ବଡ ଖବର: ବଢିବ ସବୁର ଦାମ, ଅଟା ଠାରୁ ପାଉଁରୁଟି ଏବେ ସବୁ ହେବ ମହଙ୍ଗା… ଦେଖନ୍ତୁ କେତେ ବଢିବ ଓ କେବଠୁ

ନମସ୍କାର ବନ୍ଧୁଗଣ । ଦର ଦାମ ବୃଦ୍ଧିକି ନେଇ ଏବେ ଦେଶରେ ଏମିତି ପରିସ୍ଥିତି ଉପୁଜୁଛି ଯେ ଯାହା ସାଧାରଣ ଲୋକଙ୍କ ମୁଣ୍ଡ ରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇ ଯାଇଛି । ଦିନକୁ ଦିନ ଦର ଦାମ ବୃଦ୍ଧି ହେଉଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ, ରେପୋ ହାରରେ ବୃଦ୍ଧି, ଗହମ, ଖାଇବା ତେଲ ଏବଂ ଅନ୍ୟାୟ ଖାଦ୍ୟ ସାମଗ୍ରୀ ର ମୂଲ୍ୟ ଖୁବ ଉପରେ ରହିଛି । ଆଉ ଏହାରେ ମଧ୍ୟରେ ଗ୍ରାହକ ଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ EMI ଦେବାକୁ ପଡିବ ।

ମହଙ୍ଗା ହେବ ଏବେ ରୁଣ ଆଉ ବଢିବ ଇଏମଆଇ । ରେପୋ ରେଟ ବଢାଇଲା RBI । ରେପୋ ରେଟ ୦.୫୦ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ଯାଙ୍କ । ଫଳରେ ରେପୋ ରେଟ ୪.୪୦ ପ୍ରତିଶତ ରୁ ବଢି ୪.୯୦ ପ୍ରତିଶତ ହୋଇଛି । ରେପୋ ରେଟ ବୃଦ୍ଧି ପାଇଥିବାରୁ ଗୃହ ରୁଣ, ଗାଡି ରୁଣ ଓ ବ୍ୟକ୍ତିଗତ ରୁଣ ବୃଦ୍ଧି ପାଇଁ । ରେପୋ ରେଟ ବଢି ଥିବାରୁ EMI ମଧ୍ୟ ମହଙ୍ଗା ହେବ ।

ସେହିପରି ୨୦୨୨-୨୦୨୩ ବର୍ଷ ପାଇଁ GDP ୭.୨ ପ୍ରତିଶତ ରହିବା ଅନୁମାନ କରା ଯାଉଛି । ଏ ନେଇ RBI ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ମନିଟାରି ପଲିଶି କମିଟିର ତିନି ତିନିଆ ବୈଠକ ପରେ ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି । ମୁଦ୍ରା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ମଧ୍ୟ ରିଜର୍ଭ ବ୍ଯାଙ୍କ ର ମନିଟାରି ପଲିଶି କମିଟି ରେପୋ ରେଟ ୪୦ ପଏଣ୍ଟ ରେ ବୃଦ୍ଧି କରିଥିଲା ।

ତେବେ କଥା ହେଉଛି ଜଣେ ସାଧାରଣ ବ୍ୟକ୍ତି ର ମାସିକ ରୋଜଗାର କେତେ ହୋଇଥିବ । ଅତି ବେଶୀରେ ୧୦ ରୁ ୧୨ ହଜାର ଟଙ୍କା ହୋଇଥିବ । ସେହି ଟଙ୍କାରୁ ସେ ଘରର ରାଶନ ସାମଗ୍ରୀ କିଣିବ, ଗାଡିରେ ତେଲ ପକାଇବା ଯଦି କୌଣସି ରୁଣ କରିଥିବେ ତେବେ EMI ଦେବାକୁ ପଡିବ ।

ବୋଧ ହୁଏ ସାଧାରଣର ଲୋକର ମାସିକ ଦରମା ସବୁ ଖର୍ଚ୍ଚ ହେଉଥିବ । ଏହା ବାଦ ପିଲାଙ୍କ ପାଠ ପଢା ସହ ଅନ୍ଯାନ୍ଯ ସୁବିଧା ଅସୁବିଧା ଅଛି । ଯଦି ଜଣେ ମଧ୍ୟବିତ୍ତ ପରିବାରର ଅବସ୍ଥା ଏପରି ହୁଏ ତେବେ ଗରିବ ଶ୍ରେଣୀରେ ବଞ୍ଚୁଥିବା ଲୋକଙ୍କ ଅବସ୍ଥା କଣ ବା ହେବ ।

ଠିକରେ ଦୁଇ ମୁଠା ଗୋଟେ ଓଳି ଖାଇବାକୁ ହନ୍ତସନ୍ତ ହେଉଥିବେ ଲୋକେ । ଭାରତରେ ଅଧିକାଂଶ ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି । ତେଣୁ ଗହମର ଦର ବୃଦ୍ଧି ହେଲେ ଅଟାର ଦାମ ମଧ୍ୟ ବୃଦ୍ଧି ହେବ । କେବଳ ଏତିକି ନୁହେଁ ଏଲିପିଜି ଦର ମଧ୍ୟ ଲଗାତାର ବୃଦ୍ଧି ହେବାରେ ଲାଗିବ ।

ଗୋଟେ ପଟେ ମୋଦୀ ସରକାର ଘରେ ଘରେ ଉଜ୍ଵଳ ଯୋଜନା ମାଧ୍ୟମରେ ଗ୍ଯାସ ସଂଯୋଗ କରିବାକୁ ଚାହୁଁଛନ୍ତି । ଅନ୍ୟ ପଟେ ଦର ବଢୁଛି । ଏବେ ଏଲପିଯି ଦର ୧୦୦୦ ଟଙ୍କା ହେଲାଣି ଯାହାକୁ କ୍ରୟ କରି ଲୋକଙ୍କ ପାଇଁ ଅସମ୍ଭବ ହେଲାଣି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *