Special Story: ଆଶ୍ଚର୍ଯ୍ୟ କରିଦେବ 80 ବର୍ଷର ଏହି ବ୍ୟକ୍ତି ଅଦ୍ଭୁତ ଯୋଗ, ପାକସ୍ଥଳୀରେ ପଶୁଛି ବାହାରୁଛି ଲମ୍ବା କପଡା…. Video ଦେଖି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯୋଗାସନ ଦ୍ଵାରା ମନରେ ଶୁଦ୍ଧତା ଆସିବା ସହ ଶରୀର ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଥାଏ । ପୁରୀ ଶ୍ରୀ ମନ୍ଦିର ସମୁଖରେ ଲଙ୍ଗୁଳି ମଠ ପରିସରରେ ସୁଦୂର ରାୟଗଡାରୁ ଆସିଥିବା ଭକ୍ତ ଚରଣ ଦାସ ଯାହାଙ୍କର ବୟସ ୮୦ ବର୍ଷ । ସିଏ ଯୋଗାସନ ଦ୍ଵାରା ନିଜ ଶରୀରକୁ ସଂପୂର୍ଣ୍ଣ ଭାବେ ଫିଟ କରି ରଖିଛନ୍ତି । ଭକ୍ତ ଚରଣ ଦାସ ଯୋଗାସନର ଅନେକ କ୍ରିୟା କରି ଦେଖାଇଛନ୍ତି । ସେ ବସ୍ତ୍ର ଧୋତି ଯୋଗ କ୍ରିୟା ଦେଖାଇଛନ୍ତି । ଏହି ଯୋଗ କରିବା ଦ୍ଵାରା ଡାଇବେଟିସ, କ୍ୟାନ୍ସର, ଗ୍ଯାସ, ବିପି, ନିଦ୍ରା ଭଲ ହୋଇଥାଏ । ଏହି ଧୋତି କ୍ରିୟା ତାଙ୍କୁ ସ୍ଵରୁପାନନ୍ଦ ସରସ୍ଵତୀ ଭୁବନେଶ୍ବରରେ ଆସି ଶିଖାଇ ଥିଲେ ।

ପ୍ରଥମ ଦିନ ଏହି ଯୋଗ କ୍ରିୟା ୩ଫୁଟରୁ ଆରମ୍ଭ ହୋଇଥିଲା । ଏହା ପରେ ୨୧ଫୁଟ ଯାଏଁ ଓ ପରେ ୪୦ଫୁଟ ଯାଏଁ ଏହି ଯୋଗକ୍ରିୟା କରିଥିଲେ । ପରବର୍ତ୍ତି ସମୟରେ ୫୦ଫୁଟରୁ ୮୦ଫୁଟ ଯାଏଁ ଧୋତି କ୍ରିୟା ଭକ୍ତ ଚରଣ କରିଥିଲେ ଯାହାକୁ ଅନେକ ଲୋକ ମାନେ ଦେଖି ସାରିଛନ୍ତି । ଏହି କ୍ରିୟା କରିବା ଦ୍ଵାରା ଆଖିର ଦ୍ରୁଷ୍ଟି ଶକ୍ତି ବଢିବା ସହ ପେଟ ସଫା ରହିଥାଏ ଓ ପେଟ ଫୁଲା କମ ହୋଇଥାଏ । ଏହା ସହ ମନ ସ୍ଵଚ୍ଛ ରହିବା ସହ କାମନା ବାସନାରୁ ଦୂରେଇ ରହିଥାଏ । ଓଡିୟାନ ବନ୍ଧ ଏକ ଯୋଗକ୍ରିୟା ଯାହା କରିବା ଦ୍ଵାରା ହସ୍ତପଦ ଉତ୍ତମ ଆସନ ହୋଇଥାଏ । ଏହି ବନ୍ଧ ଦ୍ଵାରା ହିଁ ଜଳବନ୍ଧ ହେବ । ଓଡିୟାନ ବନ୍ଧ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ଏହା ସହ ଗ୍ଯାସ, ଡାଇବେଟିସ ଅନ୍ଯାନ୍ଯ ରୋଗରୁ ମୁକ୍ତି ମିଳିଥାଏ ବୋଲି ଭକ୍ତ ଚରଣ କହିଛନ୍ତି । ସେ କହିଛନ୍ତି ଯେ ଓଡିୟାନ ଓ ଜଳନ୍ଧର ବନ୍ଧ କରିବା ଦ୍ଵାରା ମଣିଷ ନିଜର ପ୍ରାଣଶକ୍ତିକୁ ଅଟକାଇ ପାରିବ । ଶ୍ଵାସ ପ୍ରଶ୍ଵାସକୁ ବନ୍ଦ କରିବା ହେଉଛି ପ୍ରାଣାୟମ ବୋଲି ଭକ୍ତ ଚରଣ ମତ ଦେଇଛନ୍ତି । ଏହି ସବୁ ଯୋଗକ୍ରିୟା ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମାନେ କରିବା ଉଚିତ ବୋଲି ଭକ୍ତ ଚରଣ ମତ ଦେଇଛନ୍ତି । ବସ୍ତ୍ର ଧଉତି କ୍ରିୟା ଯାହା ଯୋଗାର ଏକ ଭାଗ ଅଟେ । ଏହି କ୍ରିୟାକୁ ୧୦ ହାତ ରୁ ଅଧିକ ଧୋତିକୁ ପାକସ୍ଥଳୀ ଭିତରକୁ ପୁରାଇବାକୁ ପଡିଥାଏ ।

ଯେତେବେଳେ ଧୋତିଟି ବାହରକୁ ବାହାର କରାଯାଏ ସେତେବେଳେ ଆମ ଶରୀରର ଯେତେକ ବର୍ଜୀୟ ବସ୍ତୁ ରହିଥାଏ ତାହା ବାହାରକୁ କପଡା ଦ୍ଵାରା ଆସିଥାଏ । ଯୋଗ କରିବା ଦ୍ଵାରା ସାଧକ ମାନଙ୍କୁ ଅନେକ ସିଦ୍ଧି ପ୍ରାପ୍ତି ହୋଇଥାଏ । ତେଣୁ ଆମ ଭାରତ ବର୍ଷରେ ଯେଉଁ ସବୁ ଯୋଗକ୍ରିୟା ରହିଛି ତାହାକୁ ପ୍ରତେକ ବ୍ୟକ୍ତି ନିଜର ନୀତି ଦିନିଆ ଜୀବନରେ ଉପଯୋଗ କରିବା ଉଚିତ । ବାସ୍ତବରେ ୮୦ ବର୍ଷର ଭକ୍ତ ଚରଣ ଦାସ ଏଠାରେ ଯେଉଁ ଯୋଗକ୍ରିୟା କରି ଦେଖାଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଯୋଗକ୍ରିୟାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *