ବାପା ବୋହୁଛି ସିଲିଣ୍ଡର ପୁଅ IPL ଷ୍ଟାର, KKR ର ନୂଆ IPL ଷ୍ଟାର Rinku Singh ଙ୍କ ସଂଘର୍ଷର କାହାଣୀ ଆପଣଙ୍କ ଆଖି ଭିଯାଇଦେବ

ବାପା ଡେଲିଭରି କରନ୍ତି ଗ୍ୟାସ ସିଲିଣ୍ଡର, ବଡ ଭାଇର ପେସା ଅଟୋ ଡ୍ରାଇଭର । ହେଲେ ପୁଅ ହେଇଗଲା ଆଇପିଏଲ କ୍ରିକେଟର । ହଁ ଦର୍ଶକ ବନ୍ଧୁ କଥାରେ ଅଛି ଇଛା ଥିଲେ ନା ଉପାୟ ବଳେ ବଳେ ଆସେ । ନିଷ୍ଠା ଆଉ ଏକାଗ୍ରତା ଥିଲେ ସଫଳତା ବି ପାଖରେ ପସେ । ଠିକ ଏହି କଥା ଏବେ ପ୍ରମାଣିତ ହୋଇଛି ରିଙ୍କୁ ସିଂହ ଙ୍କ କ୍ଷେତ୍ରରେ । ଯିଏ କି ଏବେ ଫଟା ଫଟ କଲିକତା ନାଇଟ ରାଇଡ଼ର୍ସ ଟିମର ଯୁବ ତାରକା ।

ଏହି ଖେଳାଳି ଜଣକ ଆଜି ହଠାତ ଚାଲି ଆସିଛନ୍ତି ସାରା ବିଶ୍ଵର କ୍ରିକେଟ ପ୍ରେମୀଙ୍କ ନଜରକୁ । ଏହାର କାରଣ ହେଉଛି ଆଜିର ମ୍ୟାଚରେ ତାଙ୍କର ଚମତ୍କାରି ବ୍ୟାଟିଂ । । ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ତାଙ୍କର ଦଳ ନିଶ୍ଚିତ ପରାଜୟର ଦ୍ଵାରଦେଶରେ ଥିବା ବେଳେ ସେ ଯେଉଁ ଭଳି ଭାବରେ ମ୍ୟାଚ ଛଡାଇ ଆଣିଲେ ତାହା କ୍ରିକେଟ ବିଶେଷଜ୍ଞ ମାନଙ୍କୁ ଚକିତ କରିଛି ।

ଶେଷ ଓଭର ରେ ଶେଷ ପାଞ୍ଚଟି ବଲରେ ସେ ଲଗାତାର ପାଞ୍ଚଟି ଛକା ମାରି ନିଜ ଦଳକୁ ବିଜୟୀ କରାଇବା ପରେ ରିଙ୍କୁ ସିଂହଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ମାତ୍ର ୨୧ଟି ବଲରୁ ଗୋଟେ ଛକା ଏବଂ ଗୋଟିଏ ଚଉକା ସହ ବିସ୍ପୋରକ ୪୮ ରନ୍ କରି ଗୁଜୁରାଟ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି ରିଙ୍କୁ । ଆଉ ଏହି ମ୍ୟାଚରେ ସେ ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ହୋଇଛନ୍ତି ।

ହେଲେ ଏହି ଯୁବ କ୍ରିକେଟରଙ୍କ ସଂଘର୍ଷର କାହାଣୀ ହୁଏ ତ ବହୁତ କମ ଲୋକ ଜାଣିଥିବେ । ରିଙ୍କୁ ସିଂହଙ୍କ ବାପା ହେଉଛନ୍ତି ଜଣେ ଗ୍ୟାସ ସିଲିଣ୍ଡର ବିକାଳି । ତାଙ୍କ ବାପା ବୁଲି ବୁଲି ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ଦିଅନ୍ତି । ରିଙ୍କୁ ଙ୍କ ବଡ ଭାଇ ଜଣେ ଅଟୋ ଋକ୍ସ୍ସ ଡ୍ରାଇଭର ହେଇଥିବା ବେଳେ ଆଉ ଜଣେ ଭାଇ କୋଚିଙ୍ଗ ସେକ୍ଟରରେ ଶିକ୍ଷା ଦାନ କରନ୍ତି ।

ପରିବାର ଚଳେଇବା ପାଇଁ ପରିବାରର ସମସ୍ତ ସଦସ୍ୟ ସଂଘର୍ଷ କରନ୍ତି । ତଥାପି ଅଭାବ ସବୁବେଳେ ଲାଗି ରହିଥାଏ । ଏହି ଅଭାବି ସଂସାରରେ ବାପା ଏବଂ ଭାଇ ମାନଙ୍କୁ ସହଯୋଗ କରିବାକୁ ଅଧାରୁ ପାଠ ଛାଡି ଦିଅନ୍ତି ରିଙ୍କୁ । କାରଣ ପରିବାର ଉପରେ ଥିବା ପାଞ୍ଚ ଲକ୍ଷ ଟଙ୍କାର ରୁଣ ବୋଝକୁ ସୁଝିବା ପାଇଁ ତାଙ୍କୁ ବି କାମ କରିବାକୁ ପଡେ ।

ଯେଉଁଥି ପାଇଁ ସେ ନବମ ଶ୍ରେଣୀରୁ ପାଠ ଛାଡି ଦିଅନ୍ତି । ହେଲେ ଏହା ଭିତରେ କ୍ରିକେଟ ଖେଳିବାର ନିଶା ରହିଥିଲା । ଦାରିଦ୍ରତା ତାଡନା ସତ୍ବେ ନିଜ ସ୍ଵପ୍ନ ପାଇଁ କିନ୍ତୁ ସଂଘର୍ଷ କରିବା ଜାରି ରଖନ୍ତି ରିଙ୍କୁ । 2009ରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବେଳେ 2016ରେ ଉତ୍ତର ପ୍ରଦେଶ ପାଇଁ ରଣଜୀତ ଖେଳିବାକୁ ସକ୍ଷମ ହୋଇଥିଲେ ।

ନିଜ ରାଜ୍ୟ ପାଇଁ ଅଣ୍ଡର-19 ରେ ଖେଳୁଥିବା ବେଳେ ତାଙ୍କୁ ମିଳୁଥିବା ଟଙ୍କା ରୁଣ ସୁଝିବାକୁ ପଠାଉଥିଲେ । ଏ ବର୍ଷ IPLରେ KKR ତାଙ୍କ ଦଳରେ 80 ଲକ୍ଷ ଟଙ୍କାରେ ସାମିଲ କରିଛନ୍ତି ତାଙ୍କୁ ଚମକାଇ ଦେଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରିଙ୍କୁଙ୍କ ଜୀବନ କାହାଣୀକୁ ନେଇ ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *