ଆଜି ଆପଣ ନିଜର ରାଶି ଅନୁସାରେ ନିଜ ବିଷୟରେ ଜାଣନ୍ତୁ । ଏଥିରେ ଆପଣ ନିଜ ବିଷୟରେ ଅନ୍ୟ କାହା ବିଷୟରେ ବି ଜାଣି ପାରିବେ । କିଛି ଦିନ ତଳେ ଯାହା ଘଟିଥିଲା ଓ ଆଜି ଆପଣଙ୍କ ସହିତ ଯାହା ଘଟୁଛି ତାହା ଆପଣ ଏଠି ଜାଣି ପାରିବେ । ନିଜ ବିଷୟରେ ମନରେ ଚାଲିଥିବା କିଛି ପ୍ରଶ୍ନର ଜବାବ ବି ଜାଣି ପାରିବେ । ଅତୀତରେ ଘଟିଥିବା କିମ୍ବା ଭବିଷ୍ୟତରରେ ଘଟିବାକୁ ଯାଉଥିବା କାମ ବିଷୟରେ ଆପଣ ଜାଣି ପାରିବେ ।
ମେଷ
ଆପଣ ନିଜର କିଛି ଜିନିଷ ବିକ୍ରି କରିବାକୁ ଚାହୁଁଛନ୍ତି । କିନ୍ତୁ ଏହି ଜିନିଷକୁ ଆପଣ ଆଉ କିଛି ଦିନ ପରେ ବିକ୍ରି କରିଲେ ଅଧିକ ଲାଭବାନ ହେବେ । ଆପଣଙ୍କର ଉତ୍ତର ଦିଗରେ ବିବାହ ହୋଇପାରେ । ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ଚାହୁଁଛନ୍ତି କିନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ନୁହେଁ । ଭଲ ସମୟ ଅଛି ସେଥିପାଇଁ ସେହି ସ୍ଥାନରେ ରହି ନିଜର ପ୍ରୟାସ ଜାରି ରଖନ୍ତୁ । ବିଶ୍ଵାସ କରନ୍ତୁ ଆପଣ ଲାଭରେ ରହିବେ । ବୁଲିବା ପାଇଁ କିମ୍ବା କାର୍ଯ୍ୟ ପାଇଁ ଆପଣ ବାହାରକୁ ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭବାନ ରହିବ ।
ବୃଷ
କୌଣସି ସ୍ଥାନକୁ ନେଇ ଯଦି ଆପଣଙ୍କ ମନରେ ସନ୍ଦେହ ରହୁଛି ତେବେ ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ନୂତନ ସମ୍ପର୍କ ଗଠନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ରାଜ୍ୟ ବାହାରେ ବ୍ୟାପାରକୁ ବିସ୍ତାର କରିବା ବଦଳରେ ରାଜ୍ୟ ଭିତରେ ବ୍ୟାପାର କରିଲେ ଆପଣ ଅଧିକ ଲାଭବାନ ହୋଇ ପାରିବେ । ଆପଣ ବର୍ତ୍ତମାନ ଟଙ୍କା ସଞ୍ଚୟ କରି ପାରୁ ନାହାନ୍ତି କିନ୍ତୁ ଭବିଷ୍ୟତରେ ଆପଣ ଟଙ୍କା ସଞ୍ଚୟ କରି ପାରିବେ ।
ମିଥୁନ ରାଶି
କୌଣସି ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆପଣ ବର୍ତ୍ତମାନ ଟଙ୍କା ସଞ୍ଚୟ କରୁଛନ୍ତି । ବ୍ୟାପାର ବୁଦ୍ଧି କରିବାର ଯୋଜନା କରନ୍ତୁ । ଯେଉଁ କାର୍ଯ୍ୟରେ ସନ୍ଦେହ ଅଛି ସେଥିରେ ହାତ ଦିଅନ୍ତୁ ନାହିଁ । ଆପଣ ଯାହା ବି ବିକ୍ରି କରିବା ଚାହୁଁଛନ୍ତି ତାକୁ ବର୍ତ୍ତମାନ ଆପଣ ବିକ୍ରି କରି ପାରିବେ ନାହିଁ । ଦାମ୍ପତ୍ୟ ଜୀବନ ଆହୁରି ଅଧିକ ମଧୁର ହେବ ।
କର୍କଟ ରାଶି
ନୂତନ ମିତ୍ରତା କରିବେ ଆପଣ । କୌଣସି ସ୍ଥାନରେ ଆପଣଙ୍କ ବିବାହ ଠିକ ହୋଇଛି କିନ୍ତୁ ସେଠି କିଛି ସମସ୍ୟା ଦେଖା ଯାଉଛି । କିନ୍ତୁ କହିଦେଉଛୁ କି ଏହି ସମ୍ବନ୍ଧ ଆପଣଙ୍କ ପାଇଁ ଠିକ ହେବ ନାହିଁ । ବାହାର ରାଜ୍ୟରୁ ଆପଣଙ୍କୁ ନିଜ ରାଜ୍ୟରେ ଅଧିକ ଧନଲାଭର ସମ୍ଭାବନା ଅଛି । ଅର୍ଥ ନିବେଶ ସମୟରେ ସାବଧାନ ରୁହନ୍ତୁ । ଯଦି ଆପଣ ନିଜର ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଠିକ ନୁହେଁ । ଆସନ୍ତା ସମୟ ଆପଣଙ୍କ ପାଇଁ ଭଲ ରହିବ । ସେହି ସମୟରେ ଆପଣ ପରିବର୍ତ୍ତନ କରି ପାରିବେ । ଯଦି ଆପଣ କାହା ଠାରୁ ଧୋଖା କାହିଛନ୍ତି ତେବେ ଆଗକୁ ସାବଧାନ ରୁହନ୍ତୁ ।