ବାଳରେ ଡ୍ୟାଣ୍ଡ୍ରଫ ସମସ୍ୟା ଦୂର କରିବା ପାଇଁ ସାମ୍ପୁ ବ୍ୟବହାର ନକରି ମାଉଥଫ୍ରେସନର ବ୍ୟବହାର କରନ୍ତୁ , ଜାଣନ୍ତୁ ଲଗାଇବାର ଫାଇଦା

ବସନ୍ତ ମାସ ଆରମ୍ଭ ହେଲାଣି । ଏହି ମାସ ବହୁତ ଭଲ ଅଟେ, ଏହି ମାସରେ ଥଣ୍ଡା ପବନ ମାଡ ହୁଏ ଏହି ପବନ ଦ୍ଵାରା କେବଳ ଚର୍ମ ନୁହେଁ ବାଳକୁ ମଧ୍ୟ ଶୁଖିଲା ବନେଇଦିଏ । ଏହା ଦ୍ଵାରା ବାଳରେ ଡ୍ୟାଣ୍ଡ୍ରଫ ହୁଏ । ଡ୍ୟାଣ୍ଡ୍ରଫ ହେଲେ ଚୁଟି ବହୁତ କଦର୍ଯ୍ୟ ଦେଖା ଯାଏ , ଚୁଟି ସବୁବେଳେ କୁଣ୍ଡେଇ ହୁଏ । ଏହାର ପ୍ରତିକାର ପାଇଁ ତ ଅନେକ ଆଣ୍ଟିଡ୍ୟାଣ୍ଡ୍ରଫ ସାମ୍ପୁ ବଜାରରେ ବିକ୍ରି ହଉଛି । କିନ୍ତୁ ଆପଣ ଘରେ ବସି ଘରୋଇ ଉପାୟରେ ଏହାର ଉପଚାର କରିପାରିବେ ।

ଡ୍ୟାଣ୍ଡ୍ରଫ ପାଇଁ କେମତି ଫାଇଦା ଦେଇପାରିବ ମାଉଥଫ୍ରେସନର

ମାଉଥୱାଶରେ ଷ୍ଟ୍ରଙ୍ଗ ଆଣ୍ଟିଫଙ୍ଗାଲ ପ୍ରପର୍ଟୀଜ ଥାଏ । ଏହା ସମସ୍ୟା ଜଡରୁ ଦୂର କରିଦିଏ । ଏହା ସହିତ ସ୍କଳ୍ପର ସ୍ୱାସ୍ଥ୍ୟ ପାଇଁ ମାଉଥ ୱାସ ଭଲ ଅଟେ । ଏଥିରେ ଏଉକଲ୍ପଟ୍ଲ, ଥାଇମୋଲ, ମେଥାଇଲ ସଲିସୀଲେଟ ଏବଂ ମେଂଥଲ ଥାଏ ଯେଉଁଥିରେ ଏଂଟୀ-ଇଂଫ୍ଲେମେଟରୀ, ଏଂଟୀସେପ୍ଟିକ ଏବଂ ଏଂଟୀଫଂଗଲ ପ୍ରପର୍ଟୀଜ ଥାଏ ।  ଏହା ସ୍କାଳ୍ପ ର ଇରୀଟେଶନ କୁ ଦୂର କରିକି ଥଣ୍ଡା ରଖିଥାଏ ।

ମାଉଥୱାସ ଏବଂ ପାଣିର ମିଶ୍ରଣ

ସାମଗ୍ରୀ

୨ ବଡ ଚାମଚ ମାଉଥୱାସ , ୨ ବଡ ଚାମଚ ପାଣି, ଏକ ସ୍‍ପ୍ରେ ବୋତଲ

ସମୟ

୨ମିନିଟରେ ଏହା ତିଆରି ହେଇଯାଏ , ବାଳରେ ଟ୍ରିଟମେଣ୍ଟ ଦେଲା ବେଳେ ୫ ମିନିଟ ଲାଗେ ।

ଏହା ବ୍ୟବହାର କରିବା ପ୍ରଣାଳୀ

ଆଣ୍ଟିଡ୍ୟାଣ୍ଡରଫ ପାଣି ବନେଇବା ପାଇଁ ୨ ବଡ ଚାମଚ ମାଉଥୱାସ , ୨ ବଡ ଚାମଚ ପାଣି ଏକ ସ୍ପ୍ରେ ବୋତଲରେ ମିଶାଅ । ବାଳକୁ ସାମ୍ପୁରେ ଧୋଇବା ପରେ କଣ୍ଡିସନର ଲଗାନ୍ତୁ । ତାପରେ ଏହି ମିଶ୍ରଣକୁ ସ୍ପ୍ରେ କରିକି ୫ରୁ ୭ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ଥଣ୍ଡା ପାଣିରେ ମୁଣ୍ଡକୁ ଧୋଇଦିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ୩ ଥର ବ୍ୟବହାର କରନ୍ତୁ ୨ ସପ୍ତାହ ପର୍ଯ୍ୟନ୍ତ ।

 କଣ ହେବ ଫାଇଦା

ଏହି ମିଶ୍ରଣ ଦ୍ଵାରା ଯଦି ଆପଣଙ୍କ ମୁଣ୍ଡରେ କୁଣ୍ଡେଇ ହଉଥାଏ ତେବେ ଏହା ସମ୍ପୂର୍ଣ ଭାବେ ଠିକ ହେଇଯିବ କାରଣ ଏଥିରେ  ଏଂଟୀସେପ୍ଟିକ ଓ ଏଂଟୀଇଂଫ୍ଲାମେଟ୍ରୀ ପ୍ରପର୍ଟୀଜ ରହିଥାଏ ।

ମାଉଥୱାସ ଏବଂ ବେବୀ ଅଏଲ ର ମିଶ୍ରଣ

ସାମଗ୍ରୀ

୨ ବଡ ଚାମଚ ମାଉଥୱାସ, ୨ ବଡ ଚାମଚ ବେବୀ ଅଏଲ

ସମୟ

୨ମିନିଟରେ ଏହା ତିଆରି ହେଇଯାଏ ଓ ବାଳରେ ଟ୍ରିଟମେଣ୍ଟ ଦେଲା ବେଳେ ୫ ମିନିଟ ଲାଗେ

ବ୍ୟବହାର କରିବାର ପ୍ରଣାଳୀ

୨ ବଡ ଚାମଚ ମାଉଥୱାସ ଓ ୨ ବଡ ଚାମଚ ବେବୀ ଅଏଲ କୁ ଭଲ ଭାବରେ ମିକ୍ସ କରିକି ଏକ ସ୍‍ପ୍ରେ ବୋତଲରେ ପୁରାନ୍ତୁ । ଏହା ପରେ ଏହା ପରେ ବାଳରେ ସଲଫେଡ ଫ୍ରୀ ସାମ୍ପୁ ରେ ସଫା କରନ୍ତୁ ଓ  କଡିସନର ଲଗାନ୍ତୁ । ବାଳକୁ ସୁଖାଇବା ପରେ  ସେହି ମିଶ୍ରଣ କୁ ସ୍ରେପ କରନ୍ତୁ ସେହି ସ୍ରେପ କୁ ବାଳରେ ମସାଜ କରକି ୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।  ଏହି ମିଶ୍ରଣକୁ ସପ୍ତାହରେ ୩ ଥର ବ୍ୟବହାର କରନ୍ତୁ ୨ ସପ୍ତାହ ପର୍ଯ୍ୟନ୍ତ ।

Leave a Reply

Your email address will not be published. Required fields are marked *