ବଢି ଚାଲିଛି ବନ୍ୟା ସମସ୍ୟା, ମହାନଦୀରେ ମନ୍ଦିର ସହ ବୁଡିଗଲେ ମା’ ଭଟ୍ଟାରିକା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, କଟକ ଆଠଗଡ ବଡମ୍ବା ରେ ରହିଛି ରସିଦ୍ଧ ଶକ୍ତି ପୀଠ ମା ଭଟ୍ଟାରିକା ଙ୍କ ମନ୍ଦିର । ଏହି ପୀଠ ରେ ମାଙ୍କୁ ଷୋଡଶୀ ଭାବେ ପୂଜା କରାଯାଏ । ମହାନଦୀ କୂଳରେ ଏକ ଟାପୁରେ ନଦୀ ପଥର ଠାରୁ ୧୫ରୁ ୨୦ ଫୁଟ ଉଚ୍ଚତାରେ ରହିଛି ଏହି ମନ୍ଦିର । ବର୍ତ୍ତମାନ ବର୍ଷା କାରଣରୁ ମହାନଦୀ ପାଣିରେ ବୁଡିଛି ଏହି ମନ୍ଦିର । କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଉପର ମୁଣ୍ଡରୁ ଆସୁଛି ପାଣି । ହୀରାକୁଦ ଡ୍ୟାମରୁ ପଣି ନିଷ୍କାସନ ଓ ତଳିଆ ଅଞ୍ଚଳରେ ପ୍ରବଳ ବର୍ଷାର ପ୍ରଭାବରେ ଫୁଲିଛି ମହାନଦୀ ।

ଗତ ୧୩ ତାରିଖର ସ୍ଥିତି ବିଷୟରେ କହିବାକୁ ଗଲେ ପାଣି ୧୨ରୁ ୧୫ ଫୁଟ ଉଚ୍ଚକୁ ଉଠି ମନ୍ଦିରର ସବୁ ପାହାଚରୁ ବେଢା ଯାଏଁ ପାହାହ୍ନିଛି । ରଥିକ ଭିତରେ ସ୍ଥିତି ଅସମ୍ଭାଳ ହୋଇ ପଡିଛି । ୧୪ ତାରିଖ ବେଳକୁ ମନ୍ଦିର ଭିତରେ ୩ରୁ ୪ ଫୁଟର ପାଣି ରହିଛି । ବର୍ତ୍ତମାନ ଲଗାଣ ବର୍ଷା କାରଣରୁ ଫୁଲୁଚି ମହାନଦୀ ଯୁଆଡେ ଦେଖିବ ଖାଲି ପାଣି ହିଁ ପାଣି ।

ମହାନଦୀର ଏମିତି କରାଳ ରୂପ ଆଗରୁ ଦେଖି ନ ଥିବା କହିଛନ୍ତି ସ୍ଥାନୀୟ ଲୋକେ । ୧୫ ତାରିଖ ରେ ସ୍ଥିତି ସାଂଘାତିକ ହୋଇଥିଲା । ପାଣି କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଛି । ଆଜି ପ୍ରଶାସନ ତରଫରୁ ଲାଗିଛି ୧୪୪ ଧାରା ।

ମା ଭଟ୍ଟାରିକା ଙ୍କ ବିଗ୍ରହ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଦେବତ୍ଵ ର ପରିଚାଳନା କମିଟି ର ପୂର୍ବ ପ୍ରସ୍ତୁତି ନେଇ ଉଠିଲାଣି ପ୍ରଶ୍ନ । ନାରଣପୁର, ବାଙ୍ଗୀସିରା ଗାଁ ଏବେ ସଂପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ରହିଛି । ଏମିତିକି ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ ହୋଇଛି । ପ୍ରବଳ ବନ୍ୟାର କରାଳ ରୂପ ଏବେ ଲୋକଙ୍କ ମନର ଏ ଆତଙ୍କ ସୃଷ୍ଟି କରିଲାଣି ।

ତେବେ ଏହି ସମସ୍ଯା ଆଜିର କି ଏହି ବର୍ଷର ନୁହେଁ ପ୍ରତି ବର୍ଷ ଏମିତି ସମସ୍ଯା ଦେଖିବାକୁ ମିଳିଥାଏ । ବନ୍ୟା ସ୍ଥିତି ଦେଖାଗଲେ ମା ଙ୍କୁ ସ୍ଥାନାନ୍ତର କରା ଯାଇଥାଏ । ତେବେ ଭକ୍ତ ମାନଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ହେବ ଏହାର ସ୍ଥାୟୀ ସମାଧାନ ଆଉ ମା ନିଜ ପୀଠ ରେ ବାସ କରିବେ । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ମନ୍ଦିର ର ସ୍ଥିତି ଆଉ ମହାନଦୀ ର କରାଳ ରୂପ ଦେଖି ପାରିବେ ।

କିପରି ହୁ ହୁ ଗର୍ଜନ ନାଦ କରି ପାଣି ମାଡି ଆସୁଛି । ଭକ୍ତ ମାନେ ମା ଭଟ୍ଟାରିକାଙ୍କର ଦର୍ଶନ କରିବା ଲାଗି ବନ୍ୟା ପାଣି ରେ ମଧ୍ୟ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *