ସାମାନ୍ୟ ଭୁଲ ପାଇଁ ଏବେ ଗ୍ରାହକକୁ 40 ହଜାର ଗଣିବ Bank, ଏଭଳି Customerଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା, ଦେଖନ୍ତୁ Video

ବନ୍ଧୁଗଣ ଜଣେ ଗ୍ରାହକ ଙ୍କ ଆକାଉଣ୍ଟ କୁ 189 ଟଙ୍କା କାଟିବା ଏବେ HDFC ବ୍ଯାଙ୍କ କୁ ପଡିଛି ମହଙ୍ଗା । 189 ଟଙ୍କା କଟିଥିବାରୁ ନୟାଗଡ ଉପୋଭୋକ୍ତା ଙ୍କ କୋର୍ଟ 40 ହଜାର ଟଙ୍କାର ଫାଇନ ପକାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନୟାଗଡ କଞ୍ଜ୍ଯୁମର କୋର୍ଟ ର ଦ୍ଵାରସ୍ଥ ହୋଇଥିବା ବୋଲୋଗୋଡା ବ୍ଲକର ଆଲୋକ ରଞ୍ଜନ ମାନସିଂ ନିଜ ଆକାଉଣ୍ଟ ରୁ 189 ଟଙ୍କା କଟିବା ପରେ HDFC ବ୍ଯାଙ୍କ ଉପରେ କିଭଳି ଭାବେ 40 ହଜାର ଟଙ୍କା ଫାଇନ ପଡିଛି ତାହା ବିଷୟରେ ଏକ ସାକ୍ଷାତକାରରେ ବୟାନ ଦେଇଛନ୍ତି ।

ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଆଲୋକ ମାନସିଂ କହିଛନ୍ତି ଯେ “ମୁଁ 2016ରେ HDFC ବ୍ୟାଙ୍କରୁ କାର ପାଇଁ ଲୋନ ଆଣିଥିଲି । ଯାହାକୁ ମୁଁ 3 ବର୍ଷ ଭିତରେ ସୁଝିବାର ଥିଲା । ଡିସେମ୍ବର 2016ରୁ ନଭେମ୍ବର 2019 ଭିତରେ କିସ୍ତି ସୁଝିବାର ଥିଲା । ଜାନୁଆରୀ 2019ରେ ବ୍ୟକ୍ତିଗତ କାରଣ ଯୋଗୁଁ ମୋର କିସ୍ତି ତାରିଖ 5 ରେ ଥିଲା କିନ୍ତୁ ଦେଇପାରି ନ ଥିଲି ।

ତାପରେ ଜାନୁଆରୀ 17ରେ ପଇସା ଆରେଞ୍ଜ କରିଲି ଆଉ ବ୍ଯାଙ୍କ କର୍ତ୍ତୁପକ୍ଷଙ୍କୁ ପଚାରିଥିଲି କେମିତି ଟଙ୍କା ଡିପୋଜିତ କରିବି ? ସେ କହିଥିଲେ କ୍ୟାସ ଦେଲେ ପଇସା ଡିଲେ ହୋଇପାରେ କିନ୍ତୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିବେ ତାହେଲେ ଲୋନ ଆକାଉଣ୍ଟରେ ଡିପୋଜିତ କରନ୍ତୁ । ଜାନୁଆରୀ 18ରେ ମୁଁ ଇଣ୍ଟରନେଟ ବ୍ଯାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିତ କରିଲି ।

ଆଉ ଯାହା ସବୁ ଫାଇନ ଥିଲା ମୁଁ 12,366 ଟଙ୍କା । କିନ୍ତୁ HDFC ଡାବରଧୁଆ ପାଟଣା ବ୍ରାଞ୍ଚରେ ଯାହାକି ବୋଲୋଗୋଡରେ ଅଛି ସେଥିରେ ମୋର ସେଭିଙ୍ଗ ଆକାଉଣ୍ଟ ଥିଲା । ସେମାନେ 19 ତାରିଖରେ ପଇସା କାଟିଥିଲେ 12,366 ଟଙ୍କା ଯାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ତାପରେ ଯାଇ ମ୍ୟାନେଜରକୁ ପଚାରିଲି ସେ କହିଲେ ଆପଣଙ୍କ ଆକାଉଣ୍ଟକି ୱିଥଡ୍ର ରେ ଥିଲା ତେଣୁ ଆପଣ ନୟାଗଡ ବ୍ଯାଙ୍କରୁ ସମ୍ପର୍କ କରନ୍ତୁ ।

ସେମାନେ କହିଲେ ପଇସା ଫେରି ଆସିବ କିନ୍ତୁ ମୋତେ ଫେବୃଆରୀ 12ରେ 12,366 ଟଙ୍କାରୁ 12, 177 ଟଙ୍କା ଋଟର୍ନ ଆସିଥିଲା । ତାପରେ ମୁଁ ପଇସା କାହିଁକି କଟିଛି ତାହା ଜଣାଇବା ପାଇଁ ଆଉ ଥରେ ବ୍ୟାଙ୍କରେ ଯୋଗାଯୋଗ କରିବାରୁ ସେମାନେ କହିଲେ ସୁଧା ବାବଦକୁ କଟିଛି । କିନ୍ତୁ 20 ଦିନ ପରେ ମୋ ଟଙ୍କା ଫେରାଇଥିଲେ ବ୍ଯାଙ୍କ କିନ୍ତୁ ତାର କିଛି ସୁଧ ମୋତେ ମିଳି ନ ଥିଲା ।

ତାପରେ ମୁଁ ଏହି ଘଟଣାକୁ ନେଇ ନୟାଗଡ କଞ୍ଜ୍ଯୁମର କୋର୍ଟ ଗଲି । ମୁଁ ଗାଡି କିସ୍ତି ଆଉ ଦେଲି ନାହି ସେମାନେ ଗାଡି ରେପୋ କରିବାକୁ ଷ୍ଟେ ଅର୍ଡର ଦେଇଥିଲେ । ତାପରେ କେସ ହୀୟରିଙ୍ଗ ଚାଲିଲା ଆଉ ମାର୍ଚ୍ଚ 2ରେ ଶୁଣାଣୀ ହେଲା HDFC ବ୍ଯାଙ୍କ ଯାହା ମୋର କ୍ଷତି ହୋଇଛି ତା ବାବଦକୁ 40 ହଜାର ଟଙ୍କା ପେମେଣ୍ଟ କରିବେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *