ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ମା ପିଲା ମଧ୍ୟରେ କେତେ ଗଭୀର ସମ୍ପର୍କ ରହିଥାଏ । ବିଶେଷ କରି ଗୋଟେ ମା ନିଜ ପୁଅକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାଏ । ଏମିତି କି ମା ନିଜ ଛୁଆର ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଥାଏ । କିନ୍ତୁ ଯେବେ ପିଲା ମାନେ ମା ଠାରୁ ଦୂରେଇ ଯାଇଥାନ୍ତି ସେତେବେଳେ ଗୋଟେ ମା ର ହୃଦୟ ସବୁବେଳେ ତାକୁ ଝୁରି ହେଉଥାଏ । ତେବେ ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ।

ଦୀର୍ଘ ୨୬ ବର୍ଷ ପୁଅ ଘରକୁ ଫେରିଛି । ନିଖୋଜ ପୁଅକୁ ପୁଣି ଥରେ ନିଜ କୋଳକୁ ପାଇଛି ଦୁଖୀନୀ ମାଆ । ବାଲେଶ୍ଵର ଜିଲ୍ଲା ସୋର ଥାନା ସାଧୁଆପଡା ଗାଁ ରେ ଏହି ଘଟଣା ଟି ଦେଖିବାକୁ ମିଳିଛି । ଏହି ଗାଁ ରେ ଖୁସି କହିଲେ ନ ସରେ । ସୂଚନା ଅନୁସାରେ ସାଧୁପଡା ଗାଁ ର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ଗତ ୨୬ ବର୍ଷ ତଳେ ହଜି ଯାଇଥିଲେ । ସେବେ ଠାରୁ ସନିଆର କୌଣସି ସନ୍ଧାନ ପାଇ ନ ଥିଲେ ବାପା ମାଆ । କିନ୍ତୁ ଏବେ ସନିଆ ନିଜ ଘରକୁ ଫେରି ଆସିଛି ।
ଦୀର୍ଘ ୨୬ ବର୍ଷ ତଳେ ସନିଆ ନିଜ ବନ୍ଧୁ ଅମନକ ସହ ଭୋଜି ଖାଇବାକୁ ଯାଇଥିଲେ କିନ୍ତୁ ଆଉ ଫେରି ନ ଥିଲେ । ନିଜ ପୁଅକୁ ହ-ରା-ଇ ମା ଆଖିରୁ ଲୁହ ସୁଖୀ ନ ଥିଲା । କିନ୍ତୁ ଗତ କାଲି ହଟାତ ମାଆ କାମ କରୁଥିବା ବେଳେ ସନିଆ ଘରକୁ ଆସି ପହଞ୍ଚି ଥିଲା । ମାମା ନିଜ ପୁଅ ସନିଆ କୁ ଦେଖି ସଙ୍ଗେ ସଙ୍ଗେ ଚିହ୍ନି ପାରିଥିଲେ । ଏହା ପରେ ପୁଅ ସନିଆକୁ ଖାଇବାକୁ ଦେଇଥିଲେ ମାଆ । ଏହା ପରେ ସନିଆଙ୍କୁ ଦେଖା କରିଆବା ପାଇଁ ଗାଁ ଲୋକ ମାନଙ୍କର ସୁଅ ଛୁଟିଥିଲା ।

ସନିଆ ଙ୍କ ମା ନିଜ ରାଏ କହିଛନ୍ତି ଯେ ସେ ତାଙ୍କ ପୁଅକୁ ହରାଇ ଭଗବାନଙ୍କ ଉପରେ ସବୁ କିଛି ଛାଡି ଦେଇଥିଲେ । ଭଗବାନ ଏମିତି ଚମତ୍କାର କରିଛନ୍ତି ଯାହା ପାଇଁ ଆଜି ତାଙ୍କ ପୁଅ ଦୀର୍ଘ ୨୬ ବର୍ଷ ପରେ ଫେରି ଆସିଛି ବୋଲି ସନିଆ ଙ୍କ ମା କହିଛନ୍ତି । ତେବେ ପୁଅକୁ ପାଇ ପରିବାର ଲୋକେ ବହୁତ ଖୁସିରେ ଅଛନ୍ତି । ସନିଆ ଏତେ ବର୍ଷ ହେଲା ମୁମ୍ବାଇରେ ରହି ଗ୍ଯାସ ହୋଲଡିଙ୍ଗ କାମ କରିଥିବା କହିଛନ୍ତି । ତେବେ ସନିଆ ଙ୍କର ଏମିତି ଅଚାନକ ଘରକୁ ଫେରି ଆସିବା ଦେଖି ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗାନ ଲୋକ ମାନେ ଆନନ୍ଦ ଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
