ନୂଆ ମୋବାଇଲ ସିମ୍ ଆଣିବାକୁ ବଦଳିଲା ନିୟମ : ସରକାର କଲେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଏବେ କାହାକୁ ମିଳିବନି ସିମ୍…

ଗ୍ରାହକ ମାନଙ୍କ ପାଇଁ ଦୂରସଂଚାର ବିଭାଗ ପକ୍ଷରୁ ନୂଆ ସୀମା ଆଣିବାରେ କିଛି ପରିବର୍ତ୍ତନ କରା ଯାଇଛି । ନୂଆ ନିୟମ ଅନୁଯାୟୀ ଆପଣ ନୂଆ ସିମ ଆଣିବା ସହ ପ୍ରିପେଡକୁ ପୋଷ୍ଟପେଡ ଓ ପୋଷ୍ଟପେଡକୁ ପ୍ରିପେଡ କରିବାକୁ ଯାଇ ଆଉ ଫିଜିକାଲ ଫର୍ମ ଭରିବାକୁ ପଡିବ ନାହି । ସୂଚନା ଅନୁଯାୟୀ ଗ୍ରାହକ ମାନେ ବର୍ତ୍ତମାନ ଡିଜିଟାଲ ଫର୍ମ ଭାରି ଏହି କାମ ସହଜରେ କରି ପାରିବେ । କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ନିସ୍ପତିକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ଦୂର ସଂଚାର ବିଭାଗର କେୱାସି KYC ନିୟମ କୁ ବଦଳା ଯାଇଛି ।

ଯଦି ଆପଣ ମୁଆ ମୋବାଇଲ ନମ୍ବର ବା ଟେଲିଫୋନ କନେକ୍ସନ ନେବାକୁ ଚାହିଁବେ ତେବେ କେୱାସି ସଂପୂର୍ଣ୍ଣ ଭାବେ ଡିଜିଟାଲ ହେବ । ସିଧା ସଳଖ କହିବାଲୁ ଗଲେ ଯଦି ଆପଣ ନୂଆ ସିମ କିଣିବେ ତେବେ କୌଣସି ଡକୁମେଣ୍ଟ ଦେବାକୁ ପଡିବ ନାହି । ଠିକ ସେହିପରି ପୋଷ୍ଟପେଡ ନମ୍ବରକୁ ପ୍ରିପେଡ ଓ ପ୍ରିପେଡ ନମ୍ବରକୁ ପୋଷ୍ଟପେଡ କରିବା ପାଇଁ କୌଣସି ଫର୍ମ ଦେବାକୁ ପଡିବ ନାହି । ଗ୍ରାହକ ମାନେ ଟେଲିକମ କମ୍ପାନୀ ଆପ ଜରିଆରେ ନିଜର କେୱାସି କରି ପାରିବେ । ଏଥିପାଇଁ ଗ୍ରାହକ ମାନଙ୍କୁ ମାତ୍ର ୧ ଟଙ୍କା ଦେବାକୁ ପଡିବ । ଗ୍ରାହକ ମାନେ ଏହି ନୂଆ ନିୟମ ୱେବସାଇଟ ବା ଆପ ଜରିଆରେ କିଛି ସ୍ଟେପସରେ ପୁରା କରି ପାରିବେ ।

ସେଲ୍ଫ କେୱାସି ପାଇଁ ୫ଟି ପ୍ରକ୍ରିୟା :

୧- ଆପଣ ସିମ ପ୍ରୋଭାଇଡର ଆପ ଡାଉନଲୋଡ କରି ଫୋନରେ ରେଜିଷ୍ଟର କରନ୍ତୁ ।

୨- ଆପଣ ନିଜର ବା ପରିବାର ଲୋକଙ୍କର ନମ୍ବର ଦିଅନ୍ତୁ ।

୩- ଏହା ପରେ ଯେଉଁ ଓଟିପି ଆସିବ ସେଥିରେ ଲଗିନ କରନ୍ତୁ ।

୪- ଏଥିରେ ସେଲ୍ଫ କେୱାସିର ଚୟନ କରି ସୂଚନା ପ୍ରକ୍ରିୟା ପୁରଣ କରନ୍ତୁ ।

ଦୂର ସଂଚାର ବିଭାଗ ପକ୍ଷରୁ ଯେଉଁ ବ୍ୟକ୍ତି ୧୮ ବର୍ଷରୁ କମ ହୋଇଥିବେ ସେମାନଙ୍କୁ ନୂଆ ସିମ ମିଳିବ ନାହି । ସେହିପରି ଯଦି କୌଣସି ବ୍ଯକ୍ତିର ମାନସିକ ସ୍ଥିତି ଠିକ ରହିବ ନାହି ତେବେ ସିମକାର୍ଡ ଉପରେ ପ୍ରତିବନ୍ଧକ ଆଲଗୁ ହେବ । ଯଦି ଏହି କ୍ଷେତ୍ରରେ ସିମକାର୍ଡ ଜାରି କରାଯାଏ ତେବେ ଏଥିପାଇଁ ଟେଲିକମ କମ୍ପାନୀ ଦାୟୀ ହେବ । ଏହା ସହ ନୂଆ ସିମ ପାଇଁ କଷ୍ଟମର ଏକ୍ୟୁକେସନ ଫର୍ମ ପୁରା କରିବାକୁ ହେବ ।

ଏହା ଗ୍ରାହକ ଓ କମ୍ପାନୀ ମଧ୍ୟରେ ଏକ କଣ୍ଟ୍ରାକ୍ଟ ଭାବେ ରହିବ । କଣ୍ଟ୍ରାକ୍ଟରେ ଲାଗୁ ହୋଇଥିବା ଏହି ନିୟମ ଭାରତୀୟ କଣ୍ଟ୍ରାକୀ ଆଇନ ୧୮୭୨ ଧାରା ଅନୁଯାୟୀ ଲାଗୁ ହୋଇଛି । ଏହି ନିୟମ ଅନୁସାରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ସିମ କିଣି ପାରିବେ । ଜଣେ ବ୍ୟକ୍ତି ୧୨ଟି ସିମର ବ୍ୟବହାର କରି ପାରିବେ । ଏଥିରୁ ୯ଟି ସିମର ବ୍ୟବହାର ମୋବାଇଲ କଲିଙ୍ଗ ପାଇଁ ବ୍ୟବହାର କରାଯାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *