ଦର୍ଶକ ବନ୍ଧୁ ଆଉ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହି । କାରଣ ସରକାର ଏବେ ଆପଣଙ୍କ ଚିନ୍ତା ଦୂର କରିବାକୁ ନେଇଛନ୍ତି ପଦକ୍ଷେପ । ଆଧାର ସହ ପ୍ୟାନ ଲିଙ୍କର ସମୟ ସୀମା ଆଉ କେତେ ଦିନ ବାକି ଥିବା ବେଳେ କେନ୍ଦ୍ର ସରକାର ଏବେ ସମୟ ସୀମାକୁ ପୁଣି ବଢାଇ ଦେଇଛନ୍ତି । ମାର୍ଚ୍ଚ 31 ବଦଳରେ ଆଧାର ସହ ପ୍ୟାନ ଲିଙ୍କର ସମୟ ସୀମା ଜୁନ 30 କୁ ବୃଦ୍ଧି କରାଯାଇଛି ।
ଏବେ ଆପଣଙ୍କ ହାତରେ 3 ମାସର ସମୟ ରହିଛି । ଆୟକର ବିଭାଗର ରିପୋର୍ଟ ମୁତାବକ ଏବେ ଯାଏଁ 2 କୋଟି ପ୍ୟାନ ଧାରକ ନିଜର ଆଧାର କାର୍ଡ ଲିଙ୍କ କରି ନାହାନ୍ତି । ତେଣୁ ପ୍ୟାନକାର୍ଡ ଧାରୀଙ୍କୁ ଆଶ୍ଵସ୍ତି ଦେଇ ସରକାର ପ୍ୟାନ ଆଧାର ଲିଙ୍କ କରିବାକୁ ଜୁନ 30କୁ ବଢାଇ ଦେଇଛନ୍ତି । ଇନକମ ଟ୍ୟାକ୍ସର ଧାରା-19 ଅନୁଯାୟୀ ପ୍ୟାନକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ।
ଏମିତି ନ କରିଲେ ଆପଣଙ୍କୁ ଜୋରିମାନା ଦେବାକୁ ହେବ । ପ୍ୟାନ ଆଧାର ଲିଙ୍କ ବିନା ଆପଣଙ୍କର ଅନେକ କାମ ଅଟକି ଯାଇପାରେ । ତେଣୁ କେତେ ମିନିଟ ଭିତରେ ଆପଣ ସହଜରେ ପ୍ୟାନ ସହ ଆଧାର ଲିଙ୍କ କରାଇପାରିବେ । ଏଥିପାଇଁ ଅନଲାଇନ ଅପସନ ଅଛି ଯେଉଁଠି କିଛି ସ୍ଟେପ ଫଲୋ କରି ଆପଣ ଏହା କରିପାରିବେ । SMS, ଅନଲାଇନ ଉଭୟରେ ଆପଣ ଆଧାର ସହ ପ୍ୟାନ ଲିଙ୍କ କରିପାରିବେ ।
SMS ରେ ଲିଙ୍କ କରିବା ପାଇଁ ନିଜର ରେଜିଷ୍ଟର ମୋବାଇଲ ନମ୍ବର ରୁ 567678 ବା 56161 ରେ ଗୋଟେ SMS ପଠାଇବାକୁ ହେବ । ଆଉ ଅନଲାଇନରେ କରିବା ହେଲେ କିଛି ଷ୍ଟେପ ଫଲୋ କରିବାକୁ ହେବ । ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସର ଅଫିସାଇଲ ୱେଟସାଇଟକୁ ଜୀବକଉ ହେବ । ରେଜିଷ୍ଟେସନ ପରେ ଲଗ ଇନ କରନ୍ତୁ । ମେନ ମେନ୍ୟୁ ବାରରେ ଲିଙ୍କ ଆଧାରରେ କ୍ଲିକ କରନ୍ତୁ ।
ସେଠାରେ ଆପଣ ପ୍ୟାନ ନମ୍ବର ଆଧାର ଓ ଆପଣଙ୍କ ନାଁ ଦିଅନ୍ତୁ । ପରେ ଆଇ ହାଭ ଓନଲି ରାୟର ଅଫ ବର୍ଥ ଇନ ଉପରେ କ୍ଲିକ କରନ୍ତୁ । ଏବେ ଲିଙ୍କ ଆଧାର ବଟନ ଉପରେ କ୍ଲିକ କରନ୍ତୁ । ଲିଙ୍କ ନାୟ ବଟନ ଉପରେ କ୍ଲିକ କରିବା ପରେ ଆପଣଙ୍କ ପ୍ୟାନ କାର୍ଡ ଆଧାର ସହ ଲିଙ୍କ ହୋଇଯିବ । ଯଦି ଜୁନ 30 ଭିତରେ ଆପଣ ଆଧାର ପ୍ୟାନ ଲିଙ୍କ କରୁ ଅନାହାନ୍ତି ତେବେ ଆପଣଙ୍କ ପ୍ୟାନ ଡିଆକ୍ଟିଭେଟ ହୋଇଯିବ ।
ବିନା ପ୍ୟାନ କାର୍ଡରେ ଆପଣ 50 ଲକ୍ଷରୁ ଅଧିକ ସୁନା କିଣିପାରିବେ ନାହି । ଆପଣ ITR ଫାଇଲ କରିପାରିବେ ନାହି । TDS ର ଦର ଉଚ୍ଚ ହୋଇଯିବ । ବିନା ପ୍ୟାନରେ ଆପଣ ବ୍ଯାଙ୍କ ଆକାଉଣ୍ଟ ବି ଖୋଲିପାରିବେ ନାହି । କ୍ରେଡିଟ କାର୍ଡ ମିଳିବାରେ ବି ଅସୁବିଧା ହେବ । ତେଣୁ ଏ ଅସୁବିଧାରୁ ସାମ୍ନା କରିବା ଆଗରୁ ଆଧାର ସହ ପ୍ୟାନ ଲିଙ୍କ କରି ନିଅନ୍ତୁ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।