Cyclone Yaas: ବାଲେଶ୍ଵରରେ ଲ୍ୟାଣ୍ଡଫଳ କରିବ ବାତ୍ୟା ୟାସ, କେବେଠୁ ପବନ ବହିବ ଓ ବର୍ଷା ଆରମ୍ଭ ହେବ? ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଦେଲେ ତଥ୍ୟ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବାତ୍ୟା ୟାସ ଓଡିଶା ଆଡକୁ ମାଡି ଆସୁଛି । ଯାହାକି ଆଉ କିଛି ଦିନ ମଧ୍ୟରେ ହିଁ ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳକୁ ଛୁଇଁବ । ଏମିତିରେ Windy.com ଆମେରିକାନ ମଡେଲ GFS ଅନୁମାନ କରୁଛି କି,

ବାତ୍ୟା ୟାସ ବାଲେଶ୍ଵର ଓ ହଳଦିଆ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଳ କରିବ । କିନ୍ତୁ Windy.comର ୟୁରୋପୀୟାନ ମଡେଲ ଅନୁସାରେ ୟାସ ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଳ କରିବ । ୨୬ ତାରିଖରେ ଏହି ବାତ୍ୟା ଲାୟାଣ୍ଡଫଳ କରିବ ବୋଲି ପୂର୍ବରୁ ହିଁ ଘୋଷଣା କରିସାରିଛି । ଏହି କ୍ରମରେ ଯେତେବେଳେ ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକଙ୍କ ଠାରୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଆଜି ସନ୍ଧ୍ୟାରେ କିମ୍ବା କାଲି ସକାଳେ ଲଘୁଚାପ ସୃଷ୍ଟି ହୋଇପାରେ ।

କହିବାକୁ ଗଲେ ଏହି ଦୁଇ ମଡେଲ ସମୟର ପାର୍ଥକ୍ୟ ଅନୁସାରେ ଭିନ୍ନ ଭିନ୍ନ ସୂଚନା ଦେଉଛନ୍ତି । ଏମିତିରେ IMGର ରିପୋର୍ଟ ଆସିବା ପରେ ବାତ୍ୟା ବିଷୟରେ ସଠିକ ତଥ୍ୟ ମିଳିଯିବ । ସନ୍ଦୀପ ପଟ୍ଟନାୟକଙ୍କ କହିବା ଅଟେ କି ଉତ୍ତର ଓଡିଶାରୁ ନେଇ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ୟାସ ଲ୍ୟାଣ୍ଡଫଳ କରିପାରେ । କିନ୍ତୁ ସଠିକ ସମୟ ବିଷୟରେ ସେ କହି ନାହାନ୍ତି ।

ବର୍ତ୍ତମାନର ସୂଚନାରୁ ଜଣା ପଡୁଛୁ କି ଏହି ବାତ୍ୟା ବହୁତ କମ ସମୟ ସମୁଦ୍ର ମଧ୍ୟରେ ରହିବ ।  ୨୩ ଓ ୨୪ରେ ଏହା ଲଘୁଚାପରେ ପରିଣତ ହେବା ପରେ ୨୬ ତାରିଖ ସୁଧା ଏହା ଲ୍ୟାଣ୍ଡଫଳ ହୋଇଯିବ । ଏହା ସହିତ ଏହା ବହୁତ ଜଲ୍ଦି ପାସ କରିବ । ପାଖାପାଖି ୮୦୦ ରୁ ୯୦୦ କିମି ୨ ଦିନ ମଧ୍ୟରେ ପାସ କରିବ । ଏହା ସହିତ କୁହାଯାଉଛି କି ଏହାର ରୂପ ଅତି ଭୟଙ୍କର ହୋଇପାରେ ।

କହିଦେଉଛୁ କି ଏହା ମଧ୍ୟରେ ରାଜ୍ୟ ସରକାର ପୂର୍ବାନୁମାନ କରି ୧୧ ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖିଛନ୍ତି । କିନ୍ତୁ ସନ୍ଦୀପ ପଟ୍ଟନାୟକଙ୍କ କହିବା ଅଟେ କି ପ୍ରାୟତଃ ସବୁ ଜିଲ୍ଲାକୁ ସଚେତନ ରହିବାକୁ ହେବ । ଯଦି ବର୍ଷା ବିଷୟରେ କହିବା ତେବେ ୨୫ ତାରିଖରୁ ହିଁ ବର୍ଷା ଆରମ୍ଭ ହୋଇଯିବ । ଏହା ପରେ ଧୀରେ ଧୀରେ ୟାସ ଭୂମିକୁ ସ୍ପର୍ଶ କରିବ ସେହିଭଳି ଭାବରେ ବର୍ଷା ବି ବଢିବାରେ ଲାଗିବ ।

ପଶ୍ଚିମ ଓଡିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଅନୁମାନ କରାଯାଉଛି କିନ୍ତୁ ସେହି ସମସ୍ତ ସ୍ଥାନରେ ପବନ ହେବ ନାହିଁ । କିନ୍ତୁ ଉତ୍ତର ଓଡିଶାର ପ୍ରାୟତଃ ସବୁ ଅଞ୍ଚଳରେ ବର୍ଷା ସହ ପବନର ବେଗ ବି ଜୋର ରହିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ସୂଚନାକୁ ଆକଳନ କରାଯାଇଛି । କିନ୍ତୁ କେଉଁ ସ୍ଥାନରେ କେତେ ପରିମାଣରେ ୟାସର ପ୍ରଭାବ ରହିବ ଏହା ବିଷୟରେ ସଠିକ ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *