ଏବେ ଏବେ ଆସିଲା ବଡ ଖବର, ସାଉଥ ଫିଲ୍ମ ଜଗତର ଏହି ମହାନ କଳାକାରଙ୍କର ହେଲା ନିଧନ

ଦିଗଜ ତାମିଲ ଅଭିନେତା ଏହି ଦୁନିଆରେ ଆଉ ନାହାନ୍ତି । ୫୯ ବୟସରେ ହୃଦ ଘାତରେ ଲାଗି ତାଙ୍କର ଜୀବନ ଯାଇଛି, ହୃଦୟର ଗୋଟିଏ ଶିରାରେ ଶହେ ପ୍ରତିଶତ ବ୍ଲକେଜ କାରଣରୁ ଲୋକ ପ୍ରିୟ ତାମିଲ ଅଭିନେତାଙ୍କୁ ଆଜି ହାର୍ଟ ଏଟାକ ହୋଇଥିଲା । ଛାତିରେ କଷ୍ଟ ହେବା ପରେ ସେ ଚେନ୍ନାଇର ଏସ ଆଇ ଏମ ଏସ ହସ୍ପିଟାଲରେ ଏଡମିଟ ହୋଇଥିଲେ । ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ଡାକ୍ତର ରାଧା କୃଷ୍ଣାନଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ହସ୍ପିଟାଲ ପହଞ୍ଚିଥିଲେ ଓ ତାଙ୍କର ଚିକିତ୍ସାର ଚର୍ଚା ମଧ୍ୟ କରିଥିଲେ ।


ସୂଚନା ଅନୁଯାଇ ୪. ୩୫ ରେ ଅଭିନେତା ବିବେକଙ୍କର ନିଧନ ହୋଇଥିଲା । ୫୯ ବର୍ଷୀୟ କମେଡିଆନ ଗୁରୁବାର ଦିନ କୋଭିଡ ଟୀକା ଲଗାଇ ଥିଲେ । ସେ କହିଥିଲେକି ଅଭିନେତାଙ୍କ ଛାତିରେ ପେନ ହେଲା ଆଉ ସେ ବେହୋସ ହୋଇଯାଇଥିଲେ । ତାଙ୍କର ନିଧନ ଦ୍ଵାରା ସାଉଥ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡିଆରେ ବହୁତ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ପଦ୍ମଶ୍ରୀ ପୁରସ୍କାରରେ ସଂମାନିତ ବିବେକ ରଜନୀକାନ୍ତ, ଥଲପତି ବିଜୟ, ବିକ୍ରମ ଓ ଧନୁସ ଭଳି ଷ୍ଟାରଙ୍କ ସହିତ ବହୁତ ଫିଲ୍ମ କରିଛନ୍ତି ।

ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ଡାକ୍ତର ଜେ.ରାଧାକୃଷ୍ଣାନ କହିଛନ୍ତି ଅଭିନେତାଙ୍କୁ କୋଭିଡ ନଥିଲା ଓ କାରୋନା ରୋଧୀ ଟୀକା ତାଙ୍କ ଉପରେ କୌଣସି କିଛି ପ୍ରତିକୂଳ ପ୍ରତିକ୍ରିୟା ହୋଇନଥିଲା । ଅଭିନେତା ଗୁରୁବାର ଦିନ ଓମାଦୁରାର ସରକାରୀ ହସ୍ପିଟାଲରେ ଟୀକା ନେଇଥିଲେ । ସେଠାରେ ୮୩୦ ଲୋକଙ୍କ ଟୀକା ମଧ୍ୟ ଲଗାଯାଇଥିଲା । ବିବେକ ୧୯ ନଭେମ୍ବର ୧୯୬୧ ରେ ଜନ୍ମ ଗ୍ରହଣ କରିଥିଲେ । ସେ ପେଷାରେ ଜଣେ ଅଭିନେତା ଓ କମେଡିଆନ, ପ୍ଲେ ବ୍ଯାକ ସିଙ୍ଗର, ସୋସିଆଲ ଆକ୍ଟିବିଷ୍ଟ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଥିଲେ ।

ସେ ତିନିଥର ଫିଲ୍ମ ଫେୟାର ଏୱାର୍ଡ ପାଇଥିଲେ ତାଙ୍କ ସବୁଠୁ ବେଷ୍ଟ କମେଡି ଫିଲ୍ମରେ ରନ, ସାମୀ, ପେରଜହାଗଣ । ବିବେକଙ୍କୁ ଭାରତ ସରକାର ୨୦୦୯ ରେ ପଦ୍ମଶ୍ରୀରେ ସଂମାନିତ କରିଥିଲେ । ତାଙ୍କୁ ତିନିଥର ବେଷ୍ଟ କମେଡିଆନ ପୁରସ୍କାର ମଧ୍ୟ ମିଳିଥିଲା । ବିବେକ ଏମିତି କଳାକାର ଥିଲେ ସେ ସ୍କ୍ରୀନରେ ଆସି ପୁରା ଛାଇ ଯାଉଥିଲେ । ଆଉ ଦର୍ଶକଙ୍କ ହୃଦୟ ଜିତିଥିଲେ । ଆଉ ତାଙ୍କର ଦମଦାର ଅଭିନୟ ପାଇଁ ସେ ମଧ୍ୟ ବହୁତ ପ୍ରସିଦ୍ଧ ଅଟନ୍ତି ।

Leave a Reply

Your email address will not be published. Required fields are marked *