ବାଛନ୍ତୁ ଗୋଟେ ଗୋଲାପ ଓ ଜାଣନ୍ତୁ ନିଜ ସ୍ଵଭାବ ଓ ଭବିଷ୍ୟତ ବିଷୟରେ

ଏହି ୩ଟି ଫୁଲ ରୁ ବାଛନ୍ତୁ ଗୋଟେ ଗୋଲାପ ଓ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ଓ ଭବିଷ୍ୟତ । ଯେଉଁ ପ୍ରକାର ରେ ଏହି ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁ ଓ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ । ଯେପରି କୌଣସି ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ସେହିପରି କୌଣସି ବ୍ୟକ୍ତିଙ୍କୁ ଗହଳି ରେ ରହିବାକୁ ଭଲ ଲାଗିଥାଏ । ସେହି ପ୍ରକାର ରେ ରଙ୍ଗ ବିଷୟରେ ମଧ୍ୟ ସମସ୍ତ ଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ ।

ଯେପରି କାହାକୁ ନାଲି ରଙ୍ଗ ର ଗୋଲାପ ପସନ୍ଦ ତ କାହାକୁ ଧଳା ରଙ୍ଗ ର ଗୋଲାପ ପସନ୍ଦ ଆସିଥାଏ । ଏହା ସତ ଯେ ରଙ୍ଗ ର ଅଭାବ ରେ ବ୍ୟକ୍ତିଙ୍କ ଜୀବନ ଫିକା ହୋଇଯାଏ । ଏହି ରଙ୍ଗ ଦ୍ଵାରା ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ ।

୧) ନୀଳ ରଙ୍ଗର ଗୋଲାପ:-

ଯଦି ଆପଣ ଏହି ରଙ୍ଗର ଫୁଲ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ ଯେ ଆପଣ ଏକ ଆଶାବାଦୀ ଓ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି । ଓ ଆପଣ ଏକ ସ୍ବାଭିଭାବି ବ୍ୟକ୍ତି ଅଟନ୍ତି । କିନ୍ତୁ ହୋଇପାରେ ଆପଣ କିଛି ସ୍ଵାର୍ଥୀ ମଧ୍ୟ ହୋଇପାରନ୍ତି । କାହାର ବି ସାହାଜ୍ଯ ନେବା ଆପଣଙ୍କୁ ପସନ୍ଦ ଆସି ନଥାଏ । ଏହା ସହ ଆପଣ ଆପଣଙ୍କ ପାର୍ଟନର ପ୍ରତି ସର୍ବଦା ବିଶ୍ଵାସୀ ରହିଥାନ୍ତି । ଆପଣ ସଚ୍ଚୋଟ ଓ ଜିଦ୍ଦି ସ୍ଵଭାବ ର ହୋଇପାରନ୍ତି ।

ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ହିଁ ପସନ୍ଦ ହୋଇଥାଏ । ଅନ୍ୟ କଥା ରେ ମୁଣ୍ଡ ପୁରାଇବାକୁ ପସନ୍ଦ କରନ୍ତି ନାହିଁ । ଆପଣ ନିଜ ପାଖରେ ଥିବା ଧନ କୁ କେବେ ବି ଅଯଥା ଖର୍ଚ କରିବାକୁ ପସନ୍ଦ କରନ୍ତି ନାହିଁ । ଯେଉଥିପାଇଁ ଲୋକମାନେ ଆପଣଙ୍କୁ ଲୋଭୀ ପ୍ରକୃତିର ମଧ୍ୟ ଭାବିଥାନ୍ତି । କିନ୍ତୁ ଆପଣ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି ।

୨) ନାଲି ରଙ୍ଗର ଗୋଲାପ:-

ଏହି ନାଲି ରଙ୍ଗର ଗୋଲାପ ପ୍ରାୟତଃ ଭଲ ପାଇବାର ପ୍ରତୀକ ଭାବେ ବିଚାର ହୋଇଥାଏ । ଯଦି ଆପଣ ଏହି ଫୁଲ କୁ ବାଛିଛନ୍ତି ତ ଏହାର ଅର୍ଥ ଆପଣ ବହୁତ ମେଳାପୀ ବ୍ୟକ୍ତି ଅଟନ୍ତି । କାହା ସହିତ ବି ଅତି ସହଜ ରେ ମିଶି ଯାଇଥାନ୍ତି । କିନ୍ତୁ ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇପାରନ୍ତି । ଆପଣ ଆପଣଙ୍କ ଜୀବନସାଥିଙ୍କ ଠାରୁ ସର୍ବଦା ସଚ୍ଚୋଟତା ର ଆସା ରଖିଥାନ୍ତି । ମିଛ ଆପଣଙ୍କୁ ପସନ୍ଦ ହୋଇ ନଥାଏ ।

ଆପଣଙ୍କ ହୃଦୟ କୋମଲ ସ୍ଵଭାବ ର ହୋଇଥାଏ । ଯାହା ଫଳରେ ଆପଣ ଟିକେ କଥାରେ ମଧ୍ୟ ଭାବୁକ ହୋଇ ଯାଇଥାନ୍ତି । ପ୍ରାୟତଃ ଏହି ପ୍ରକାରର ବ୍ୟକ୍ତି ରୋମାଣ୍ଟିକ ଟାଇପ ର ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ବହୁତ ଭଲରେ କଟିଥାଏ । ସର୍ବଦା ଭଲ ଖାଇବା ଓ ଭଲ ପିନ୍ଧିବା ପ୍ରତି ଅଧିକ ଧ୍ୟାନ ରଖିଥାନ୍ତି ।

୩) ହଳଦିଆ ରଙ୍ଗର ଗୋଲାପ:-

ଯଦି ଆପଣ ଏହି ରଙ୍ଗର ଫୁଲ ବାଛିଛନ୍ତି ତେବେ ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡସିପ ର ପ୍ରତୀକ ବୋଲି ବିଚାର କରାଯାଏ । ଏହାକୁ ବାଛିବାର ଅର୍ଥ ଏହା ଅଟେ ଯେ ଆପଣ ନିଜେ ସର୍ବଦା ଖୁସିରେ ରୁହନ୍ତି ଓ ଅନ୍ୟକୁ ବି ଖୁସିରେ ରଖିଥାନ୍ତି । ଏହା ଛଡା ଆପଣ ଅନ୍ୟକୁ ସାହାଜ୍ଯ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏହି ପରି ବ୍ୟକ୍ତି କାହାସହ ବି ଅତି ଶୀଘ୍ର ମିତ୍ରତା କରିଥାନ୍ତି । ପ୍ରାୟତଃ ଏହି ବ୍ୟକ୍ତି ମାନେ ଧାର୍ମିକ ହୋଇଥାନ୍ତି । କାହା ବିଷୟରେ ବି ଖରାପ ଚିନ୍ତା କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *