ଅସରାଏ ବର୍ଷା ରେ ବେହାଲ 5-ଟି ସ୍କୁଲ । ଗୋଟିଏ ଝଡ ଆସିଲା ସ୍କୁଲର ଛାତ ଉଡିଲା ଫ୍ୟାନ ପ୍ଳେଟ ବଙ୍କା ହୋଇଗଲା । କଣ କଣ କୁଆଡେ ସବୁ ଉଡିକି ଯାଇ ପଡିଛି ଯେ ଖୋଜିଲେ ପାଇବେ କି ନାହି ସନ୍ଦେହ ହେଉଛି । ହଁ ଦର୍ଶକ ବନ୍ଧୁ ସାରା ରାଜ୍ୟ ରେ 5-ଟି ସ୍କୁଲର ଢୋଲ ବାଡାଉଛନ୍ତି ରାଜ୍ୟ ସରକାର । ହେଲେ କେତେ ଉଚ୍ଚ ମାନର ସ୍କୁଲ କାମ ହୋଇଛି ଯାହାର ଜ୍ଵଳନ୍ତ ଚିତ୍ର ଏବେ ସାମ୍ନା କୁ ଆସୁଛି ।
ସ୍କୁଲ ଗୁଡିକରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ଗଣଶିକ୍ଷା ବିଭାଗକୁ 5-ଟି ଅଧିନକୁ ଆଣିବା ସହ ବିଭିନ୍ନ ସ୍କୁଲକୁ ରୂପାନ୍ତିକରଣ କରା ଯାଇଥିଲା । ହେଲେ ଏହା କେତେ ନିମ୍ନ ମାନର ଏହାର ଦ୍ରୁଶ୍ଯ ଏବେ ଭାଇରାଲ ଭିଡିଓ ରୁ ସ୍ପଷ୍ଟ ହେଉଛି । ପୂର୍ବ ରୁ 5-ଟି ସ୍କୁଲରେ ଅତି ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଥିଲା ।
କିନ୍ତୁ ଅଭିଯୋଗ ପୁରା ସତ ପ୍ରମାଣିତ ହୋଇଛି କେନ୍ଦୁଝର ସାହାରା ପଡା ଗଜାପଥର ସ୍କୁଲରେ । ଅସରାଏ ବର୍ଷା କାମର ଗୁଣବତ୍ତା କୁ ପଦା ରେ ପକାଇ ଦେଇଛି । ସାହାରା ପଡା କାମସୁଆ ପଞ୍ଚାୟତ ଅଞ୍ଚଳରେ ଗତ 2 ଦିନ ତଳେ ଅପରାହ୍ନ ରେ ହଠାତ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସନଗକୁ କୁଆ ପଥର ମାଡ ହୋଇଥିଲା ।
ପବନରେ 5-ଟି ରେ ରୂପାନ୍ତରିତ ହୋଇଥିବା ଗଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା କଣ ଯେ ହୋଇଛି ତାହା ଏହି ଭାଇରାଲ ଭିଡିଓ ରୁ ସ୍ପଷ୍ଟ ହେଉଛି । ଟିଣ ଛପର ଉଡି ଯାଇଛି ଆଉ ଆଜବେଷ୍ଟିସ ଭାଙ୍ଗି ଯାଇଛି । ଏମିତିକି ବର୍ଷା ରେ କ୍ଳାସ ରୁମରେ ଠିଆବ ଆସବବାପତ୍ର ନଷ୍ଟ ହୋଇ ଯାଇଛି । ତେଣୁ ପିଲା ମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି ।
ଏହି ସ୍କୁଲରେ ପ୍ରଥମ ରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ 338 ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ତେଣୁ ଅବିଳମ୍ବେ ସ୍କୁଲର ନିର୍ମାଣ କାମ କରିବାକୁ ଶିକ୍ଷକ ଙ୍କ ସହ ପିଲା ମାନେ ବି ଦାବି କରିଛନ୍ତି । ସେପଟେ ପୁରା ଘଟଣାରେ କେନ୍ଦୁଝାର ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇ ନାହି । ତେବେ ଏହି ଘଟଣାକୁ ନେଇ ପିଲା ମାନେ ପାଢ ପଢିବାରେ ଅନେକ ସମସ୍ଯା ର ସମୁଖିନ୍ନ ହେଉଛନ୍ତି । ସେଥିପାଇଁ ତୁରନ୍ତ ସ୍କୁଲର ନିର୍ମାଣ କାମ ଠିକ ଭାବେ କରିବାକୁ ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।