ଏହି ଉପାୟ କରି ବହୁତ ସହଜରେ କକ୍ରୋଚକୁ ଭଗାନ୍ତୁ 

କକ୍ରୋଚରୁ ନିଯାତ ମିଳିବା ପାଇଁ ବଜାରରେ ବହୁତ ସାରା କେମିକାଲ୍ସ ରହିଛି । କିନ୍ତୁ କେମିକାଲ୍ସ ଦ୍ଵାରା ଯାଉ କି ନା ଯାଉ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ବେସୀ କକ୍ରୋଚ ରହିଲେ ଘର ସଦସ୍ୟ ଅସୁସ୍ଥ ହୋଇପାରନ୍ତି । କକ୍ରୋଚ ବହୁତ ସାରା ଅସନା କରନ୍ତି, ଓ ଖାଇବା ପିଇବା ଜିନିଷରେ ପଶି ଯାନ୍ତି । ଆମକୁ ଜଣାପଡେନି ଯାହାକି ଅସୁସ୍ଥ ହେବାର ଆଶଙ୍କା ବହୁତ ରହିଥାଏ । କକ୍ରୋଚଙ୍କ ଠାରୁ ନିଯାତ ମିଳିବା ଏତେ ଛୋଟ କଥା ନୁହେଁ । କିନ୍ତୁ କିଛି ଘରେଲୁ ଉପାୟ କରି ଆମେ ଏଥିରୁ ଛୁଟକାରା ମିଳିପାରିବ ।

ବୋରୀକ ପାଉଡର :-

୨ ଚାମଚ ଓ ଅଟା ମିଶାଇ ତାକୁ ଚକଡି  ତାର ଛୋଟ ଛୋଟ ଗୋଳି ବନେଇ ଯେଉଁଠି ଆପଣ କକ୍ରୋଚ ଦେଖୁଛନ୍ତି ସେଠାରେ ରଖିଦିଅନ୍ତୁ । ବହୁତ ଜଲ୍ଦି କକ୍ରୋଚ ପଳେଈ ଯିବେ ଓ  ଖାଇ କରି ମରିଯିବେ । ଧ୍ୟାନ ରଖିବେ କି ଛୁଆ ମାନଙ୍କ ଠାରୁ ଟିକେ ଦୂରରେ ରଖିବେ । ଯଦି ଆପଣଙ୍କ ପାଖରେ ସମୟ ନାହିଁ ତାହେଲେ ଯେଉଁଠି ଦେଖୁଛନ୍ତି ସେଠି ପକେଇ ଦିଅନ୍ତୁ ବୋରୀକ ପାଉଡର ।ଯେବେ କକ୍ରୋଚ ତାକୁ ଛୁଇଂବେ ତ ମରିଯିବେ ।

ମାଉସ ଟ୍ରାପ :-

ବଜାରରେ ଏହି ମାଉସ ଟ୍ରାପ ମିଳେ ଏହା ଟିକେ ଅଠାଳିଆ ହୋଇଥାଏ । ଏହି ଟ୍ରାପକୁ ରୋଷେଇ ଘରେ ଯେଉଠି ଅଧିକ ହେଉଛନ୍ତି ସେଠାରେ ରଖି ଦିଅନ୍ତୁ, ସେହି ଟ୍ରାପ ମଝିରେ କିଛି ଖାଇବା ଜିନିଷ ରଖନ୍ତୁ ଯାହା ଦ୍ଵାରା କକ୍ରୋଚ ଆକର୍ଷିତ ହେଉଛନ୍ତି । ଖାଇବା ଜିନିଷ ବାସ୍ନାରେ ଟ୍ରାପ ଭିତରକୁ ଆସିବେ ଓ ଚିପକି ଯିବେ ।

ତେଜ ପତ୍ର :-

ତେଜ ପାତ୍ର ମସଲା ଅଟେ ପ୍ରାୟ ସବୁ ଘରେ ମିଳିଯିବା । ଏହି ତେଜ ପାତ୍ର କକ୍ରୋଚକୁ ଭଗେଇ ପାରିବ । ଯଦି ଆପଣ ତେଜପତ୍ରର ଗୁଣ୍ଡ କରି ଘରର କୋଣରେ ପକାଇଦେବେ ସେଇ ଗନ୍ଧରେ କକ୍ରୋଚ ପଳେଇଯିବେ ।କରଣ କକ୍ରୋଚ ଏହାର ବାସ୍ନାକୁ ପସନ୍ଦ କରନ୍ତି ନାହିଁ । ଏହି ଜିନିଷ ଆପଣଙ୍କୁ ଲଗାତାର କରିବାକୁ ହେବ ।

ବେକିଙ୍ଗ ସୋଢା ଓ ଚିନୀ :-

ବେକିଙ୍ଗ ପାଉଡର ଓ ଚିନୀର ଗୋଟେ ମିଶ୍ରଣ ପ୍ରସ୍ତୁତ କରି ଯେଉଁଠି ଅଧିକ କକ୍ରୋଚ ହେଉଛି ସେଇ ସେଇ ଜାଗାରେ ପକାନ୍ତୁ, ଏହା ଦ୍ଵାରା କକ୍ରୋଚ ଖାଇକି ମରିଯିବେ କାରଣ କକ୍ରୋଚ ଙ୍କର ଚିନୀ ବହୁତ ପସନ୍ଦ ସେ ଚିନୀ ଦେଖି ଆକର୍ଷିତ ହେବେ ଓ ତାକୁ ଖାଇ ମରିଯିବେ ।

ଆମୋନିଆ :-

ଆମୋନିଆ ଟପ ହାଉସ ହୋଲ୍ଡ ରେମେଡି ଅଟେ । ଆମୋନିଆ କୌଣସିବି ମେଡିସିନ ଶପରେବୀ ମିଳିଯାଇପାରେ । ବେସି କକ୍ରୋଚ ଡ୍ରେନ ଓ ସୀଙ୍କ ରୁ ଆସନ୍ତି ।  ଗୋଟେ କପ ଆମୋନିଆ ନେଇ ଗୋଟେ କପ ପାଣିରେ ମିଶାଇ ସୀଙ୍କ ବା ଟୟଲେଟ ଜାଗାରେ ପକାଇଦିଅନ୍ତୁ । ତାର ଯେଉଁ ଷ୍ଟ୍ରଙ୍ଗ ବାସ୍ନା ହୋଇଥାଏ ସେହି ବସନରେ ଆଉ ଆସନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *