ବନ୍ଦ ନାକ ଖୋଲିବାର ରାମବାଣ ଘରୋଇ ଉପଚାର, ଥଣ୍ଡା,କାଶ,କଫ ଥରକରେ ଭଲ ହେବ | Cold Remedies

କିଛି ଲୋକ ମାନଙ୍କ ଠାରେ ଅନେକ ସମୟରେ ଥଣ୍ଡା କାସ ଯୋଗୁ ନାକ ବନ୍ଦ ହୋଇଯାଏ । ଏଥିପାଇଁ କିଛି ଲୋକ ଅନେକ ଉପଚାର କରିଥାନ୍ତି ତ ଆଉ କିଛି କ୍ଷେତ୍ର ରେ ମେଡ଼ିସିନ ର ସେବନ କରିଥାନ୍ତି । କିନ୍ତୁ ଏଥିରେ ସୁଫଳ ମିଳେ ନାହି । ଥଣ୍ଡା ହେବା ଦ୍ଵାରା ଆମ ଶରୀର ରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଅଧିକ ଥଣ୍ଡା ହେଲେ ନିଶ୍ଵାସ ପ୍ରଶ୍ଵାସ ନେବାରେ ସହଜ ହୁଏ ନାହି । ଏହା ସହ ଛାତିରେ କଫ ମଧ୍ୟ ଜମା ହୋଇଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଏକ ବାମ୍ଫ ଭାବେ ଆପଣଙ୍କୁ ନେବାକୁ ପଡିବ ।

ଏହା ଏକ ରାମବାଣ ଭାବେ ଥଣ୍ଡା ପାଇଁ ସହାୟକ ହେବ । ଏହି ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି ଯାହା ଆପଣଙ୍କୁ ଆପଣକ ରୋଷେଇ ଘରୁ ସହଜରେ ମିଳିଯିବ । ପ୍ରଥମେ ରହିଛି ଜୀରା ଓ ଦିତୀୟ ଟି ହେଉଛି ଲବଙ୍ଗ ।

ପ୍ରଥମେ ୫ଟି ଲବଙ୍ଗ କୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ଏକ ପାତ୍ର ରେ ୩ରୁ ୪ ଗ୍ଳାସ ପାଣି ଢାଳନ୍ତୁ । ଏହା ପରେ ଏକ ଚାମଚ ଜୀରା ସହ ଲବଙ୍ଗ ଗୁଣ୍ଡ ପକାନ୍ତୁ । ଏହା ପରେ ଏହି ପାଣି କୁ ସେତେ ସମୟ ଯାଏଁ ଫୁଟାଇବେ ଯେଉଁ ଯାଏଁ ପଣି ଫୁଟି ଅଧା ନ ହୋଇଛି ।

ଏହା ପରେ ଏହି ପାଣି କୁ ଯେପରି ବାମ୍ଫ ନିଅନ୍ତୁ ଠିକ ସେହି ପରି ନିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଛାତି ଯେଉଁ ଜମା ହୋଇଥିବ ତାହା ଧୀରେ ଧୀରେ ଖୋଲିବାରେ ଲାଗିବ । ଯେତେ ଜୋର ରେ ଥଣ୍ଡା ହୋଇଥିଲେ ମଧ୍ୟ ତାହା ତୁରନ୍ତ କମ ହେବାରେ ଲାଗିବ । ଥଣ୍ଡା ଶରୀର ଭିତକୁ ଯେଉଁ ଯାଇଥିଲା ତାହା ର ପ୍ରଭାବ କମ ହେବାରେ ଲାଗିବ

ଥଣ୍ଡା ଯୋଗୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଯେଉଁ ଅସୁବିଧା ହେଉଥିଲା ତାହା ଏହି ହୋମ ରେମେଡି ର ପ୍ରୟୋଗ ଦ୍ଵାରା କମ ହେବାରେ ଲାଗିବ । ଆପଣ ସହଜରେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରିବେ । ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ ଯାହାର ପ୍ରୟୋଗ ଦ୍ଵାରା ଥଣ୍ଡା, କାସ ଓ କଫ ସମସ୍ୟାର ନିବାରଣ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *