୍ରକୃତିଙ୍କୁ ମାଡ ମାରିବାକୁ ନେଇ ।

ଦୁହିଙ୍କର ବୈବାହିକ ଜୀବନ ବେଶ ଭଲରେ ଚାଲିଥିବା ବେଳେ ଗତ ୨ ବର୍ଷ ହେବ ଏମିତି ଘଟଣା ଲାଗି ରହିଛି । ପ୍ରକୃତି କଣ ପାଇଁ ଚେନ୍ନାଇ ଗଲା କାହିଁକି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପଶିଲା । ଭଲ ବନ୍ଧୁ ମାନେ ନୁହେଁ କି ଗୋଟେ ରୁମରେ ସୋଇବେ । ଆଗକୁ ଟୁଟୁ ନାୟକ କହିଛନ୍ତି ପ୍ରକୃତି ଏହି ଘଟଣାର ପ୍ରକୃତ ଦୋଷୀ ।

ଚେନ୍ନାଇ କାର୍ଯ୍ୟକ୍ରମକୁ ପ୍ରକୃତିଙ୍କୁ ଡକାଯାଇ ନ ଥିଲା ସେ କଣ ପାଇଁ ସେଠିକି ଗଲେ ବୋଲି ପ୍ରଶ୍ନ କରିଛନ୍ତି ଟୁଟୁ ନାୟକ । ଅପରାଜିତାଙ୍କୁ ପ୍ରଶଂସା କରିଛନ୍ତି ଟୁଟୁ କାରଣ ସେ ତାଙ୍କ ବୋହୁଙ୍କୁ ସହଯୋଗ କରିଛନ୍ତି । ପ୍ରକୃତିଙ୍କର ବିବେକ ନାହି କେମିତିକା ବନ୍ଧୁ ସେ ଯେ ଜଣଙ୍କର ଘର ଭାଙ୍ଗି ଦଉଛି । ପ୍ରକୃତିର ଘର ରହିଛି ସେ କଣ ପାଇଁ ହୋଟେଲ କି ସାଙ୍ଗ ଘରେ ରହୁଛନ୍ତି ।

ମନ୍ମଥ ମିଶ୍ର ନିଜେ କହିଛନ୍ତି ମୋ ଝିଅ ମୋ ଅକ୍ତିଆରରେ ନାହି । ବଢିଲା ଝିଅକୁ କଣ ପାଇଁ ଏତେ ପ୍ରୋଶ୍ଚାହନ ଦେଇଛନ୍ତି ବାପା ମନ୍ମଥ ମିଶ୍ର ଆଉ କ୍ରୀଷ୍ଣା ମିଶ୍ର । କ୍ରୀଷ୍ଣା ମିଶ୍ର ଯେଉଁ କଥା କହିଛନ୍ତି ତୃପ୍ତିଙ୍କୁ ଚପଳରେ ବାଡେଇଥାନ୍ତି ଏତ କଣ ଠିକ ଯଦି ଏଭଳି ଘଟଣା ତାଙ୍କ ସହ ଘଟିଥାନ୍ତା ତେବେ କେମିତି ଲାଗିଥାନ୍ତା ।

ଅପରାଜିତା କାନ୍ଦିଛନ୍ତି ନିଜ ବୋହୁ ଆଉ ନାତି ପାଇଁ ସେଥିପାଇଁ ସେ ମନ୍ମଥ ମିଶ୍ରଙ୍କ ପରିବାରକୁ ଏ ଯାଏଁ ଜବାବ ଦେଇ ନାହାନ୍ତି । ଟୁଟୁ ନାୟକ ଶେଷରେ କହିଛନ୍ତି ଯାହା ହେଲା ଏବେ ଘରକୁ ଫେରି ଆସେ ତୋ ସ୍ତ୍ରୀ, ପିଲା ତୋର ନିଜର ଆଉ କେହି ନୁହେଁ । ଆଗକୁ ତୁ ବି ବୁଢା ହେବୁ ତୋ ପରିବାର ତୋ ପାଖରେ ଛିଡା ହେବେ ଆଉ କେହି ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଟୁଟୁ ନାୟକଙ୍କର ଏଭଳି ରାଏ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *