ଥଣ୍ଡା ଦିନ ରେ ବାଇଗଣ ସେବନ ଅତି ଲାଭକାରୀ ଅଟେ । ଏଥିରେ କେତେ ପ୍ରକାର ଏମିତିକା ପୋଷକ ତତ୍ଵ ଥାଏ ଯାହା ଅନ୍ୟ ପନି ପାରିବା ରେ ନଥାଏ, କିନ୍ତୁ କିଛି ଲୋକଙ୍କୁ ବାଇଗଣ ସେବନ ଦ୍ଵାରା ଅସୁବିଧା ହୋଇପାରେ । ବାଇଗଣ ଭରତା ପ୍ରାୟତଃ ସମସ୍ତଙ୍କୁ ବହୁତ ଭଲ ଲାଗେ, ଏହି ପରିବା ବର୍ଷ ର ବାର ମାସ ଉପଲବ୍ଧ ଥାଏ । ଜଣେଇଦବାକୁ ଚାହୁଁଛୁ କି ବାଇଗଣ ସେବନ ଅତି ଲାଭକରି ଅଟେ, କିନ୍ତୁ ଏହାର ଅଧିକ ମାତ୍ରା ରେ ସେବନ ବହୁତ ହାନିକରକ ଅଟେ ।
ବାଇଗଣ ଖାଇଲେ ହୁଏ ଏହି ସବୁ କ୍ଷତି :
– ଗର୍ଭବତୀ ମହିଳାମାନଙ୍କୁ ବାଇଗଣ ଅଧିକ ମାତ୍ରା ସେବନ କରିବା ଉଚିତ ନୁହେଁ ତାଙ୍କ ଓ ତାଙ୍କ ପେଟରେ ଥିବା ଛୁଆ ପ୍ରତି ହାନିକରକ ଅଟେ ।
– ଯେଉଁ ମହିଳାଙ୍କର ରକ୍ତ କମ ଥାଏ ଏବଂ ମାହାମାରୀ ରୁ ପୀଡିତ ଥାନ୍ତି ତାଙ୍କପାଇଁ ବାଇଗଣ ବିଷ ପରି କାମ କରେ, ଏହା ଛଡା ଯାହାର ବବାସିର ବା ଅର୍ଶ ଥାଏ ସେହି ଲୋକଙ୍କୁ ବାଇଗଣଠୁ ଦୂରେଇକି ରହିବା ଉଚିତ ।
– ପ୍ରାୟତଃ ରକ୍ତ ଦାନ କରୁଥିବା ଲୋକଙ୍କୁ ବାଇଗଣ ଅଧିକ ସେବନ କରିବା ଉଚିତ ନୁହେଁ ।
– ବାଇଗଣ ରେ ମିଳୁଥିବା ନେନୁସିନ ବିଶେଷ ପରିସ୍ଥିତି ରେ ହାନିକାରକ ଅଟେ, ଏହି ତତ୍ଵ ଶରୀରର ଆଇରନର ମାତ୍ରା କୁ କମ କରିଥାଏ ।
– ଯଦି ଆପଣ ଆଣ୍ଟି ଡିପ୍ରେସନ ଡ୍ରଗ୍ସ ଉପରେ ଅଛନ୍ତି, ତାହେଲେ ଆପଣଙ୍କୁ ବାଇଗଣଠୁ ବଞ୍ଚିକି ରହିବା ଉଚିତ କାହିଁକିନା ବାଇଗଣ ଆପଣଙ୍କ ଔଷଧ ସହ ପ୍ରତିକ୍ରିୟା କରି ପରେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।
– ବାଇଗଣ ରେ Oxalate ଥାଏ ଯାହା କାରଣ ରୁ କିଡନୀ ଷ୍ଟୋନ ଥିବା ଲୋକଙ୍କୁ ବାଇଗଣଠୁ ଦୂରେଇ ରହିବା ଉଚିତ ।
– Oxalate କାରଣ ପାଇଁ କେଲସିଅମ କମ ହୋଇଥାଏ ଯାହା ଫଳ ରେ ହାଡ ଓ ଦାନ୍ତ ଦୁର୍ବଳ ହୋଇଥାନ୍ତି ।
– ବାଇଗଣ ନାଇଟଶେଡ ଫେମିଲି ର ସଦସ୍ୟ ଅଟେ, ଏହାଥିରେ ସୋଲେନିନ ନାମକ ବିଷାକ୍ତ ତତ୍ଵ ଥାଏ ।
ବାଇଗଣ ର ଅଧିକ ମାତ୍ରା ରେ ସେବନ ଦେହ ପାଇଁ ହାନିକାରକ ଅଟେ, ଏହା ଦ୍ଵାରା କେତେ ପ୍ରକାର କଷ୍ଟ ହୁଏ ଯେମିତିକି ପେଟ କାଟିବା, ବାନ୍ତି, ମୁଣ୍ଡବ୍ୟଥା, କୁଣ୍ଡେଇ ହବା, ଏବଂ ଗଣ୍ଠି ପୀଡା ଭଳି ସମସ୍ଯା ହୋଇପାରେ । ଏହା ଛଡା ବାଇଗଣ ସେବନ ରୁ ଥାଇରୋଡ଼ ସମସ୍ଯା ବଢି ପାରେ, ଅନ୍ତତଃ ଏହି ପ୍ରକାର ସମସ୍ଯା ଥିଲେ ବାଇଗଣ ସେବନ କରନ୍ତୁ ନାହିଁ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।