ଯିଏ ନିଜର ଚିନ୍ତାଧାରା ବଡ ରଖେ, ତାକୁ ନିଶ୍ଚିନ୍ତ ବଡ ସଫଳତା ମିଳେ- ଏହାକୁ ପଢନ୍ତୁ ଓ ନିଜର ଚିନ୍ତାଧାରା ବଦଳାନ୍ତୁ

ପ୍ରଚଳିତ କଥା ଅନୁସାରେ ବହୁତ ବର୍ଷ ପୂର୍ବେ ଜଣେ ରାଜା ନିଜ ପ୍ରଜାମାନଙ୍କ ସୁଖସମୃଦ୍ଧି ବିଷୟରେ ଜାଣିବାପାଇଁ ନିଜ ରାଜ୍ୟରେ ଛଦ୍ମ ବେଶରେ ଭ୍ରମଣ କରୁଥିଲେ । ରାଜାଙ୍କ ସହ ତାଙ୍କ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କଣ୍ଟା ଜାତୀୟ ବୃକ୍ଷରେ ରାଜାଙ୍କର କୁର୍ତ୍ତା ଲାଗିବାରୁ ତାହା ଫାଟିଗଲା । ରାଜା ମନ୍ତ୍ରୀଙ୍କୁ ଆଦେଶ ଦେଲେକି କେହିବି ଦରଜିକୁ ଯଥାଶୀଘ୍ର ଖୋଜାଯାଉ ।

·         ମନ୍ତ୍ରୀ ବହୁତ ଶୀଘ୍ର ଜଣେ ଦର୍ଜିକୁ ଅନୁସନ୍ଧାନ କଲେ ଏବଂ ତାକୁ କହିଲେ ଯେ ରାଜା ପ୍ରଜାଙ୍କ କୁଶଳ ମଙ୍ଗଳ ଜାଣିବା ପାଇଁ ଆସିଛନ୍ତି ଏବଂ ତାଙ୍କର କୁର୍ତା ଫାଟି ଯାଇଛି । ଏହାକୁ ଯଥାଶୀଘ୍ର ମରାମତି କରିବାର ଅଛି ତେଣୁ ଜଲ୍ଦି ଚାଲ ।

·         ଦର୍ଜି ନିଜ ସାଙ୍ଗରେ ଛୁଞ୍ଚି ସୂତା ଧରି ରାଜାଙ୍କ ପାଖରେ ପହଞ୍ଚିଲା । ଦର୍ଜି ବହୁତ ସୁନ୍ଦର ଭାବରେ ରାଜାଙ୍କ କୁର୍ତା ସିଲେଇ କରିଦେଲା । ରାଜା ତା କାମରେ ବହୁତ ଖୁସି ହେଲେ କାରଣ ଏବେ ସେ ଫାଟିଥିବା ଅଂସ ଦୃଶ୍ୟମାନ ହେଉ ନଥିଲା ।

·         ରାଜା ଦରଜିକୁ ମନ ବାଞ୍ଛିତ ବର ମାଗିବାକୁ କହିଲେ । ଦରଜିର ସ୍ୱଳ୍ପ ସୂତା ଖର୍ଚ୍ଚ ହୋଇଥିବାରୁ ସେ ଚିନ୍ତାରେ ପଡିଗଲା କି ସେ ରାଜାଙ୍କଠାରୁ କି ବର ମାଗିବ । ଶେଷରେ ସେ ଚିନ୍ତାକଲା ଗୋଟେ ସ୍ଵର୍ଣ ମୁଦ୍ରା ମାଗିବାପାଇଁ ।

·         ପୁଣି ଦର୍ଜି ଚିନ୍ତାକଲା ଯଦି ରାଜା ଭବିବେ ଏହି ଛୋଟ କାମପାଇଁ ଏତେବଡ ଉପହାର ମାଗି ଦେଇଛି ବୋଲି ତେବେ ରାଜା ମୋତେ ଦଣ୍ଡ ଦେଇ ଦେବେ । ତେଣୁ ସେ ରାଜାଙ୍କୁ କହିଲା ଏହା ଗୋଟେ ଛୋଟ କାମ ଥିଲା ଏହାର ପାରିଶ୍ରମିକ କିପରି ନେବି ।

·         ପୁଣି ରାଜା ତାକୁ ଆଶ୍ଵାସନା ଦେଲେ କି ତୁମର ପାରିଶ୍ରମିକ ତୁମକୁ ମିଳିବା ଦରକାର ତେଣୁ ନିର୍ଭୟରେ ଯାହା ଚାହୁଁଚ ମାଗିପାର ।

·         ଏହାଶୁଣି ଦର୍ଜି କହିଲା ଏହା ଏକ ଛୋଟ କାମ ଥିଲା ତେଣୁ ଆପଣ ଯାହା ଉଚିତ ମନେ କରିବେ ସେଇଆ ଦେଇ ଦିଅନ୍ତୁ । ଏମିତି ଉତ୍ତର ଶୁଣି ରାଜା ଚିନ୍ତାରେ ପଡିଗଲେ ଏବଂ ନିଜର ସ୍ତର ହିସାବରେ କିଛି ଦେବାକୁ ଚିନ୍ତା କଲେ ।

·         ରାଜା ମନ୍ତ୍ରୀକୁ କହିଲେ ଦରଜିକୁ ୨ଟି ଗ୍ରାମ ଦିଆଯାଉ । ୨ଟି ମୁଦ୍ରା ମାଗିବାକୁ ଡରୁଥିବା ଦର୍ଜି ଏହାଶୁଣି ଆଶ୍ଚର୍ଯ୍ୟ ହେଇଗଲା ।

କଣ ଶିଖିଲେ :-

ଏଥିରୁ ଆମେ ଏହା ଶିକ୍ଷା ଲାଭ କଲୁ ଯେ ମଣିଷକୁ ସବୁବେଳେ ନିଜର ଚିନ୍ତାଧାରା ବଡ କରିବାକୁ ପଡିବ । କାରଣ କେବେକେବେ ଆମେ ଛୋଟ ଚିନ୍ତାଧାରା ରଖିଥିବାରୁ ଆମେ ଆମର ପ୍ରକୃତ ଫଳ ପାଇ ନଥାଉ । ଦର୍ଜି ଯଦି ୨ଟି ମୁଦ୍ରା ମାଗିଥାନ୍ତା ତେବେ ସେ ୨ଟି ଗ୍ରାମ ପାଇ ନଥାନ୍ତା ।

Leave a Reply

Your email address will not be published. Required fields are marked *