ବଡ ବଡ ଲୋକ ପଖାଳ ଲୁଚିକି ଖାଉଛନ୍ତି ! ପିଆଜ ଖଣ୍ଡେ ଲଙ୍କା ଖଟା ଚକଡିଦେଲେ ପଖାଳର କି ମଜା… ପଖାଳ ଦିବସରେ ପଖାଳକୁ ନେଇ କଣ କହୁଛନ୍ତି ଅଭିନେତା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ହେଉଛି ବିଶ୍ଵ ପଖାଳ ଦିବସ ଯାହାକୁ ପ୍ରତି ବର୍ଷ ମାର୍ଚ୍ଚ ମାସ 20 ତାରିଖ ରେ ପାଳନ କରା ଯାଇଥାଏ । ପଖାଳ ହେଉଛି ଆମ ଓଡିଆ ମାନଙ୍କର ସବୁଠାରୁ ବେଷ୍ଟ ଖାଦ୍ୟ । ଯିଏ ଯେଉଁଠି ରହିଲେ ବି ପଖାଳ ଖାଇବାକୁ କେହି ଭୁଲନ୍ତି ନାହି । ତେବେ ଏହି ପରିପ୍ରେକ୍ଷୀ ରେ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଅଭିନେତା ପଖାଳ ଦିବସ କୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି ।

ସେ ଗଣମାଧ୍ୟମ ରେ ପଖାଳ ଦିବସକୁ ନେଇ କହିଛନ୍ତି ଯେ “ମୋତେ ବହୁତ ଖୁସି ଲାଗୁଛି ମୁଁ ଆଜି ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ କଲେଜ ରେ ଆସି ପଖାଳ ଦିବସ ସେଲିବ୍ରେଟ କରି ପାରୁଛି । ମାର୍ଚ୍ଚ 20 ତାରିଖ କୁ ଆମେ ସମସ୍ତେ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରିଥାଉ । ପଖାଳ ହେଉଛି ଆମ ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ । ମୁଁ ସକାଳୁ ପଖାଳ ଗଣ୍ଡାଏ ନ ଖାଇଲେ ଦିନ ଚଳିବ ନାହି ।

ପଖାଳ ଗଣ୍ଡାଏ ଘରୁ ଖାଇକି ବାହାରି ଆସିଛନ୍ତି ତେବେ ଦିନ 3ଟା କଣ 4ଟା କଣ ନ ଖାଇଲେ ବି ଛାଇବ । ପଖାଳ ସାଙ୍ଗରେ କିଛି ବି ଦରକାର ନାହି । ଖାଲି ପିଆଜ ଖଣ୍ଡେ, ଲଙ୍କା ଟିକେ ମନ୍ଥା ମନ୍ଥୀ ହେଲେ ପାଟିରୁ ଲାଲ ଗଡିବଣୀ । ଆଉ ଖାଲି ଖଟା ଟିକେ ହୋଇଗଲେ । ବଡ ବଡ ଲୋକ ବି ପଖାଳ ଖାଉଛନ୍ତି ଲୁଚିକି । କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ଆସିଗଲା ମାତ୍ରେ 3 ଓଳି ପଖାଳ ଖାଇଥାନ୍ତି । ମୁଁ ତ ପଖାଳ 3 ଓଳି ଖାଏ ।

ସକାଳ 8ଟା ରେ ଖାଏ, ଦିନ 2ଟା ରେ ଖାଏ ଆଉ ରାତିରେ ଆସିଲେ ଘରକୁ ସେଟା ବି ପଖାଳ ଖାଏ । ପଖାଳ ସାଙ୍ଗରେ ବାଡି ପୋଡା, ଆଳୁ ପୋଡା, ବାଇଗଣ ପୋଡା, ଚିଙ୍ଗୁଡିଛେଚା, ମିକଶ୍ଚର, ଲେମ୍ବୁ, ଅହି ନିଚିନ୍ତ । ତରକାରୀ ପତ୍ର ନ ହେଲେ ବି ଚଳେ । ଆମେ ଗାଁ ରୁ ଆସିଛୁ ଏଠି ଆସି ସହରରେ ରହିଲେ ବି ପଖାଳ କୁ କେହି କେବେ ଭୁଲିବେ ନାହି ।

ତେଣୁ ଧନ୍ୟବାଦ ମୋତେ ବିଜୁ ପଟ୍ଟନାୟକ କଲେଜ ଆଜି ଯେଉଁ ମୋତେ ଡାକିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଉଛି । ଆଜି ତାଙ୍କର ପୁରା ଦେଖିଲି ବି କଲେଜ ବହୁତ ବଢିଆ ହୋଇଛି । ବିନା ପଖାଳରେ କୌଣସି ଓଡିଆ ଘର ଚଳେ ନାହି । ତେଣୁ ଆପଣ ମାନେ ସମସ୍ତେ ପଖାଳ ଖାଆନ୍ତୁ ଏଞ୍ଜୋଏ କରନ୍ତୁ । ଲେଟ ସେଲିବ୍ରେଟ ପଖାଳ ଦିବସ । ଓଡିଆ ଦିବସ ଏଟା ନୁହେ ବିଶ୍ଵ ପଖାଳ ଦିବସ” । ତା ହେଲେ ବନ୍ଧୁଗଣ ଆପଣ ମାଙ୍କର ପଖାଳ ଦିବସ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *