Balika Badhu ସିରିଏଲରୁ ଘରେ ଘରେ ପରିଚିତ ହୋଇଥିବା Avika Gor, ନିଜ ବିଷୟରେ ଖୋଲିଲେ ଏହି ବଡ ରାଜ

ଅବିକା ଗୌର ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଓ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଟିଭି ଦୁନିଆରେ ନିଜର ଅଭିନୟ ଯୋଗୁ ବହୁତ ପରିଚିତ । ସେ ପିଲାଦିନୁ ହିଁ ଟିଭି ସିରିଏଲ ଗୁଡିକରେ କାମ କରି ଆସୁଛନ୍ତି ଓ ବର୍ତ୍ତମାନ ସେ ୨୪ ବର୍ଷର ହୋଇ ଯାଇଛନ୍ତି । ତାଙ୍କର ସୁନ୍ଦରତା ପୂର୍ଣ ଫଟୋ ପ୍ରାୟତଃ ସୋ-ସି-ଆ-ଲ- ମି-ଡି-ଆରେ ଚର୍ଚାର ବିଷୟ ହୋଇଥାଏ । ବର୍ତ୍ତମାନ ହିଁ ସେ ନିଜର ୨୪ ତମ ଜନ୍ମଦିନ ପାଳନ କରିଛନ୍ତି ।

ଆପଣ ସମସ୍ତେ ଅବିକା ଗୌରଙ୍କୁ ଟେଲିଭିଜନ ଜଗତର ସବୁଠୁ ପାପୁଳାର ଶୋ ‘ବାଳିକା ବଧୁ’ରେ ଆନନ୍ଦୀ କିରଦାରରେ ଦେଖିଛନ୍ତି । ଏହି ଶୋ ହିଁ ଅବିକା ଗୌରଙ୍କୁ ଘରେ ଘରେ ପରିଚିତ କରାଇଥିଲା ଓ ଆଜି ବି କେତେକ ଲୋକମାନେ ତାଙ୍କୁ ଆନନ୍ଦୀ ନାଁରେ ଜାଣିଛନ୍ତି ।

ଏହି କିରଦାରକୁ ସେ ବାଳ କଳାକାର ରୂପରେ ଅଭିନୟ କରିଥିଲେ ଯାହାକି ବହୁତ ହିଁ ଚର୍ଚିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଅବିକା ଗୌର ନିଜର ଏକ ପୁରୁଣା ସାକ୍ଷାତ୍କାର ଭି-ଡି-ଓକୁ ନେଇ ବହୁତ ହିଁ ଚର୍ଚିତ ଅଛନ୍ତି । ତାଙ୍କର ଗୋଟିଏ ଭି-ଡି-ଓ ଯାହାକି ପାଖାପାଖି ୧୨ ବର୍ଷ ପୁରୁଣା, ତାହା ବର୍ତ୍ତମାନ ସୋ-ସି-ଆ-ଲ- ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ସାକ୍ଷତ୍କାର ସମୟରେ ଅବିକା ଗୌର ମାତ୍ର ୧୨ ବର୍ଷର ଥିଲେ । ସୋ-ସି-ଆ-ଲ- ମି-ଡି-ଆରେ ତାଙ୍କର ଏହି ପୁରୁଣା ଇଣ୍ଟରଭିୟୁ ଭି-ଡି-ଓ ବର୍ତ୍ତମାନ ଚର୍ଚାର ବିଷୟ ହୋଇ ଯାଇଛି ।

ବର୍ଷ ୨୦୦୯ରେ ଏହି ଭି-ଡି-ଓ ଅଟେ । ସେହି ସମୟରେ ସେ ନିଜର ଆୟ ବିଷୟରେ ଏହି ଭି-ଡି-ଓରେ କହୁଥିବାର ନଜର ଆସିଥିଲେ । କହିବାକୁ ଗଲେ ଅବିକା ଗୌରଙ୍କୁ ଏହି ସାକ୍ଷାତ୍କାର ସମୟରେ ପ୍ରଶ୍ନ କରାଯାଇଥିଲା କି ସେ ବାଳିକା ବଧୁରେ କାମ କରୁଛନ୍ତି ଓ ଭଲ ଟଙ୍କା ମଧ୍ୟ ଆୟ କରୁଛନ୍ତି, କିନ୍ତୁ ସେହି ସବୁ ଟଙ୍କା ଯାଉଛି କେଉଁଠି ? ଏହାର ଜବାବରେ ଅବିକା ଗୌର କହିଲେ କି, ମୋ ବାପା ମୋତେ କହିଛନ୍ତି କି ସେ ମୋର ସବୁ ଟଙ୍କା ଗୋଟିଏ ଇନସ୍ୟୁରାନ୍ସ ଫଣ୍ଡରେ ଜମା କରୁଛନ୍ତି ।

ଏହା ଛଡା ମୋ ପାଖରେ ଗୋଟିଏ ପିଗି ବ୍ୟାଙ୍କ ବି ଅଛି । ଯେଉଁଥିରେ ମୁଁ ୫,୨୨୨ ଟଙ୍କା ଜମା କରିଛି । ଅବିକା ଗୌରଙ୍କୁ ପ୍ରଶ୍ନ କରାଗଲା କି ସେ ନିଜର ଜମା କରାଯାଇଥିବା ଟଙ୍କାର କଣ କରିବେ । ତେବେ ଏସେ କହିଲେ କି ମୁଁ ନିଜ ପାଇଁ କିଛି କିଣିବି । ମୁଁ ନିଜର ଆୟ କରିଥିବା ଟଙ୍କାକୁ କେବେ ବି ଖର୍ଚ କରି ନାହିଁ । ଏହାକୁ ସେହି ସମୟ ପର୍ଯ୍ୟନ୍ତ ଜମା କରିବି ଯେତେବେଳେ ଏହା ଗୋଟିଏ ବଡ ଆମାଉଣ୍ଟ ନ ହୋଇ ଯିବ ।

ଏହି ସାକ୍ଷାତ୍କାରରେ ଅବିକା ଏହି ବି କହିଥିଲେ କି ସେ ଜନ୍ମଦିନ ଉପଲକ୍ଷେ ତାଙ୍କର ପିତା ତାଙ୍କୁ ଗୋଟିଏ ଆଇଫୋନ ଉପହାରରେ ଦେଇଛନ୍ତି । ମିଳିଥିବା ସୂଚନା ଆନୁସାରେ ବର୍ତ୍ତମାନ ଅବିକା ଗୌର ୨୪ ବର୍ଷର ହୋଇ ଯାଇଛନ୍ତି ଓ ସେ ରୋଡିଜର ଏକ୍ସ କଂଟେସ୍ଟେଂଟ ମିଲିଂଦ ଚାଂଦୱାନୀ କୋ ଡେଟ କରୁଛନ୍ତି । ଅବିକା ଗୌର ବହୁତ ସମୟ ହେବ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଅଛନ୍ତି ।

Leave a Reply

Your email address will not be published. Required fields are marked *