ବଦଳିବ Facebookର ନାମ, ଦେଖନ୍ତୁ କଣ ରହିବ ଏହାର ନୂଆ ନାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଜଲ୍ଦି ବଦଳିବାକୁ ଯାଉଛି ଫେସବୁକର ନାଁ । ନୂଆ ପରିଚୟ ପାଇବାକୁ ଯାଉଛି ଦେଶର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ । ବହୁତ ଜଲ୍ଦି ନୂଆ ନାଁ ଓ ନୂଆ ପରିଚୟ ସହ ସାମନାକୁ ଆସିବ ଫେସବୁକ । ଏହାକୁ ନେଇ ସୋସିଆଲ ମିଡିଆର ୟୁଜର୍ସ ମାନେ ଖୁସି ଜାହିର କରିଛନ୍ତି । କଣ ରହିବ ନୂଆ ନାଁ ତାହା ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଆସନ୍ତା ସପ୍ତାହ ସୁଦ୍ଧା କମ୍ପାନୀ ନିଜର ରିବ୍ରାଣ୍ଡ ପ୍ରସ୍ତୁତ କରି ନୂଆ ନାଁ ଘୋଷଣା କରିପାରେ ବୋଲି ସୂଚନା ରହିଛି ।

ୱ୍ହାଟସପ ଓ ଇଂଷ୍ଟାଗ୍ରାମ ଆଦିର ପ୍ୟାରେଟ୍ସ କମ୍ପାନୀ ହେଉଛି ଫେସବୁକ । କମ୍ପାନୀର ନାଁ ବଦଳାଇ ଫେସବୁକ ଏକ ସୋସିଆଲ ମିଡିଆ ଭାବେ ଅନ୍ୟ ଆପ ଭଳି ଏକ ପ୍ୟାରେଟ୍ସ କମ୍ପାନୀ ଅଣ୍ଡରରେ ଆସିଥାଏ । ସେବା କ୍ଷେତ୍ର ପ୍ରସ୍ତୁତ କରିବା ଲକ୍ଷେ ସିଲିକନ ଭେଲିରେ କମ୍ପାନୀ ମାନଙ୍କ ନାଁ ପରିବର୍ତ୍ତନ କରିବା ନୂଆ କଟାହ ନୁହେଁ । ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ନିଜର ନାଁ ପରିବର୍ତ୍ତନ କରି ସାରିଛନ୍ତି । ଥରେ ନୁହେଁ ବରଂ ଅନେକ ଥର କମ୍ପାନୀ ନାଁ ପରିବର୍ତ୍ତନ କରିଆବର ଦେଖିବାକୁ ମିଳିଛି ।

ତେବେ ଫେସବୁକ ପ୍ରଥମ ଥର ପାଇଁ ନାଁ ପରିବର୍ତ୍ତନ କରିବାକୁ ଯାଉଛି । ୱ୍ହାଟସପ, ଇଂଷ୍ଟାଗ୍ରାମ ଆଦି ଆପଣ ଗୁଡିକ ମୂଳ କମ୍ପାନୀର ତତ୍ବାବଧାନରେ ରହିଛନ୍ତି । ନାମକରଣ ପରେ ଫେସବୁକ ପୂର୍ବ ଭଳି ରହିବ ବୋଲି ପ୍ରତିଷ୍ଠିତ ଗଣ ମାଧ୍ୟମ ଦି ଭର୍ଜ ଏକ ରିପୋର୍ଟରେ କାହକିହନ୍ତି । ବର୍ତ୍ତମାନ ଫେସବୁକ ଏକ ମେଟାଭସ କମ୍ପାନୀ ପରିକଳ୍ପନା ନେଇ କାମ କରୁଛି । ମେଟାଭସ ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ଲୋକ ମାନେ ଶାରୀରିକ ଭାବେ ନ ରହି ଉପସ୍ଥିତି ଜାହିର କରି ପାରିବେ ।

ଏଥିରେ କମ୍ପାନୀ ଆଗାମୀ ୫ ବର୍ଷ ପାଇଁ ୟୂରୋପିଆନ ଏକ ଲକ୍ଷ୍ୟ ଚାକିରି ସୃଷ୍ଟି କରିବ ବୋଲି ଗତ ଜୁଲାଇ ରେ ମାର୍କ ଯୁଗରବର୍ଗ ଜଣାଇ ଥିଲେ । ଚଳିତ ମାସ ୨୮ ତାରିଖରେ ଫେସବୁକର ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କମ୍ପାନୀର ସିଓ ମାର୍କ ଯୁଗରବର୍ଗ ଫେସବୁକର ନୂଆ ନାଁ ଘୋଷଣା କରିବାର ସୂଚନା ରହିଛି । ତେବେ ଫେସବୁକ ତରଫରୁ ଏ ନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଖବରକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରସୋର ରେ ଚାଲିଛି । ତେବେ ଫେସବୁକ ର ନୂତନ ନା କଣ ରହିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଅମାକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *